ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭଡାଘରେ ଦେହ ବ୍ୟବସାୟ ଚାଲିଥିବା ବେଳେ ଚଢାଉ କଲା ପୋଲିସ, ୬ ଅଟକ

ସୋର,୨୮/୨ : ସୋର ପୌରପାଳିକା ଅନ୍ତର୍ଗତ ବଡ଼ଖୁରିର ଏକ ଭଡା ଘରେ ଚାଲିଥିଲା ଦେହ ବ୍ୟବସାୟ। ଖବର ପାଇ ସୋର ପୁଲିସ ଗତକାଲି ରାତିରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ତିନିଜଣ ମହିଳା ଓ ତିନିଜଣ ପୁରୁଷ ଧରା ପଡିଛନ୍ତି। ପୋଲିସ ସେମାନଙ୍କୁ ଥନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।  

ସୋର ସହରରେ ଦିନକୁ ଦିନ ଦେହ ବ୍ୟବସାୟ ବଢ଼ିବାରେ ଲାଗିଛି। ବିଭିନ୍ନ ହୋଟେଲ ଓ ଭଡ଼ା ଘରେ ଏହି କାରବାର ବଢୁଥିବା ବେଳେ କିଛି ଦଲାଲ ପଶ୍ଚିମବଙ୍ଗରୁ ଯୁବତୀମାନଙ୍କୁ ଆଣି ଏଠାରେ ଏହି ହୀନ କାର୍ଯ୍ୟରେ ଲଗାଇ ବେଶ ମାଲେମାଲ ହେଉଛନ୍ତି। ଏ ବାବଦରେ ବାରମ୍ବାର ଅଭିଯୋଗ ହେବା ପରେ ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସଦଳବଳେ ପୌର ପାଳିକାର ଏକ ନମ୍ବର ୱାର୍ଡ ବଡ଼ଖୁରିର ଏକ ଭଡା ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ପରେ ତିନିଜଣ ମହିଳା ଓ ତିନି ଜଣ ପୁରୁଷଙ୍କୁ ଉଦ୍ଧାର କରି ଥନାରେ ଅଟକ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ତେବେ ଆଗାମୀ ଦିନରେ ଅନ୍ୟ ସ୍ଥାନ ଗୁଡିକରେ ଚଢ଼ାଉ କରାଯାଇ ଘର ମାଲିକ ଓ ସମୃକ୍ତ ବ୍ୟକ୍ତିମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଅଧିକାରୀ କହିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.