ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋର୍ଟ, ମିଡିଆ ଓ ନିର୍ବାଚନ କମିଶନ୍ ସମସ୍ତେ ଚୁପ୍, ଦୁନିଆର ସବୁଠୁ ବଡ ଗଣତନ୍ତ୍ର ଦେଶ କଥା ମିଛ: କଂଗ୍ରେସର ଆକାଉଣ୍ଟ ଫ୍ରିଜ୍ ହେବା ପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୨୧।୩: ଦଳର ଆକାଉଣ୍ଟ ଫ୍ରିଜ୍ କରିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର। ଏହା ସହ ସେ କହିଛନ୍ତି ଦେଶରେ କୌଣସି ଲୋକତନ୍ତ୍ର ନାହିଁ।  ଦୁନିଆର ସବୁଠୁ ବଡ ଗଣତାନ୍ତ୍ରିକ ଦେଶ ହେବାର କଥା ମିଥ୍ୟା ମିଛ। ଭାରତର ସବୁଠୁ ବଡ ବିରୋଧୀ ଦଳର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ଦିଆଯାଇଛି। ନେତାମାନଙ୍କୁ ସାହାଯ୍ୟ କରିବା ପାଇଁ ଆଜି କଂଗ୍ରେସର ପାଖରେ ୨ ଟଙ୍କା ବି ନାହିଁ ।  ଏପରିକି ଟିକେଟ କିଣିବାକୁ ମଧ୍ୟ ଟଙ୍କା ନାହିଁ। 

ଦେଶର ସମସ୍ତେ ଜାଣନ୍ତି ଜଣଙ୍କର ବ୍ୟାଙ୍କ ଆକାଉଣ୍ଟ, ଏଟିଏମ କାର୍ଡ ଓ  ତାଙ୍କର ଆର୍ଥିକ ପରିଚୟ ଲିଭାଯିବା ପରେ କେତେ ଅସୁବିଧା ଆସେ। ଯଦି ଏହା କୌଣସି ପରିବାର ପ୍ରତି କରାଯାଇଥାଏ, ତେବେ ସେ ଅନାହାରରେ ମରିଯିବ। ଯଦି କୌଣସି ବ୍ୟବସାୟୀଙ୍କ ସହ କରାଯାଏ ତେ‌ବେ ସେ ବରବାଦ୍ ହୋଇଯିବେ।  କଂଗ୍ରେସ ସହିତ ସମାନ କାର୍ଯ୍ୟ କରାଯାଇଛି। ଆମେ ଆମର ନେତା ଓ କର୍ମୀଙ୍କୁ ଟଙ୍କା ଦେବାକୁ ସକ୍ଷମ ନୁହଁ, କାରଣ  ମାସକ ପୂର୍ବରୁ ଆମର ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିଲା।"

ସରକାର ଆକାଉଣ୍ଟକୁ ଫ୍ରିଜ୍ କରିଥିବାର ଅଭିଯୋଗ କରି କଂଗ୍ରେସ ନେତା କହିଛନ୍ତି, "ଆମର ନେତାମାନେ ବିମାନ ଓ ଟ୍ରେନରେ ମଧ୍ୟ ଯାତ୍ରା କରିପାରୁନାହାନ୍ତି। ଆମ ନେତାମାନଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ପଠାଇବା ଆମ ପାଇଁ କଷ୍ଟକର। ଆମେ ବିଜ୍ଞାପନ ଦେବାକୁ ମଧ୍ୟ ସକ୍ଷମ ନୁହେଁ। ଦେଶର ୨୦ ପ୍ରତିଶତ ଲୋକ ଆମକୁ ଭୋଟ୍ ଦିଅନ୍ତି, କିନ୍ତୁ ଆଜି ଆମେ ୨ ଟଙ୍କା ଦେବାକୁ ସକ୍ଷମ ନୁହଁ।  ନିର୍ବାଚନରେ ଆମକୁ ଅକ୍ଷମ କରିବା ପାଇଁ ଏଭଳି ଷଡଯନ୍ତ୍ର କରାଯାଇଛି। "

ରାହୁଲ ସମ୍ବିଧାନିକ ସଂସ୍ଥା ଗୁଡିକ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।  ସେ କହିଛନ୍ତି କୋର୍ଟ, ନିର୍ବାଚନ କମିଶନ୍ ଓ ଅନ୍ୟ ସଂସ୍ଥା ଏହି ସବୁ ହେଉଥିବାର ଦେଖୁଛନ୍ତି, କିନ୍ତୁ କିଛି କହୁ ନାହାନ୍ତି। ନିର୍ବାଚନ କମିଶନ୍ ମଧ୍ୟ କିଛି କହୁ ନାହାନ୍ତି। ଏହା ଅପରାଧିକ କାର୍ଯ୍ୟ। ଭାରତରେ ଲୋକତନ୍ତ୍ର ଅଛି, ଏହା ସମ୍ପୂର୍ଣ୍ଣ ମିଛ କଥା। ଭାରତରେ କୌଣସି ଲୋକତନ୍ତ୍ର ନାହିଁ। ଦୁନିଆର ସବୁଠାରୁ ବଡ ଲୋକତନ୍ତ୍ର ଦେଶ ହେବା କଥା ମିଛ। କାରଣ ଦେଶର ସବୁଠାରୁ ବଡ଼ ବିରୋଧି ଦଳର ଆକଉଣ୍ଟ ଫ୍ରିଜ୍ କରି ଦିଆଯାଇଛି। ଆମ ଆକାଉଣ୍ଟକୁ ନେଇ ପାର୍ଟିକୁ ଦୁଇଟି ନୋଟିସ ମିଳିଛି। ଗୋଟିଏ ନୋଟିସ୍ ୯୦ ଦଶକର, ସେଭଳି ଅନ୍ୟଟି ୭ ବର୍ଷ ପୁରୁଣା। ଯେଉଁ ମାମଲାରେ ଆମକୁ ନୋଟିସ୍ ମିଳିଛି, ସେଥିରେ ଅଧିକାଂଶ ୧୦ ହଜାର ଟଙ୍କା ଲାଗିଥାଏ, କିନ୍ତୁ ଆମକୁ ଦଣ୍ଡ ଦିଆଯାଉଛି। ଏସବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ କରୁଛନ୍ତି।’

  • prameyanews
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.