ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଦିବଂଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ଘରକୁ ଫେରିଲା ଖୁସି, ପୁତ୍ର ସନ୍ତାନ ଜନ୍ମଦେଲେ ମା’…

ନୂଆଦିଲ୍ଲୀ: ଦିବଂଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ପିତା ବାଲକୌର ସିଂ ପୁଣି ଥରେ ପିତା ହୋଇଛନ୍ତି । ବାଲକୌର ସିଂଙ୍କ ପତ୍ନୀ ଚରଣକୌର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ସେ ନିଜ ଛୋଟ ପୁଅର ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ପୁଅକୁ ସ୍ୱାଗତ କରିଛନ୍ତି । ବାଲକୌର ସିଂ ସେୟାର କରିଥିବା ଫଟୋରେ ସେ ତାଙ୍କ ଛୋଟ ପୁଅକୁ କୋଳରେ ଧରିଥିବାର ନଜର ଆସିଛନ୍ତି । ଏହା ବ୍ୟତୀତ ମୋସେୱାଲାର ଏକ ଫଟୋ ମଧ୍ୟ ତାଙ୍କ ପାଖରେ ରଖାଯାଇଥିବା ଦେଖିବାକୁ ମିଳୁଛି । 

ଫଟୋ ସେୟାର କରିବା ବେଳେ ସିଦ୍ଧୁ ମୋସେୱାଲାଙ୍କ ପିତା କ୍ୟାପସନରେ ଲେଖିଛନ୍ତି, “ଶୁଭଦୀପ (ସିଦ୍ଧୁ) କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ଆଶୀର୍ବାଦରେ ଭଗବାନ ଆମକୁ ଶୁଭର ସାନଭାଇ ଦେଇଛନ୍ତି । ୱେହେଗୁରୁଙ୍କ କୃପାରେ ପରିବାର ସମ୍ପୂର୍ଣ୍ଣ ଭଲରେ ଅଛି । ଭଲ ପାଇବା ପାଇଁ ସମସ୍ତ ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ। 

ଏହି ଫଟୋରେ ସିଦ୍ଧୁଙ୍କ ଯେଉଁ ଫଟୋ ରହିଥିବା ଦେଖିବାକୁ ମିଳୁଛି, ଏହା ଉପରେ ଲେଖା ଅଛିଯେ, ଲିଜେଣ୍ଡ କଦାପି ମରନ୍ତି ନାହିଁ । ତେବେ ସିଦ୍ଧୁଙ୍କ ମୃତ୍ୟୁର ପ୍ରାୟ ଦୁଇ ବର୍ଷ ପରେ ତାଙ୍କ ଘରକୁ ଖୁସି ଫେରିଛି । ଏହି ଖୁସିର ଅବସରରେ ଅନେକ ପ୍ରଶଂସକ ସୋସିଆଲ ମିଡିଆ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ।

ପଞ୍ଜାବୀ ମ୍ୟୁଜିକ ଇଣ୍ଡଷ୍ଟ୍ରିର ସିଦ୍ଧୁ ମୋସେୱାଲା ଏକ ବଡ ଚେହେରା ଥିଲେ । ସାରା ଦେଶରେ ତାଙ୍କର ବହୁତ ପ୍ରଶଂସକ ଥିଲେ । ୨୯ ମେ ୨୦୨୨ ରେ ତାଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା, ଯେଉଁଥିପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଏବଂ ଗୋଲଡି ବରାଡ ଦାୟୀ ବୋଲି କହିଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.