ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁନେ ପୋର୍ସେ କାର ଦୁର୍ଘଟଣା ମାମଲା, ଅଭିଯୁକ୍ତର ନାବାଳକର ବାପା ସହ ବାର୍‌ ମାଲିକ ଏବଂ ମ୍ୟାନେଜର ଗିରଫ

ନୂଆଦିଲ୍ଲୀ,୨୧।୫:  ପୁନେ ପୋର୍ସେ ଦୁର୍ଘଟଣା ମାମଲାରେ ଆସିଛି ବଡ ଅପଡେଟ୍। ପୁନେ ସିଟି ପୋଲିସ ମଙ୍ଗଳବାର ଅଭିଯୁକ୍ତ ନାବାଳକର ବାପା ବିଶାଳ ଅଗ୍ରଓ୍ବାଲଙ୍କୁ ଗିରଫ କରିଛି। ଏହା ସହିତ ୧୭ ବର୍ଷର ନାବାଳକକୁ ଦୁର୍ଘଟଣା ରାତିରେ ମଦ ପିଆଇବା ଅଭିଯୋଗରେ ବାର ମାଲିକ ଏବଂ ବାର ମ୍ୟାନେଜରଙ୍କୁ ଗିରଫ କରାଯାଇଛି। 

ସୂଚନା ଅନୁସାରେ, ୧୭ ବର୍ଷୀୟ ନାବାଳକ ଗାଡି ପୁଣେରେ ରବିବାର ରାତି ପ୍ରାୟ ସାଢେ ଦୁଇଟା ସମୟରେ ଏହି ଲଗଜରୀ କାର ଏକ ବାଇକକୁ ଧକ୍କା ଦେଇଥିଲା। ବାଇକରେ ଥିବା ଦୁଇ ସଫ୍ଟୱେୟାର ଇଞ୍ଜିନିୟର ଅନିସ ଅଓ୍ବାଧିକ ଓ ଅଶ୍ବୀନ କୋସ୍ତା ଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ରାତିରେ ନାବାଳିକା ଜଣକ ତାଙ୍କ ସାଙ୍ଗମାନଙ୍କ ସହିତ ଦୁଇଟି ସ୍ଥାନରେ ମଦ୍ୟପାନ କରିଥିଲା। ତାଙ୍କ ସହ ଜଣେ ଡ୍ରାଇଭର ମଧ୍ୟ ଥିଲେ। ଏହି ଘଟଣାରେ ପୀଡିତଙ୍କ ପରିବାର କହିଛନ୍ତି, ଏହା ଦୁର୍ଘଟଣା ନୁହେଁ ହତ୍ୟା। କାରଣ ନାବାଳକ ପାଖରେ ଲାଇସେନ୍ସ ନଥିଲା, ସେ ମଦ ପିଇଥିଲେ।  କେବଳ ସେତିକି ନୁହେଁ ପୋର୍ସେ  କାରକୁ ଘଣ୍ଟାକୁ ୨୪୦ କିଲୋମିଟର ସ୍ପିଡ୍‌ରେ ଚଳାଉଥିଲେ।’

ଏହି ପୋର୍ସେ କାରର ମୂଲ୍ୟ ୧.୬୧ କୋଟିରୁ ୨.୪୪ କୋଟି ଟଙ୍କା ରହିଛି। ତେବେ ଦୁର୍ଘଟଣାଗ୍ରସ୍ତ ଗାଡିର କୌଣସି ପଞ୍ଜୀକରଣ କିମ୍ବା କୌଣସି ନମ୍ବର ପ୍ଲେଟ୍ ନଥିବା ନେଇ ପୋଲିସ ଜାଣିବାକୁ ପାଇଛି। ମଦ୍ୟପାନ କରି ଗାଡ଼ି ଚଳାଉଥିବା ନାବାଳକର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନଥିବା ନେଇ ପୋଲିସ ସୂଚନା ଦେଇଛି। ହିଟ୍ ଆଣ୍ଡ ରନ୍ ମାମଲାରେ ପୋଲିସ ପୋର୍ସେ କାର ଚଳାଉଥିବା ନାବାଳିକାର ଗିରଫ କରି  ଘଟଣାର ତଦନ୍ତକୁ ଆଗକୁ ବଢାଇଛି।

ଏଫଆଇଆର ଅନୁସାରେ, ନାବାଳକର ବାପା ଜାଣିଥିଲେ ଯେ, ତାଙ୍କ ପୁଅ ପାଖରେ ଲାଇସେନ୍ସ ନାହିଁ, କାର ଚଳାଇବାକୁ ଦେଇଥିଲେ। ତାକୁ ପାର୍ଟି ଓ ମଦ ପିଇବାକୁ ମଧ୍ୟ ବାରଣ କରୁନଥିଲେ। ପୀଡିତଙ୍କ ପରିବାର କହିଛନ୍ତି, ଅଭିଯୁକ୍ତର ଜାମିନ ରଦ୍ଦ କରାଯାଉ। ଉଲ୍ଲେଖନୀୟ ଯେ, ଗିରଫ ହେବାର ୧୫ ଘଣ୍ଟା ଭିତରେ ଅଭିଯୁକ୍ତ ନାବାଳକୁ ପୁନେ କୋର୍ଟ କିଛି ସର୍ତ୍ତ ସହ ବେଲ୍ ଦେଇଥିଲେ। ଅଭିଯୁକ୍ତ ସଡକ  ଦୁର୍ଘଟଣାର ପ୍ରଭାବ ଓ ସମାଧାନ ସମ୍ପର୍କରେ ୩୦୦ ଶବ୍ଦରେ ରଚନା ଏବଯ ଟ୍ରାଫିକ୍ ପୋଲିସ ସହ ୧୫ ଦିନ କାମ କରିବାକୁ ନିର୍ଦେଶ ଦେଇଥିଲେ।ଏହା ସହ ନିଶାମୁକ୍ତ କେନ୍ଦ୍ର ଯାଇ ମଦ ନିଶା ଛଡାଇବାକୁ କୁହାଯାଇଛି। ତେବେ ଅଭିଯୁକ୍ତର ବୟସ ୧୭ ବର୍ଷ ୮ ମାସ ହୋଇଥିବାରୁ ପୋଲିସ କହିଛି, ଦୁର୍ଘଟଣା କରିଥିବା ନାବାଳକ ଉପରେ ଆଡଲ୍ଟ ଅନୁସାରେ, ମାମଲା ଚାଲିବାକୁ  ହାଇକୋର୍ଟଙ୍କୁ ନିବେଦନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.