ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୧୨୧ CAPF

ଭୁବନେଶ୍ବର,୨୪/୫: ୨୫ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଗତକାଲି ସଂଧ୍ୟାରେ ଶେଷ ହୋଇଛି ପ୍ରଚାର । ଷଷ୍ଠ ପର୍ଯ୍ୟାୟ ମତଦାନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କରିଛନ୍ତି ପ୍ରେସମିଟ। ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ହେବ। ଏନେଇ ବୁଥ ଗୁଡିକ ସଂଧ୍ୟା ଯାଏଁ ଖୋଲା ରହିବ । ସମସ୍ତ ଭୋଟର ମାନଙ୍କୁ ଭୋଟ ଦେବାର ସୁଯୋଗ ଦିଆଯିବ। ଏଥିସହ ଶାନ୍ତିଶୃଙ୍ଖଳାରେ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଭୋଟର ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ ନିର୍ବାଚନ ପୂର୍ବରୁ ଅଳ୍ପ କିଛି ସ୍ଥାନରେ ରାଜନୈତିକ ହିଂସା ଓ ଆଇନଶୃଙ୍ଖଳା ପରିସ୍ଥିତି ଦେଖାଦେଇଛି । ତେଣୁ ଏଭଳି ସମସ୍ତ ଅପ୍ରିତିକର ପରିସ୍ଥିତି ଠାରୁ ଦୂରେଇ ରହି ଶାନ୍ତିଶୃଙ୍ଖଳା ବଜାୟ ରଖି ଗଣତନ୍ତ୍ର ମହାପର୍ବରେ ସାମିଲ ହେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁ଼୍ଞ୍ଜ ବିହାରୀ ଧଳ ସମସ୍ତ ଜନସାଧରଣଙ୍କୁ ଅନୁରୋଧ କରିଛନ୍ତି । ସେପଟେ ଏହି ଅବସରରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ନେଇ ଶ୍ରୀ ଧଳ ସମସ୍ତଙ୍କୁ ଆଶ୍ବସ୍ତ କରିଛନ୍ତି ।

ତେବେ ଯେଉଁ ୬ ଟି ଲୋକସଭା ଓ ସେଥିରେ ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ମତଦାନ ପ୍ରକ୍ରିୟା ହେବାକୁ ଯାଉଛି ସେଠାରେ ୧୨୧ କମ୍ପାନୀ ସିଏପିଏଫ ମୁତୟନ ହୋଇଥିବା ସୂଚିତ କରିଛନ୍ତି । ସମ୍ବଲପୁର ୪ ବିଧାନସଭା କ୍ଷେତ୍ରରେ ୧୨ ପ୍ଲାଟୁନ୍ ଫୋର୍ସ। ଦେଓଗଡ଼ ୨ ପ୍ଲାଟୁନ୍ ଫୋର୍ସ, ଅନୁଗୁଳ ୫ ବିଧାନସଭା କ୍ଷେତ୍ର ପାଇଁ ୧୨, ଢ଼େଙ୍କାନାଳର ୪ ବିଧାନସଭା ଆସନ ପାଇଁ ୮ ପ୍ଲାଟୁନ୍ , ମୟୂରଭଞ୍ଜରେ ୨ ପ୍ଲାଟୁନ୍  କେନ୍ଦୁଝର ୬ ବିଧାନସଭା ଆସନ ପାଇ ୧୭ ପ୍ଲାଟୁନ୍, କଟକ ଗ୍ରାମୀଣ  ୩ ବିଧାନସଭା ୧୧ ପ୍ଲାଟୁନ୍, କଟକ ସଦର ୩ ଆସନ ପାଇଁ ୮ ପ୍ଲାଟୁନ୍ , ଭୁବନେଶ୍ବର ସଦର ୫ ଆସନ ପାଇଁ ୧୩ ପ୍ଲାଟୁନ୍, ଖୋର୍ଦ୍ଧାର ୩ ଆସନ ପାଇଁ ୧୧ ପ୍ଲାଟୁନ୍, ପୁରୀ ୪ ଆସନ ପାଇଁ ୧୧ ପ୍ଲାଟୁନ୍, ନୟାଗଡ଼ ୩ ଆସନ ପାଇଁ ୧୪ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ନକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ସେହିପରି ଅତିରିକ୍ତ ଏସପି ୪୩, ଡିଏସପି ୯୫ , ଇନସ୍ପେକ୍ଟର ୨୩୮, ଏସଆଇ ୨୧୬୦ ,କନେଷ୍ଟବଳ ୧୦୨୧୨ ଓ ହୋମ ଗାର୍ଡ ୭୧୧୭ ଜଣ ନିୟୋଜିତ ହେବେ। ଏଥିସହ ୭୬୩ ମୋବାଇଲ ପାର୍ଟି, ୧୭ଟି ସିସିଟିଭି , ୩୩୧ଟି ଫ୍ଲାଇଂସ୍କ୍ବାଡ ଟିମ,ସର୍ଭିଲାନ୍ସ ଟିମ୍ ୩୪୩ ଟିମ ନିୟୋଜିତ ହେବେ । ସେହିପରି ୨୫ଟି ଇଭିଏମ ଷ୍ଟ୍ରଙ୍ଗ୍ ରୁମ ସ୍ଥାନରେ ଦୁଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । 





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.