ପ୍ରମୂଖ ଖବର

କାଶୀପୁରରେ ପୁଲିସର ଫ୍ଲାଗ ମାର୍ଚ୍ଚ

କାଶୀପୁର,୧୯/୩ :  ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମାରେ ମଙ୍ଗଳବାର ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଜଗନ୍ନାଥ ମନ୍ଦିର ଛକରୁ ଆଇଫାଡ଼ ଛକ ପର୍ଯ୍ୟନ୍ତ ପ୍ଲାଗମାର୍ଚ୍ଚକରିଥିଲା । କାଶୀପୁର ଥାନା ଅଧିକାରି ଏସକେ ନାୟକଙ୍କ ନେତୃତ୍ୱରେ ଏସଆଇ, ଏଏସଆଇଙ୍କ ସହ କନେଷ୍ଟବଳ  ଏବଂ ଆଇଆରବି ଯବାନ ଏଥିରେ ସାମିଲ ଥିଲେ । ଭୟ ମୁକ୍ତ, ଅବାଧ, ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା ଏବଂ ଯେ କୌଣସି ବିଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ ବଳ ପ୍ରସ୍ତୁତ ଥିବା କୁହାଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.