ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରକାରଙ୍କ ସର୍ବାଇକଲ କ୍ୟାନ୍ସର କ୍ୟାମ୍ପେନର ଚେହେରା ହୋଇପାରନ୍ତି ପୁନମ ପାଣ୍ଡେ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଚାଲିଛି ଆଲୋଚନା

ନୂଆଦିଲ୍ଲୀ,୭/୨ :  ଅଭିନେତ୍ରୀ ଏବଂ ମଡେଲ ପୁନମ ପାଣ୍ଡେ ସରକାରଙ୍କ ସର୍ବାଇକଲ କ୍ୟାନ୍ସର କ୍ୟାମ୍ପେନର ଚେହେରା ହୋଇପାରନ୍ତି । ଗତ କିଛି ଦିନ ହେବ ପୁନମ ପାଣ୍ଡେ ମୃତ୍ୟୁର ମିଛ ନାଟକ କରିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ପିଟିଆଇର ଖବର ଅନୁସାରେ ପୁନମ ପାଣ୍ଡେ ଏବଂ ତାଙ୍କ ଟିମ୍‌ର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା ଚାଲିଛି । ପୁନମ ପାଣ୍ଡେ ସରକାରଙ୍କ ସର୍ବାଇକଲ କ୍ୟାନ୍ସରକୁ ନେଇ ଚାଲୁଥିବା ସଚେତନତା କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡର ହୋଇପାରନ୍ତି ।

ଚଳିତ ମାସ ଆରମ୍ଭରୁ ପୁନମ ପାଣ୍ଡେଙ୍କ ଅଫିସିଆଲ ଇଷ୍ଟାଗ୍ରାମ ଆକାଉଣ୍ଟ‌ରେ ତାଙ୍କ ପିଆର ଟିମ୍‌ ଅଭିନେତ୍ରୀଙ୍କ ମୃତ୍ୟୁର ମିଛ ଖବର ପୋଷ୍ଟ କରିଥିଲେ । ପୋଷ୍ଟରେ କୁହାଯାଇଥିଲା କି ସର୍ବାଇକଲ କ୍ୟାନ୍ସର କାରଣରୁ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି । ଅଭିନେତ୍ରୀଙ୍କ ଅଚାନକ ରୋଗ କାରଣରୁ ମୃତ୍ୟୁର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇ ଦେଇଥିଲା । କିନ୍ତୁ ଆଗାମୀ ଦିନ ଜଣାପଡ଼ିଥିଲା କି ଏହି ଖବର ମିଥ୍ୟା ଥିଲା ଏବଂ ପୁନମ ସର୍ବାଇକଲ କ୍ୟାନ୍ସର ବିଷୟରେ ସଚେତନତା ଲାଗି ଷ୍ଟଣ୍ଟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.