ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଯୁକ୍ତ ୨ ସ୍ପଟ୍‌ ନାମଲେଖା ପାଇଁ ଚଏସ୍‌ ଲକିଂ ଆରମ୍ଭ, ୨୦ରେ ପ୍ରକାଶ ପାଇବ ମେଧା ତାଲିକା

ଭୁବନେଶ୍ୱର,୧୨/୦୮:  ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି । ସୋମବାର ଠାରୁ ସ୍ପଟ୍‌ ନାମଲେଖା ପାଇଁ ଚଏସ୍‌ ଲକିଂ ଆରମ୍ଭ ହେବ । ୧୪ ତାରିଖ ମଧ୍ୟରେ  ସ୍ପଟ୍‌ ନାମଲେଖା ପାଇଁ ଏହି ଚଏସ୍‌  ଲକିଂ କରିପାରିବେ ଛାତ୍ରଛାତ୍ରୀ ।  ୨୦ ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ୍‌  ନାମଲେଖା ପାଇଁ ମେଧା ତାଲିକା  ପ୍ରକାଶ ପାଇବ । ଏଥିରେ ଚୟନ  ହୋଇଥିବା ଶିକ୍ଷାର୍ଥୀମାନେ ୨୨ରୁ  ୨୮ ତାରିଖ ମଧ୍ୟରେ ନାମଲେଖାଇ  ପାରିବେ । 

ସୂଚନାଯୋଗ୍ୟ, ଦ୍ୱିତୀୟ  ପର୍ଯ୍ୟାୟ ଶେଷ ସୁଦ୍ଧା ୩ ଲକ୍ଷ  ୮୨ହଜାର ୨୨୮ଜଣ ଛାତ୍ରଛାତ୍ରୀ  ନାମଲେଖାଇଛନ୍ତି । ସମୁଦାୟ ୫ଲକ୍ଷ ୪୭ହଜାର ୯୯୩ଟି ସିଟ୍‌ ଥିବା ବେଳେ  ଆହୁରି ୧ଲକ୍ଷ ୬୫ହଜାର ୭୬୫ଟି  ସିଟ୍‌ ଖାଲି ରହିଛି । କଳାରେ ପ୍ରାୟ ୬୨  ହଜାର ୨୧୦, ବିଜ୍ଞାନରେ ୭୨ହଜାର  ୧୫୫, ବାଣିଜ୍ୟରେ ୧୯ହଜାର ୨୦୭,  ସଂସ୍କୃତରେ ୬,୦୪୬ ଏବଂ ଧନ୍ଦାମୂଳକ  ଶିକ୍ଷାରେ ୬,୧୪୭ ସିଟ୍‌ ଖାଲି ରହିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.