ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଋଷ-ୟୁକ୍ରେନ୍ ଯୁଦ୍ଧ ନେଇ ଆମେରିକାର ବଡ଼ ବୟାନ, କହିଲା- କେବଳ ମୋଦି ହିଁ ଏହାକୁ ବନ୍ଦ କରିପାରିବେ, ଭାରତର ଶକ୍ତି...

ନୂଆଦିଲ୍ଲୀ,୧୧।୭:  ଋଷ ଓ ଅଷ୍ଟ୍ରିଆ ଗସ୍ତ ସାରି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଫେରିଛନ୍ତି। ତେବେ ଋଷ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ମୋଦି ଭେଟିବା ପରେ ଆମେରିକା ଚିନ୍ତା ପ୍ରକାଶ କରିଛି। ଆମେରିକା କହିଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ ଉପରେ ଆମେରିକାର ନଜର ରହିବ, କାରଣ ଏବେ ଆମେରିକା ଭାରତର ଶକ୍ତିକୁ ଚିହ୍ନି ପାରିଛି। ୟୁକ୍ରେନ୍‌ ଓ ଋଷର ଭିତରେ ଚାଲିଥିବା ଯୁଦ୍ଧକୁ କେବଳ ଭାରତ ହିଁ ରୋକିପାରିବ। 

ଆମେରିକା କହିଛି, ମୋଦି ହିଁ କେବଳ ପୁଟିନ୍‌ଙ୍କୁ ମନାଇ ପାରିବେ। ବୁଧବାର ହ୍ବାଇଟ ହାଉସର ମୁଖପାତ୍ର କେରୀନ୍ ଜିନ୍ ପିୟରେ କହିଛନ୍ତି, ଆମ ମତରେ ଋଷ ସହିତ  ଭାରତର ସମ୍ପର୍କ ଦୁଇ ଦେଶର ଯୁଦ୍ଧ ରୋକିପାରିବ। ତେବେ ପୁଟିନ୍ ଆଗୁଆ ଯୁଦ୍ଧ ଆରମ୍ଭ କରିଥିବାରୁ ସେ ହି: ଏହାକୁ ଶେଷ କରିପାରିବେ।

ଉଲ୍ଲେଖନୀୟ ଯେ, ମସ୍କୋ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ପୁଟିନ୍ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆପତ୍ତି ପ୍ରକାଶ କରିଥିଲେ। ସେ ପୁଟିନ୍‌ଙ୍କୁ ହତ୍ୟାକାରୀ ବୋଲି କହିଥିଲେ। ସେ କହିଥିଲେ, ବିଶ୍ବର ସବୁଠାରୁ ବଡ ଲୋକତନ୍ତ୍ରର ପ୍ରଧାନମନ୍ତ୍ରୀ ଜଣେ ହତ୍ୟାକାରୀକୁ ଆଲିଙ୍ଗନ କରୁଛନ୍ତି। 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.