ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିବାହ ବନ୍ଧନରେ ବାନ୍ଧିହେଲେ କୃତି-ପୁଲକିତ, ଫଟୋ ସେୟାର କରି ଲେଖିଲେ ଏମିତି କିଛି

ମୁମ୍ବାଇ ୧୭/୦୩: ଗତ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ପୁଲକିତ ସମ୍ରାଟ ଓ କୃତି ଖରବନ୍ଦା । ଶନିବାର ଅର୍ଥାତ୍‌ ଗତ ୧୬ ତାରିଖ ଉଭୟ ବିବାହର ଫଟୋ ଶେୟାର କରିଛନ୍ତି । କୃତି ଗୋଲାପି ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ପୁଲକିତ ଇଷତ୍‌ ସବୁଜ ରଙ୍ଗର ଶେରୱାନି ପିନ୍ଧିଥିଲେ । କୃତି ସୋସିଆଲ ମିଡିଆରେ ଫଟୋ ଶେୟାର କରି ଲେଖିଛନ୍ତି ‘ନୀଳ ଆକାଶରୁ ସକାଳର କାକର ପର୍ଯ୍ୟନ୍ତ, ଭଲମନ୍ଦ ମଧ୍ୟରେ କେବଳ ତୁମେ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ସବୁ ଏବେ ଓ ସବୁ ସେବେରେ, ଯେତେବେଳେ ମୋ ହୃଦୟ ଅଲଗା ପ୍ରକାର ସ୍ପନ୍ଦିତ ହୁଏ.. ତାହା ତୁମେ । ନିରନ୍ତର, ଲଗାତାର, ତୁମେ ।’




୨୦୧୮ ମସିହାରେ ମୁକ୍ତିପ୍ରାପ୍ତ ‘ବୀରେ କି ୱେଡିଂ’ରେ କୃତି-ପୁଲକିତ ଏକାଠି କାମ କରିଥିଲେ । ଏହା ପରେ କମେଡି ଫିଲ୍ମ ‘ପାଗଲପନ୍ତି’ ଏବଂ ‘ତାଇଶ’ରେ ମଧ୍ୟ ଉଭୟ ନଜର ଆସିଥିଲେ । ହିନ୍ଦୀ, ତାମିଲ ଓ ତେଲୁଗୁ ଫିଲ୍ମରେ କୃତି କାମ କରିଛନ୍ତି । ‘ହାଉସ୍‌ଫୁଲ-୪’ ଓ ‘୧୪ ଫେରେ’ରେ ସେ ନଜର ଆସିଛନ୍ତି । ପୁଲକିତ ‘ଫୁକ୍‌ରେ’ ସିରିଜ୍‌ରେ ଅଭିନୟ କରିଛନ୍ତି । ଏଥିସହ ‘ଡଲି କି ଡୋଲି’, ‘ବଙ୍ଗିସ୍ତାନ୍‌’, ‘ସନମ୍‌ ରେ’, ‘ଜୁନୁନିୟତ୍‌’ ଓ ‘ହାଥୀ ମେରେ ସାଥୀ’ ଫିଲ୍ମରେ ସେ କାମ କରିଛନ୍ତି । ଏକତା କପୁରଙ୍କ ଟିଭି ଧାରାବାହିକ ‘କୁଁ୍ୟକି ସାସ୍‌ ଭି କଭି ବହୂ ଥି’ରେ ମଧ୍ୟ ସେ ନଜର ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.