ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ସାବଧାନ ରୁହ ଅମାନିଆ ଗାଡ଼ି ଚାଳକ, ୩୦୦ ମିଟର ଦୂରରୁ ଧରୁଛି ରାଡାର: ଦିନକରେ ୬ ହଜାର ଅମାନିଆ ଚିହ୍ନଟ

ଭୁବନେଶ୍ୱର,୦୯/୦୭: ଭୁବନେଶ୍ୱର-ପୁରୀ  ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ଦ୍ରୁତଗତିରେ ଗାଡି ଚଲାଇଲେ ଆଉ ନିସ୍ତାର ମିଳିବନି । ଉଚ୍ଚ କ୍ଷମତାସମ୍ପନ୍ନ  ରାଡାର ୩୦୦ ମିଟର ଦୂରରୁ ଦ୍ରୁତଗାମୀ ଗାଡିକୁ ଚିହ୍ନଟ  କରୁଛି । ଅଟୋମେଟିକ୍‌ ନମ୍ବର ପ୍ଲେଟ୍‌ ରେକଗନାଇଜେସନ (ଏଏନ୍‌ପିଆର) କ୍ୟାମେରା ଉକ୍ତ ଗାଡିର ନମ୍ବର ପ୍ଲେଟ୍‌ର  ଫଟୋ ଉଠାଉଛି । ୩୧୬ନଂ ଏନ୍‌ଏଚ୍‌ରେ ଅମାନିଆଙ୍କୁ ଚିହ୍ନଟ  କରୁଛି ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ  ସିଷ୍ଟମ (ଆଇଇଏମ୍‌ଏସ୍‌) । ପ୍ରଥମ ଦିନରେ ପାଖାପାଖି  ୬ ହଜାର ଅମାନିଆ ଚିହ୍ନଟ ହୋଇଛନ୍ତି । ଏଥିରୁ ଅଧିକାଂଶ  ବିନା ହେଲ୍‌ମେଟ୍‌ରେ ଯାତ୍ରା କରୁଥିଲେ । ଗୋଟିଏ ବାଇକ୍‌ରେ ଏକାବେଳକେ ୩ ଜଣ ଯାତ୍ରା କରୁଥିଲେ ।  

ଯୁଗ୍ମ ପରିବହନ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତି  କହିଛନ୍ତି, ଏଭଳି ସ୍ୱତନ୍ତ୍ର ପ୍ରୋଜେକ୍ଟ ଦେଶରେ ପ୍ରଥମ । କାହିଁକିନା, ପ୍ରଥମ ଥର ପାଇଁ ଗ୍ୟାଣ୍ଟ୍ରି ପୋଲରେ ଉଚ୍ଚ  କ୍ଷମତା ସମ୍ପନ୍ନ ରାଡାର ଲାଗିଛି । ଯାହାକି, ଘଣ୍ଟା ପ୍ରତି  ୩୦୦ କିମି ସ୍ପିଡ୍‌ରେ ଯାଉଥିବା ଗାଡିକୁ ଚିହ୍ନଟ କରିବାର କ୍ଷମତା ରଖୁଛି । ପୂର୍ବରୁ ଏହି ସିଷ୍ଟମ ଜରିଆରେ ଘଣ୍ଟା ପ୍ରତି ମାତ୍ର ୧୫୦ କିମି ସ୍ପିଡ୍‌ରେ ଯାଉଥିବା ଗାଡିକୁ ଚିହ୍ନଟ  କରାଯାଇ ପାରୁଥିଲା । 

ଗୋଟିଏ ଗ୍ୟାଣ୍ଟ୍ରି ପୋଲ୍‌ରେ ୨ଟି ଏଏନ୍‌ପିଆର  କ୍ୟାମେରା ଓ ଗୋଟିଏ ରାଡାର ଖଞ୍ଜାଯାଇଛି ।  କ୍ୟାମେରାଗୁଡି଼କ ୧୦୦ ମିଟର ଦୂରରୁ ଫଟୋ ଉଠାଇ  ପାରୁଛି । ରାଡାରଟି ୩୦୦ ମିଟର ଦୂରରୁ ଆସୁଥିବା  ଦ୍ରୁତଗାମୀ ଗାଡି଼କୁ ଚିହ୍ନଟ କରିପାରୁଛି । ଆର୍ଟିଫିସସସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ) ଯୋଗେ ‘ଏଏନ୍‌ପିଆର୍‌’  କ୍ୟାମେରାକୁ ଫଟୋ ଉଠାଇବା ପାଇଁ କମାଣ୍ଡ ଆପେ  ଯିବ । ଆଖି ପଲକ ପକାଇବା ପୂର୍ବରୁ ଗ୍ଲୋବାଲ ସର୍ଟର  ଯୋଗେ ଦ୍ରୁତଗାମୀ ଗାଡି଼ର ନମ୍ବର ପ୍ଲେଟ୍‌ର ଫଟୋ ଉଠାଇବ  ଏଏନ୍‌ପିଆର୍‌ କ୍ୟାମେରା।  

ଦ୍ରୁତଗାମୀ ଗାଡି ଚିହ୍ନଟ ପାଇଁ ଗୋଟିଏ ସ୍ୱତନ୍ତ୍ର  ଏଏନ୍‌ପିଆର୍‌ କ୍ୟାମେରା ଅଛି । ଅନ୍ୟ ଏଏମ୍‌ପିଆର  କ୍ୟାମେରା ଯୋଗେ ବିନା ହେଲମେଟ୍‌, ଟ୍ରିପଲ ରାଇଡିଂ  କରୁଥିବା ବାଇକ୍‌ର ନମ୍ବର ପ୍ଲେଟ୍‌ର ଫଟୋ ଉଠାଯାଉଛି ।  ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା କଣ୍ଟ୍ରୋଲ ରୁମ୍‌ରେ ଅମାନିଆଙ୍କ ଗାଡି଼ର ନମ୍ବର ପ୍ଲେଟ୍‌ ଚିହ୍ନଟ  କରାଯାଉଛି । ପାଖାପାଖି ୧୫ରୁ ଅଧିକ କର୍ମଚାରୀ ଏହି  କାମରେ ଲାଗିଛନ୍ତି । ସୂଚନାଥାଉକି, ବର୍ତ୍ତମାନ ଚିହ୍ନଟ  ହୋଇଥିବା ଅମାନିଆଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ  ନିଆଯାଇନାହିଁ । ଆଗକୁ ପରିବହନ ବିଭାଗ ପକ୍ଷରୁ  ସାଧାରଣ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ଅମାନିଆଙ୍କ  ମୋବାଇଲ୍‌ ଓ ଠିକଣାକୁ ଇ-ଚାଲାଣ ପଠାଯିବ । 

ଆଗକୁ ଆହୁରି ୧୪ ଗ୍ୟାଣ୍ଟ୍ରି ପୋଲ୍‌  ଭୁବନେଶ୍ୱର, ପୁରୀ, କୋଣାର୍କ ରାସ୍ତାରେ ସବୁବେଳେ  ପର୍ଯ୍ୟଟକ ଓ ଭକ୍ତଙ୍କ ଭିଡ଼ ଲାଗି ରହୁଛି । ଭୁବନେଶ୍ୱର-ପୁରୀ  ଏନ୍‌ଏଚ୍‌କୁ ସଂଲଗ୍ନ ଥିବା ଅନ୍ୟ ରାଜ୍ୟ ରାଜପଥକୁ ମଧ୍ୟ  ଆଇଇଏମ୍‌ଏସ ବ୍ୟବସ୍ଥା ସହ ଯୋଡ଼ାଯିବ । ଆଗକୁ ପୁରୀ-କୋଣାର୍କ, କାକଟପୁର-ପିପିଲି, କୋଣାର୍କ-କାକଟପୁର  ରାସ୍ତାରେ ଆହୁରି ୧୪ଟି ଗ୍ୟାଣ୍ଟ୍ରି ପୋଲ୍‌ ନିର୍ମାଣ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.