ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ତେଜୁଛି କ୍ୱାଲିଟି ବିବାଦ: ପ୍ରଭାବିତ ହୋଇପାରେ ୫୦% ମସଲା ରପ୍ତାନି

ନୂଆଦିଲ୍ଲୀ,୦୩/୦୪: ଭାରତୀୟ ମସଲାର ଗୁଣବତ୍ତାକୁ ନେଇ ଇତିମଧ୍ୟରେ ବିଭିନ୍ନ ଦେଶ ପ୍ରଶ୍ନ ଉଠାଇଛନ୍ତି । ଭାରତରେ ପ୍ରସ୍ତୁତ ୪ଟି ତରକାରୀ ମସଲାରେ କ୍ୟାନସର ସୃଷ୍ଟିକାରୀ କେମିକାଲ୍ସ ରହିଥିବା ଅଭିଯୋଗ ଆସିଛି । ଏଭରେଷ୍ଟ ଏବଂ ଏମ୍‌ଡିଏଚ୍‌ ଭଳି ଭାରତର ଦୁଇଟି ଲୋକପ୍ରିୟ ବ୍ରାଣ୍ଡର ଏହି ମସଲାଗୁଡ଼ିକୁ ନାଲି ପତାକା ଦେଖାଇଛନ୍ତି ହଂକଂ ଏବଂ ସିଙ୍ଗାପୁର । ଏହି ଦୁଇ ରାଷ୍ଟ୍ର ସହିତ ଆମେରିକା, ଅଷ୍ଟ୍ରେଲିଆ ଏବଂ ଏବେ ମାଳଦୀପ ମଧ୍ୟ ଭାରତୀୟ ମସଲାର ଗୁଣବତ୍ତା ଉପରେ ଆପତ୍ତି ଆଣିଛି । ଏହି ବିବାଦ ମଧ୍ୟରେ ଭାରତର ୫୦% ମସଲା ରପ୍ତାନି ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ । 

୨୦୨୩-୨୪ ଆର୍ଥିକବର୍ଷରେ ଭାରତ ପ୍ରାୟ ୬୯୨.୫ ନିୟୁତ ଡଲାର ମୂଲ୍ୟର ମସଲା ଉପରୋକ୍ତ ରାଷ୍ଟ୍ରଗୁଡ଼ିକୁ ରପ୍ତାନି କରିଥିଲା । ଏଭଳି କ୍ଷେତ୍ରରେ କାରବାର ବଡ଼ ଆକାରରେ ପ୍ରଭାବିତ ହୋଇପାରେ  । ପୁଣି ଚୀନ୍‌ ଯଦି ଭାରତୀୟ ମସଲାକୁ ନେଇ ସମାନ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଏ ତେବେ ୨୧୭ କୋଟି ଡଲାର ମୂଲ୍ୟର ମସଲା ରପ୍ତାନି ଠପ୍‌ ହୋଇଯାଇପାରେ ବୋଲି ଥିଙ୍କ୍‌ ଟ୍ୟାଙ୍କ୍‌ ଗ୍ଲୋବାଲ  ଟ୍ରେଡ୍‌ ରିସର୍ଚ୍ଚ ଇନିସିଏଟିଭ୍‌(ଜିଟିଆର୍‌ଆଇ)ର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ ପ୍ରକାଶ କରିଛନ୍ତି । ତେବେ ଉପରୋକ୍ତ ରାଷ୍ଟ୍ରଗୁଡ଼ିକର ପଦାଙ୍କ ଯଦି ୟୁରୋପୀୟ ଦେଶଗୁଡ଼ିକ ଅନୁକରଣ କରନ୍ତି ତେବେ ସ୍ଥିତି ଆହୁରି ଖରାପ ହୋଇଯାଇପାରେ । କାରଣ ୟୁରୋପୀୟ ସଂଘ ଭାରତୀୟ ମସଲାର କ୍ୱାଲିଟିକୁ ନେଇ ଅନେକ ଥର ଅଭିଯୋଗ ଆଣିଛି ।  ଯଦି ୟୁରୋପୀୟ ସଂଘ ବି ଭାରତୀୟ ମସଲାକୁ ନେଇ ଉପରୋକ୍ତ ରାଷ୍ଟ୍ରଗୁଡ଼ିକ ଭଳି କାର୍ଯ୍ୟାନୁଷ୍ଠାନ ନିଏ ତେବେ ଆହୁରି ୨୫୦ କୋଟି ଡଲାର ମୂଲ୍ୟର ରପ୍ତାନି ବ୍ୟାହତ ହୋଇପାରେ ।  ସୂଚନାଯୋଗ୍ୟ, ୨୦୨୩-୨୪ ଆର୍ଥିକବର୍ଷରେ ଭାରତରୁ ମୋଟ ୪୨୦ କୋଟି ଡଲାର ମୂଲ୍ୟର ମସଲା ବିଦେଶକୁ ରପ୍ତାନି ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.