ପ୍ରମୂଖ ଖବର
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ବୁଲଗାରି ଇଭେଣ୍ଟରେ ୩୫୦ କୋଟିର ହୀରା ହାର ପିନ୍ଧିଲେ ପ୍ରିୟଙ୍କା

ମୁମ୍ବାଇ ୨୩/୦୫: ଇଟାଲିର ରୋମ୍‌ଠାରେ ଆୟୋଜିତ ବୁଲଗାରି ଏଟର୍ନା ଜୁଏଲାରୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛନ୍ତି ପ୍ରୟଙ୍କା ଚୋପ୍ରା । ବିଳାସବହୁଳ ଗହଣା ବ୍ରାଣ୍ଡ୍‌ ବୁଲଗାରିର ୧୪୦ତମ ବାର୍ଷିକୀ ଅବସରରେ ପ୍ରିୟଙ୍କାଙ୍କ ନୂଆ ଲୁକ୍‌ ସବୁରି ଧ୍ୟାନ ଆକର୍ଷଣ କରିଥିଲା । ବବ୍‌ ହେୟାରଷ୍ଟାଲ୍‌ ସାଙ୍ଗକୁ ଅଫ୍‌-ଶୋଲଡର୍‌ କ୍ରିମ୍‌-ବ୍ଲାକ୍‌ ଗାଉନ୍‌ରେ ସେ ନଜର ଆସିଥିଲେ । ତେବେ ମୁଖ୍ୟ ଆକର୍ଷଣ ଥିଲା ସେ ପିନ୍ଧିଥିବା ସରପେନ୍‌ତି ଏଟର୍ନା ହାର, ଯାହା ବୁଲ୍‌ଗାରିର ମାଷ୍ଟର୍‌ପିସ୍‌ । 

ହାରରେ ୧୪୦ କ୍ୟାରେଟ୍‌ର ହୀରା ଖଚିତ ହୋଇଛି, ଯାହା ଏହି ବିଶ୍ୱପ୍ରସିଦ୍ଧ ଗହଣା ବ୍ରାଣ୍ଡ୍‌ର ଏପର୍ଯ୍ୟନ୍ତର ଅନ୍ୟତମ ସବୁଠୁ ମୂଲ୍ୟବାନ କୃତି। ହାରଟିକୁ ପ୍ରସ୍ତୁତ କରିବା ଲାଗି ୨,୮୦୦ ଘଣ୍ଟା ଲାଗିଥିଲା । ଏଥିରେ ୨୦ କ୍ୟାରେଟ୍‌ର କଞ୍ଚା ହୀରା ଲାଗିଛି, ଯାହାକୁ ୭ଟି ମୋଟି ଆକୃତିରେ କଟାଯାଇଛି । ହାରରେ ୬୯୮ ବାଗୁଟ୍ଟି ହୀରା ଲାଗିଛି, ଯାହାର ମୋଟ୍‌ ଓଜନ ୬୧.୮୧ କ୍ୟାରେଟ୍‌ । ଏହିଭଳି ଭାବେ ହାରରେ ମୋଟ୍‌ ୧୪୦ କ୍ୟାରେଟ୍‌ର ହୀରା ଖଚିତ ହୋଇଛି । ଏହାର ମୂଲ୍ୟ ୪୩ ମିଲିଅନ୍‌ ଡଲାର ଅର୍ଥାତ୍‌ ଭାରତୀୟ ମୂଲ୍ୟରେ ୩୫୦ କୋଟି ଟଙ୍କାରୁ ଅଧିକ । ଦୀର୍ଘ ସମୟ ଧରି ବୁଲଗାରି ଜୁଏଲାରୀର ବ୍ରାଣ୍ଡ୍‌ ଆମ୍ବାସଡର ଥିବା ପ୍ରିୟଙ୍କା ଏହାର ୧୪୦ତମ ବାର୍ଷିକୀ ସନ୍ଧ୍ୟାରେ ହାରଟିକୁ ପିନ୍ଧି ଉତ୍ସବର ଶୋଭା ବଢ଼ାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.