ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବର୍ଷ ଶେଷ ଯାଏ ଖସି ନ ପାରେ ଆଳୁ ଦର, ଡିସେମ୍ବରରେ ଦର କମିପାରେ

ନୂଆଦିଲ୍ଲୀ,୨୦/୦୫: ବର୍ଷ ଶେଷ ଯାଏ କମି ନ ପାରେ ଆଳୁ ଦର । ଡିସେମ୍ବରରେ ନୂଆ ଆଳୁ ବଜାରକୁ ଆସିବ । ଫଳରେ ଏହି ସମୟରେ ଦର କମିପାରେ ବୋଲି ଆଶା କରାଯାଉଛି । ଏସିଆର ସର୍ବବୃହତ ଫଳ ଏବଂ ପନିପରିବା ବଜାର ଆଜାଦପୁର ମଣ୍ଡିରେ ଗତ ୨ ଦିନ ତଳେ ଟମାଟୋ ଦର ୪୦% ଯାଏ ହ୍ରାସ  ହୋଇଛି । ହିମାଚଳ ପ୍ରଦେଶ, ରାଜସ୍ଥାନ,  ଉତ୍ତରପ୍ରଦେଶ, ହରିଆଣା ଏବଂ ପଞ୍ଜାବରୁ  ଫସଲ ଆସିବାରୁ ସ୍ଥିତିରେ ପରିବର୍ତ୍ତନ ଆସିଛି  ବୋଲି ବ୍ୟବସାୟୀ କହିଛନ୍ତି । 

ବର୍ଷା ଯୋଗୁ ଆଳୁ ଫସଲ ନଷ୍ଟ ହୋଇଛି । ନୂଆ ଫସଲ ନ ଆସିବା ଯାଏ ଶୀତଳ  ଭଣ୍ଡାରର ଆଳୁ ବ୍ୟବହାର କରାଯିବ । ଫଳରେ  ଏଭଳି ବିଭିନ୍ନ କାରଣ ଯୋଗୁ ଆଳୁ ଦର  ପ୍ରାୟ ୧୦% ଯାଏ ବୃଦ୍ଧି ହେବାର  ଆଶଙ୍କା ରହିଥିବା ବ୍ୟବସାୟୀ  କହିଛନ୍ତି । ଆଳୁ ଉତ୍ପାଦନ  କ୍ଷେତ୍ରରେ ଉତ୍ତରପ୍ରଦେଶ ୧  ନମ୍ବର ରାଜ୍ୟ । ତେବେ ରାଜ୍ୟ ସ୍ତରରେ ଖାଉଟି  କଳାବଜାରୀ ଯୋଗୁ ଯେଭଳି କ୍ଷତିଗ୍ରସ୍ତ ନ  ହୁଅନ୍ତି ସେ ଦିଗରେ ଜମାଖୋରୀ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । 

ନିର୍ବାଚନ ସରିଲେ ରାଜ୍ୟ ଗୁଡିକର  ଆଳୁ ସ୍ଥିତିକୁ କେନ୍ଦ୍ର ସରକାର ତର୍ଜମା  କରିବେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ  ଅଧିକାରୀ କହିଛନ୍ତି । ଆଜାଦପୁର ଟମୋଟୋ  ଆସୋସିଏସନ ସଭାପତି ଅଶୋକ କୌଶିକ  କହିଛନ୍ତି, ଟମାଟୋ ଉପଲବ୍ଧତା ବଢ଼ିବାରୁ  ଦର ପ୍ରାୟ ୪୦% ଖସିଛି । ଦରଦାମ ବୃଦ୍ଧି  ଯୋଗୁ ଏପ୍ରିଲରେ ସାକାହାରି ଥାଳି ୮% ବୃଦ୍ଧି  ହୋଇଥିଲା । ସେହିଭଳି ଆମିଷ ଥାଳି ଦର  ୪% ଖସିଥିବା ଏକ ରିପୋର୍ଟ ଆସିଥିଲା ।  ଚଳିତ ବର୍ଷ ଆଳୁ ଦର କମି  ନ ପାରେ ବୋଲି ଭାରତୀୟ  ଶୀତଳ ଭଣ୍ଡାର ମହାସଂଘର  ଜାତୀୟ ସଂଯୋଜକ ଅରବିନ୍ଦ  ଅଗ୍ରୱାଲ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.