ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପିର ମିଶନ ଓଡ଼ିଶା, ଆସନ୍ତା ୨୦ରେ ବାଲିଯାତ୍ରା ପଡିଆରେ ମେଗା ପ୍ରଚାର କରିବେ ପ୍ରଧାନମନ୍ତ୍ରୀ

କଟକ,୧୨/୦୫: ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ କଟକ ବାଲିଯାତ୍ରା ପଡ଼ିଆକୁ ଆସୁଛନ୍ତି ।  ଏନେଇ କାର୍ଯ୍ୟକ୍ରମର ପ୍ରାଥମିକ ରୂପରେଖ ସ୍ଥିର ହୋଇଛି । କଟକ ଲୋକସଭା ପ୍ରାର୍ଥୀ ଓ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ ବିଧାୟକ  ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବାକୁ ମୋଦିଜୀ ଏଠାରୁ ଏକ ବଡ଼  ଜନସଭାକୁ ସମ୍ବୋଧିତ କରିବେ । ଏହି ପରିପ୍ରେକ୍ଷୀରେ ଶନିବାର ଦଳର ରାଜ୍ୟ ନେତୃବୃନ୍ଦଙ୍କ ଏକ ଟିମ୍‌ ତଳ ଓ ଉପର ବାଲିଯାତ୍ରା  ପଡ଼ିଆ ବୁଲି ଦେଖିଛନ୍ତି ।  

ଚଳିତ ନିର୍ବାଚନରେ ବିଜେପି ରାଜ୍ୟର ପ୍ରାୟ ସବୁ ଲୋକସଭା କ୍ଷେତ୍ର ଉପରେ ଫୋକସ୍‌ କରୁଛି । ତେଣୁ ମୋଦିଜୀ ଏଯାବତ ପ୍ରାୟ ୬ଟି ଲୋକସଭା ଅଞ୍ଚଳରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଷ୍ଟାର୍‌ ପ୍ରଚାରକ ଭାବେ ପ୍ରଚାର କରିସାରିଲେଣି । ତେବେ ରାଜ୍ୟର ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୬ଟି ଲୋକସଭା ନିର୍ବାଚନ ପାଇଁ ୨୩ ତାରିଖ ପ୍ରଚାର ସରିବ । କଟକ ସହିତ ପୁରୀ, କେନ୍ଦୁଝର ଓ ସମ୍ବଲପୁର ଭଳି ହାଇପ୍ରୋଫାଇଲ୍‌ ଲୋକସଭା ସିଟ୍‌ ଗୁଡ଼ିକ ତୃତୀୟ ପର୍ଯ୍ୟାୟରେ ରହିଛି । ତେଣୁ  ଏହି ୪ ଲୋକସଭା ଆସନ ପାଇଁ ପ୍ରଚାର କରିବାକୁ ମୋଦିଜୀ  ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିବେ ବୋଲି ଦଳ ପକ୍ଷରୁ  ଯୋଜନା ହେଉଛି । ଆସନ୍ତା ୧୯-୨୦ କିମ୍ବା ୨୦-୨୧ରେ ମୋଦିଜୀ  ଆସିବାର କାର୍ଯ୍ୟକ୍ରମ ରହିଛି । ଆଉ ଏହି ସମୟରେ ୨୦ ତାରିଖ  ଦିନ ସେ କଟକରେ ଏକ ବିଶାଳ ଜନସଭାକୁ ଉଦ୍‌ବୋଧନ ଦେବେ । ରାଜ୍ୟ ବିଜେପିର ଏକ ଟିମ୍‌ ଶନିବାର ଦୁଇ ବାଲିଯାତ୍ରା  ପଡ଼ିଆ ବୁଲି ଦେଖିଛନ୍ତି । ଏନେଇ ବିଜେପି ପକ୍ଷରୁ ପ୍ରଶାସନକୁ  ମଧ୍ୟ ଅବଗତ କରାଯାଇଛି । ସମ୍ଭବତଃ ଦୁଇ ଦିନ ମଧ୍ୟରେ  ଏସ୍‌ପିଜି ଓ ଏସ୍‌ପି ସିକ୍ୟୁରିଟି ଆସି ବାଲିଯାତ୍ରା ପଡ଼ିଆ ବୁଲି  ଯିବେ । ଏହା ପରେ ଗସ୍ତର ସଂପୂର୍ଣ୍ଣ ରୂପରେଖ ଚୂଡ଼ାନ୍ତ ହେବ ।

  • PrameyaOdia
  • prameya
  • pm narendra modi
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.