ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ପ୍ରିନ୍ସ ହ୍ୟାରିଙ୍କୁ ଲଣ୍ଡନ ହାଇକୋର୍ଟରୁ ଝଟକା, ସୁରକ୍ଷାକୁ ନେଇ ବ୍ରିଟିଶ ସରକାରଙ୍କ ବିରୋଧରେ ହାରିଲେ ମକଦ୍ଧମା…

ନୂଆଦିଲ୍ଲୀ: ବ୍ରିଟେନର ପ୍ରିନ୍ସ ହ୍ୟାରିଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ଶକ୍ତ ଝଟକା ଲାଗିଛି ।  ବ୍ରିଟେନରେ ତାଙ୍କର ସୁରକ୍ଷା ସମ୍ପର୍କରେ ସେ ବ୍ରିଟିଶ ସରକାରଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି ବେଳେ ବିଚାରପତି ସର୍ ପିଟର ଲେନ କହିଛନ୍ତି ଯେ, ପୋଲିସର ସୁରକ୍ଷା ହଟାଇବା ନିଷ୍ପତ୍ତି ବେଆଇନ କିମ୍ବା ଅଯୌକ୍ତିକ ନୁହେଁ ।

କିଙ୍ଗ୍ ଚାର୍ଲ୍ସ ତୃତୀୟଙ୍କ ୩୯ ବର୍ଷୀୟ ସାନପୁଅ ପ୍ରିନ୍ସ ହ୍ୟାରି ତାଙ୍କ ପରିବାର ସହିତ ଆମେରିକା ସ୍ଥାନାନ୍ତରଣ ହୋଇଥିଲେ । ସେ ଯୁକ୍ତି ବାଢିଥିଲେ ଯେ ତାଙ୍କ ସୁରକ୍ଷା ସ୍ତରରେ ପରିବର୍ତ୍ତନ ଆଣିବାକୁ ସରକାରଙ୍କ ନିଷ୍ପତ୍ତିରେ ତାଙ୍କୁ ଅନ୍ୟାୟ କରାଯାଇଛି । ତାଙ୍କ ଓକିଲମାନେ କୋର୍ଟଙ୍କୁ କହିଛନ୍ତି ଯେ, ସେ ନିଜ ଦେଶରେ ଥିବାବେଳେ ତାଙ୍କ ସୁରକ୍ଷା ପାଇଁ ଏଭଳି ଉପାୟ ଉପଯୁକ୍ତ ନୁହେଁ ।

ଏହି ମାମଲା ଫେବୃଆରୀ ୨୦୨୦ ରୁ ଆରମ୍ଭ ହୋଇଥିଲା । ଗତ ବର୍ଷ ପ୍ରିନ୍ସ ହ୍ୟାରି ମଧ୍ୟ ବ୍ରିଟେନ ଗସ୍ତ ସମୟରେ ପୋଲିସର ସୁରକ୍ଷା ପାଇଁ ବ୍ୟକ୍ତିଗତ ଭାବେ ଦେୟ ଦେବାକୁ ପଡିବ କି ନାହିଁ ନେଇ ଏକ ମକଦ୍ଦମାରେ ହାରିଥିଲେ । 



 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.