ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆତଙ୍କବାଦୀ ସପ୍ଲାୟର ଏବେ ଅଟା ପାଇଁ ବ୍ୟାକୁଳ: ପ୍ରଧାନମନ୍ତ୍ରୀ ମୋଦୀ

Image Courtesy: tv9hindi

ଭୋପାଳ: ମଧ୍ୟପ୍ରଦେଶର ନିର୍ବାଚନୀ ରାଲିରୁ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆତଙ୍କବାଦୀର ସପ୍ଲାୟର ଏବେ ଅଟା ପାଇଁ ବ୍ୟାକୁଳ ହେଉଛି ବୋଲି କହିଛନ୍ତି ମୋଦୀ । ସେ ଆହୁରି କହିଛନ୍ତି, ସମଗ୍ର ବଶ୍ବରେ ଏବେ ଯୁଦ୍ଧର ସ୍ଥିତି ଲାଗିରହିଛି । ଏଭଳି ସ୍ଥିତିରେ ଭାରତରେ ଦ୍ରୁତ ଅଭିବୃଦ୍ଧି ଜାରି ରହିଛି । ଦୁନିଆରେ ଯୁଦ୍ଧର ସଙ୍କଟ ଜାରି ରହିଥିବା ବେଳେ ଭାରତରେ ମଜଭୁତ ସରକାରର ଆବଶ୍ୟକତା ରହିଛି । ଏହି ନିର୍ବାଚନ ଭାରତକୁ ମହାଶକ୍ତି କରାଇବା ପାଇଁ ନିର୍ବାଚନ । ଏହି ନିର୍ବାଚନ ଭାରତର ଭବିଷ୍ୟତ ଲାଗି ନିର୍ବାଚନ ବୋଲି ମଧ୍ୟପ୍ରେଦଶର ଦମୋହରେ ଆୟୋଜିତ ନିର୍ବାଚନ ରାଲିରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।  

ପିଏମ ମୋଦୀ କହିଛନ୍ତି ଯେ, ବର୍ତ୍ତମାନ ବିଶ୍ବରେ ଭାରତର ଜୟ ଜୟ କାର ହେଉଛି । ଆଜି ଦେଶରେ ବିଜେପି ସରକାର ଅଛି   । ଯିଏ କାହା ଚାପରେ କେବେ ଚେପା ହୋଇଛି ନା କାହା ଆଗରେ ମୁଣ୍ଡ ନୁଆଁଇଛି । ରାଷ୍ଟ୍ର ପ୍ରଥମ ଆମର ମୂଳ ସିଦ୍ଧାନ୍ତ । ଭାରତକୁ କିଭଳି ଶସ୍ତାରେ ତେଲ ମିଳିପାରିବ, ଏଥିପାଇଁ ଆମେ ଦେଶ ହିତରେ ନିଷ୍ପତ୍ତି ନେଇଛୁ । ଭାରତର କୃଷକଙ୍କୁ କିଭଳି ଖାଦ୍ୟ ମିଳିବ, ଏଥିପାଇଁ ଆମେ ଦେଶ ହିତରେ ନିଷ୍ପତ୍ତି ନେଇଛୁ ବୋଲି ମୋଦୀ କହିଛନ୍ତି । ସେ କହିଛନ୍ତି, ଆମେ କୋଟି କୋଟି ପରିବାରକୁ ମାଗଣା ରାସନ ଦେବା ଲାଗି ବ୍ୟବସ୍ଥା କରିଛୁ । ମାଗଣାରେ କରୋନା ଭ୍ୟାକ୍ସିନ ଦେଇଛୁ । ଆମ ପାଇଁ ଦେଶ ପ୍ରଥମ ବୋଲି ମୋଦୀ କହିଛନ୍ତି । 

ସେପଟେ ଇଣ୍ଡି ମେଣ୍ଟକୁ ଟାର୍ଗେଟ କରିବାକୁ ଯାଇ ମୋଦୀ କହିଛନ୍ତି ଯେ, ସେମାନେ ଦେଶର ପ୍ରତିରକ୍ଷାକୁ ପଛରେ ରଖିଥିଲେ । ବାୟୁ ସେନା କିଭଳି ପଛରେ ରହିବ ସେନେଇ ସମସ୍ତ ଶକ୍ତି ଖଟାଇ ଦେଇଥିଲା କଂଗ୍ରେସ । ଦେଶକୁ ରାଫେଲ ନଆସୁ ବୋଲି ଚାହୁଁଥିଲା କଂଗ୍ରେସ । ହେଲେ ଆମେ ୨୧ ହାଜର କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ ରପ୍ତାନି କରିଛୁ। ଏବେ ଆମେ ବ୍ରହ୍ମୋସ୍‌ ମିସାଇଲ ଦେଉଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.