ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୀ ବାଣ ବିସ୍ପୋରଣ ଘଟଣା, ୪ ଅଭିଯୁକ୍ତ ଗିରଫ

ପୁରୀ, ୪/୬ : ନରେନ୍ଦ୍ର ପୋଖରୀ ବାଣ ବିସ୍ପୋରଣ ଘଟଣା। ଏଥିରେ ୪ ଅଭିଯୁକ୍ତ ଗିରଫ । ତେବେ ରବିବାର ଦିନ ନିମାପଡା ବ୍ଲକର ଚାରିଛକ ଥାନା ଅଞ୍ଚଳର ୪ ଜଣ ବାଣ ବେପାରୀକୁ ପୋଲିସ ଗିରଫ କରି କୁମ୍ଭାରପଡା ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ହୋଇଥିବା ୪ ଅଭିଯୁକ୍ତ ହେଲେ ଚାରିଛକ ଅଞ୍ଚଳର ପ୍ରଶାନ୍ତ କୁମାର ନାୟକ, ଟୁକୁ ରଞ୍ଜନ ସ୍ୱାଇଁ, ବୁଧି ଭୋଇ ଏବଂ ଜଗନ୍ନାଥ ରାଉତ ବୋଲି ଜଣାପଡିଛି । ପୋଲିସ ୧୮୧/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସୂଚନା ମୁତାବକ, ଗତ ୨୯ ତାରିଖ ଦିନ ମହାପ୍ରଭୁଙ୍କ ଭଉଁରୀ ଅବସରରେ ପୁରୀ ନରେନ୍ଦ୍ର ପୁଷ୍କରିଣୀର ଦେବୀଘାଟ ନିକଟରେ ବାଣ ବିସ୍ପୋରଣ ଘଟିଥିଲା । ଯେଉଁଥିରେ ୩୫ରୁ ଅଧିକ ବ୍ୟକ୍ତି ଆହାତ ହୋଇଥିଲେ । ଆହତମାନଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଓ କଟକର ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆହତଙ୍କ ମଧ୍ୟରୁ ଏବେ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ବିନା ଅନୁମତିରେ ବାଣ ଫୁଟାଇବା ଓ ଅଘଟଣକୁ ନେଇ ପୋଲିସ ପକ୍ଷରୁ ନିଜ ଆଡୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇବା ବେଳେ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.