ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

‘ଟିକେ ଚାପ ପଡିବା ମାତ୍ରେ ୟୁଟର୍ଣ୍ଣ ନେଇଗଲେ’, ନାଁ ନନେଇ ନୀତୀଶଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

Published By : Prameya | January 30, 2024 6:14 PM

ନୂଆଦିଲ୍ଲୀ,୩୦।୧: ବିହାରରେ ରାଜନୈତିକ ଘଟଣାକ୍ରମରୁ ଇଣ୍ଡିଆ ମେଣ୍ଟକୁ ଲାଗିଥିବା ଝଟକା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର ନୀତୀଶ କୁମାରଙ୍କୁ ନେଇ ବୟାନ ଦେଇଛି। ସେ ବିହାର ମୁଖ୍ୟମନ୍ତ୍ରୀଙ୍କ ନାଁ ନନେଇ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି, ଅଳ୍ପ ଚାପ ପଡିବା ମାତ୍ରେ ସେ (ନୀତୀଶ କୁମାର) ୟୁ ଟର୍ଣ୍ଣ ନେଇଗଲେ। ଉଲ୍ଲେଖନୀୟ ଯେ, ଭାରତ ଯୋଡ ନ୍ୟାୟ ଯାତ୍ରା ବିହାରରେ ପ୍ରବେଶ କରିସାରିଛି। ଏହି ସମୟରେ ରାହୁଲ କହିଛନ୍ତି, ଅଳ୍ପ ଚାପ ପଡିବା ମାତ୍ରେ ସେ ୟୁର୍ଟ୍ଣ ନେଇଗଲେ। କିନ୍ତୁ ଚାପ କାହିଁକି ? କାରଣ ଆମର ମେଣ୍ଟ ସେହି ପ୍ରସଙ୍ଗକୁ ଉଠାଉଛି, ଯାହା ଲୋକଙ୍କ ପାଇଁ କିଛି ମୂଲ୍ୟ ରଖେ।

ରାହୁଲ କହିଛନ୍ତି ଏବେ ଯେତେବେଳେ ଅଖିଳେଶଙ୍କ ଭାଷଣ ଚାଲିଥିଲା,  ବଘେଲ ମତେ ଜୋକ୍ ଶୁଣାଇଥିଲେ। ଆପଣଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଜୋକ୍। ଆପଣଙ୍କ ମୁଖ୍ୟମନ୍ତ୍ରୀ ଗର୍ଭନରଙ୍କ ନିକଟକୁ ଶପଥ ପାଠ କରିବାକୁ ଯାଇଥିଲେ। ବଡ଼ ଧୁମଧାମ୍‌ରେ ଶପଥପାଠ ଉତ୍ସବ ଆୟୋଜନ ହୋଇଥିଲା।  ସେଠାରେ ବିଜେପିର ନେତା ଓ ଗଭର୍ଣ୍ଣର ଉପସ୍ଥିତ ଥିଲେ। ଶପଥ ନେବାପରେ ନୀତୀଶ ଘରକୁ ଫେରି ଆସିଥିଲେ। ପରେ ତାଙ୍କୁ ଜଣାପଡିଥିଲା ତାଙ୍କ ସଲ୍ ଗଭର୍ଣ୍ଣର ହାଉସ୍‌ରେ ରହିଯାଇଛି। ଏହାପରେ ସେ ଡ୍ରାଇଭରଙ୍କୁ ଗର୍ଭଣ୍ଣର ହାଉସ ପୁଣିଥରେ ଯିବାକୁ କହିଥିଲେ। ଯେତେବେଳେ ଗଭର୍ଣ୍ଣରଙ୍କ ପାଖରେ ପହଁଞ୍ଚିଥିଲେ ତାଙ୍କୁ ଦେଖି ସେ  କହିଥିଲେ, ଆରେ ଏତେ ଶୀଘ୍ର ଆସିଗଲେ ? ଏଭଳି ସ୍ଥିତି ରହିଛି ବିହାରର। ଅଳ୍ପ ଚାପ ପଡିବା ମାତ୍ରେ ୟୁଟର୍ଣ୍ଣ ନେଇଯାଉଛନ୍ତି।

କଂଗ୍ରେସ ନେତା ଆଗକୁ କହିଛନ୍ତି, ଜାଣନ୍ତି କି ନୀତୀଶ କାହିଁକି ଫଶିଗଲେ? ମୁଁ ତାଙ୍କୁ ସିଧା ସଳଖ କହିଥିଲି ଆପଣଙ୍କୁ ବିହାରରେ ଜାତୀୟ ଜନଗଣନା କରିବକୁ ହେବ। ଆମେ ଆରଜେଡି ସହ ମିଶି ନୀତୀଶଙ୍କ ଉପରେ ସର୍ଭେ କରିବାକୁ ଜୋର ଦେଇଥିଲୁ। ଏଥିରେ ବିଜେପି ଡରିଗଲା।ସେ ଏହି ଯୋଜନାର ବିରୋଧରେ ରହିଛି। ନୀତୀଶ ଫଶି ଗଲେ ଓ ବିଜେପି ତାଙ୍କୁ ଏଥିରୁ ମୁକ୍ତ କରିବା ପାଇଁ ବ୍ୟାକ୍‌ ଡୋର ବାଟ ଦେଖାଇଲା। ଲୋକଙ୍କୁ ସାମାଜିକ ନ୍ୟାୟ ଦେବା ଆମ ମେଣ୍ଟର ଦାୟିତ୍ବ ଓ ଏଥିପାଇଁ ଆମକୁ ନୀତୀଶଙ୍କ ଦରକାର ନାହିଁ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.