ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

IPL-2024: ଇଣ୍ଡିଆନ ପ୍ରିମିୟର ଲିଗ୍‌ ଲାଗି ଆରମ୍ଭ ହୋଇଗଲାଣି ପ୍ରସ୍ତୁତି !

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପାଖରୁ ପରାଜିତ ହୋଇଥିଲା ଟିମ୍‌ ଇଣ୍ଡିଆ । ଏହା ପରେ ଅଷ୍ଟ୍ରେଲିଆ ସହ ୫ ଦିବସୀୟ ଟି-୨୦ ସିରିଜ୍‌ ଖେଳିବ ଭାରତୀୟ ଟିମ୍‌ । ଏଥିପାଇଁ ବିସିସିଆଇ ଭାରତୀୟ ଟିମ୍‌ ଘୋଷଣା ମଧ୍ୟ କରିସାରିଛି । ଏହି ଟି-୨୦ ଅନ୍ତର୍ଜାତୀୟ ସିରିଜ୍‌ ୨୩ ନଭେମ୍ବରରୁ ୩ ଡିସେମ୍ବର ପର୍ଯ୍ୟନ୍ତ ହେବ । ତେବେ ଏହା ଠାରୁ ଖେଳପ୍ରେମୀଙ୍କ ଲାଗି ଆହୁରି ବଡ଼ ଖବର ଆସି ପହଞ୍ଚିଯାଇଛି । ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୪ର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । 

 ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ପ୍ରକାଶିତ ଖବର ଅନୁସାରେ, ଡିସେମ୍ବର ୧୯ରେ ଆଇପିଏଲ ଲାଗି ଅକ୍ସନ ବା ନିଲାମୀ ହୋଇପାରେ । ଏହା ସହ ୨୦୨୪ ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ । ଆଇପିଏଲ ୨୦୨୪ ଲାଗି ନିଲାମୀ ଦୁବାଇରେ ହୋଇପାରେ ବୋଲି କୁହାଯାଉଛି । ଯଦି ଏମିତି ହୁଏ ତେବେ ପ୍ରଥମ ଥର ପାଇଁ ଆଇପିଏଲ ନିଲାମୀ ବିଦେଶରେ ହେବ । ସେପଟେ ଆଇପିଏଲ ମ୍ୟାନେଜମେଣ୍ଟ ପକ୍ଷରୁ ସମସ୍ତ ଫ୍ରାଞ୍ଜାଇଜ୍‌କୁ ପତ୍ର ଲେଖାଯାଇଛି । ଯେଉଁଥିରେ ରିଟେନ ଲିଷ୍ଟ ୧୫ରୁ ୨୬ ଡିସେମ୍ବର ମଧ୍ୟରେ ଦେବାକୁ କୁହାଯାଇଛି ।

 ମିଳିଥିବା ସୂଚନା ଅନୁସାରେ, ଆଇପିଏଲ ଅକ୍ସନ ଲାଗି ଭେନ୍ୟୁ ସଂପର୍କରେ ଚୂଡ଼ାନ୍ତ ହୋଇ ନାହିଁ । ଭାରତରେ ନା ବିଦେଶରେ ଅକ୍ସନ ହେବ ସେନଇ ବିଚାର ବିମର୍ଶ ଜାରି ରହିଛି । ହେଲେ ଅକ୍ସନ କେଉଁଠି ହେବ ସେନେଇ ଜଳଦି ଘୋଷଣା କରାଯିବ । ଆଇପିଏଲ-୨୦୨୪ ସିଜନ ଆସନ୍ତା ବର୍ଷ ଏପ୍ରିଲ ପ୍ରଥମ ସପ୍ତାହରେ ହେବାକୁ ଥିବା ବେଳେ ଏହାକୁ ଦେଶରେ ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି । ହେଲେ ନିର୍ବାଚନ ହେବାକୁ ଥିବାରୁ ଆଇପିଏଲ ଭାରତରେ ଆୟୋଜନ ହୋଇପାରିବ କି ନାହିଁ ତାହା ମଧ୍ୟ ଆଶ ଓ ଆଶଙ୍କାରେ ରହିଛି ।   

ତେବେ ଲୋକସଭା ନିର୍ବାଚନ ଲାଗି ଅତୀତରେ ଆଇପିଏଲ ଦୁଇ ଥର ବିଦେଶରେ କରାଯାଇଛି । ୨୦୦୯ ନର୍ବାଚନ ପାଇଁ ଦକ୍ଷିଣ ଆଫ୍ରିକାରେ ଟୁର୍ଣ୍ଣାମେଣ୍ଟ ହୋଇଥିଲା । ୨୦୧୪ ନିର୍ବାଚନ ସମୟରେ ଟୁର୍ଣ୍ଣାମେଣ୍ଟ ଦୁଇ ଭାଗରେ ବିଭକ୍ତ ହୋଇଥିଲା । ଅଧା ମ୍ୟାଚ୍‌ ଭାରତରେ ହୋଇଥିବା ବେଳେ ଅଧା ମ୍ୟାଚ୍‌ ୟୁଏଇରେ ହୋଇଥିଲା । ଗତ ଆଇପିଏଲ ସିଜନରେ ଗୁଜୁରାଟ ଟାଇଟନ୍ସକୁ ହରାଇ ପଞ୍ଚମ ଥର ଲାଗି ଟ୍ରଫି ହାସଲ କରିଥିଲା ମେହନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗସ୍‌(ସିଏସକେ) । ଆଉ ଏହା ସହ ସିଏସକେ ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ର ଟ୍ରଫି ସଂଖ୍ୟା ବରାବର ହୋଇଯାଇଛି । 

 

  • cricket
  • Indian cricket team
  • Copyright © 2022 - Summa Real Media Private Limited. All Rights Reserved.