ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭୁବନେଶ୍ୱର ରେଳଷ୍ଟେସନରେ କ୍ୟୁଆର କୋଡ୍‌ ବ୍ୟବସ୍ଥା, ମୋବାଇଲରେ ସ୍କାନ୍ କରି ଟିକେଟ କରିପାରିବେ ଯାତ୍ରୀ

ଭୁବନେଶ୍ୱର, ୨୦।୩: ଟ୍ରେନ୍‌ରେ ଯାତାୟାତ କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ରେଳ ଷ୍ଟେସନରେ ରହିବ ୱାନ୍‌ କ୍ୟୁଆର୍‌ କୋଡ୍‌ ମେସିନ । ଗତକାଲି ଭୁବନେଶ୍ୱର ରେଳ ଷ୍ଟେସନସ୍ଥିତ ଅନରିଜର୍ଭଡ ଟିକେଟିଂ ସିଷ୍ଟମ(ୟୁଟିଏସ) କାଉଣ୍ଟରରେ ପ୍ରଥମ ଥର ଏକ କ୍ୟୁଆର କୋଡ୍‌ ମେସିନ ସ୍ଥାପନ ହୋଇଛି । ଏହି ମେସିନରେ ଥିବା କ୍ୟୁଆର କୋଡରେ ମୋବାଇଲ ଯୋଗେ ସ୍କାନ କରି ଟିକେଟ କରିପାରିବେ ଯାତ୍ରୀ । ଯଦି ଚାହିଁବେ ଏଟିଭିଏମରୁ ହାର୍ଡ କପି ବାହାର କରିବେ ନହେଲେ ସଫ୍ଟ କପି ସାଙ୍ଗରେ ନେବେ । ଏଥିସହ ଟଙ୍କା ପଇଠ ମଧ୍ୟ ଡିଜିଟାଲ ମାଧ୍ୟମରେ ହେବ । 

ତେଣୁ ଯେଉଁମାନେ କ୍ୟାସଲେସ ଚାହୁଁଥିବେ ସେମାନଙ୍କ ପାଇଁ ଏହା ବିଶେଷଭାବେ ସୁବିଧା ହେବ । ପୂର୍ବରୁ ଏଟିଭିଏମ ରେଳ ବିଭାଗ ତରଫରୁ ଆଗକୁ ସମସ୍ତ ରେଳ ଷ୍ଟେସନରେ ଏଭଳି ସୁବିଧା ଉପଲବ୍ଧ ହେବ । ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଅଟୋମେଟିକ୍‌ ଭେଣ୍ଡିଂ ଟିକେଟ୍‌ ମେସିନ ରହିଛି । ଏଥିରେ ମଧ୍ୟ ଟିକେଟ ହେଉଥିଲା । ହେଲେ ଏଥିରେ କ୍ୟାସଲେସ ବ୍ୟବସ୍ଥା ନଥିଲା । ଅପରପକ୍ଷେ, କ୍ୟୁଆର କୋଡ୍‌ ଟିକେଟିଂ ବ୍ୟବସ୍ଥା ଯୋଗୁ ପଞ୍ଜିକରଣ କେନ୍ଦ୍ରରୁ ଭିଡ଼ କମିବ ବୋଲି ଜଣେ ରେଳ ଯାତ୍ରୀ କହିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.