ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏଠାରେ ହଠାତ୍ ଗାଏବ ହୋଇଯାଏ ଅଣ୍ଡରଗାର୍ମେଣ୍ଟ, ସିସିଟିଭି ଫୁଟେଜ୍ ଦେଖି ଆଶ୍ଚର୍ଯ୍ୟ ହେଲା ପୋଲିସ

ନୂଆଦିଲ୍ଲୀ ୧୮/୦୩ : ଘରେ କେହିନଥିବା ସୁଯୋଗରେ ଚୋର ପଶି ଟଙ୍କା, ସୁନା, ଦାମୀ ଗହଣା,  ଲାପଟପ୍‌ ଓ ଅନ୍ୟ ମୂଲ୍ୟବାନ ବସ୍ତୁ ଚୋରି କରୁଥିବାର ଘଟଣା ଅଧିକାଂଶ  ସମୟରେ ନଜରକୁ ଆସିଥାଏ । ତେବେ ଥାଇଲାଣ୍ଡ ଫୁକେତ୍‌ ସହରର ପାଟୋଙ୍ଗ ପୁଲିସ ପାଇଁ ଏକ ନିଆରା ଧରଣର ଚୋରି ମୁଣ୍ଡବ୍ୟଥାର କାରଣ  ପାଲଟିଛି । ସେଠାରେ କେହି ଘର ଆଗରେ ଶୁଖୁଥିବା ମହିଳାମାନଙ୍କର  ଅଣ୍ଡରଗାର୍ମେଣ୍ଟ ଚୋରି କରିନେଉଥିବାର ବହୁ ଅଭିଯୋଗ ଆସିବା ପରେ ପୁଲିସ ଚୋରର ସନ୍ଧାନ କରୁଛି । 

ଚଳିତମାସ ଆରମ୍ଭରେ ପ୍ରଥମେ ଜଣେ ମହିଳା ଏ ନେଇ ଅଭିଯୋଗ କରିଥିଲେ । ଏହାପରେ ନିକଟସ୍ଥ   ଘରଗୁଡି଼କରେ ଲାଗିଥିବା ସିସିଟିଭି ଫୁଟେଜ୍‌ର ଯାଞ୍ଚ କରାଗଲା । ସେଥିରୁ  ନୀଳ ରଙ୍ଗର ଟି-ସାର୍ଟ ଓ କଳା ରଙ୍ଗର ସର୍ଟସ୍‌ ପିନ୍ଧିଥିବା ଜଣେ ବ୍ୟକ୍ତି  କେତେଗୁଡି଼ଏ ଅଣ୍ଡରଗାର୍ମେଣ୍ଟ ଚୋରି କରି ନେଉଥିବା ଦେଖିବାକୁ ମିଳିଲା ।  ସେହି ଫୁଟେଜ୍‌ ସ୍ଥାନୀୟ ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଭାଇରାଲ୍‌   ହେବା ପରେ ଆହୁରି ବହୁ ସଂଖ୍ୟକ ମହିଳା ନିଜ ନିଜର ଅଣ୍ଡରଗାର୍ମେଣ୍ଟ  ଚୋରି ନେଇ ଅଭିଯୋଗ କରିଛନ୍ତି । 

ସେମାନଙ୍କ ଅନୁସାରେ, ଘର ବାହାରେ ଶୁଖୁଥିବା ଅଣ୍ଡରଗାର୍ମେଣ୍ଟ ଚୋରି ହୋଇଯିବା ସେମାନଙ୍କୁ ଚିନ୍ତିତ କରୁଛି ।  ଏହି ଛୋଟ ମୋଟ ଚୋରି କରୁଥିବା ବ୍ୟକ୍ତି ଯେ ସେଠାରେ ବଡ଼ ଧରଣର  ଚୋରି ନ କରିବେ ତାହା କିଏ କହିବ । ତେଣୁ ଅଭିଯୁକ୍ତ ତୁରନ୍ତ ଗିରଫ  ହେବା ଦରକାର । ଏହାପରେ ପୁଲିସ ସିସିଟିଭି ଫୁଟେଜ୍‌ ଆଧାରରେ  ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ କରୁଛି । ସେହି ଅଞ୍ଚଳରେ ରହୁଥିବା  ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି । ମାସକ ପୂର୍ବରୁ ବ୍ୟାଙ୍କକ୍‌ରେ ମଧ୍ୟ   ସମାନ ଧରଣର ଘଟଣା ସାମ୍ନାକୁ ଆସିଥିଲା । ସେଠାକାର ନୋଇ ଜିଲ୍ଲାରୁ  ପୁଲିସ ମହିଳାଙ୍କ ଅଣ୍ଡରଗାର୍ମେଣ୍ଟ ଚୋରି କରୁଥିବା ଅଭିଯୋଗରେ  ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ତାଙ୍କ ଆପାର୍ଟମେଣ୍ଟରେ  ଚଢ଼ାଉ ହେବା ପରେ ଅଧିକାରୀମାନେ ମହିଳାଙ୍କ ଅଣ୍ଡରଗାର୍ମେଣ୍ଟ  ସମେତ ଚୋରି ହୋଇଥିବା ୫୯୧ଟି ଜିନିଷ ପାଇଥିଲେ । ଏହାପରେ  ପୀଡ଼ିତାମାନଙ୍କୁ ସେମାନଙ୍କର ଜିନିଷ ଫେରାଇ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.