ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ରାହୁଲ ଗାନ୍ଧୀ ହୁଅନ୍ତୁ ବିରୋଧୀ ଦଳ ନେତା’, କଂଗ୍ରେସ ସାଂସଦଙ୍କ ଦାବି... CWC ବୈଠକରେ ନିର୍ବାଚନୀ ରେଜଲ୍ଟ ଉପରେ ମନ୍ଥନ

ନୂଆଦିଲ୍ଲୀ,୮।୬: ଲୋକସଭା ନିର୍ବାଚନର ଫଳାଫଳ ପରେ ଏବେ ସ୍ପଷ୍ଟ ହୋଇଯାଇଛି ଯେ, ଏଥର ଏନ୍‌ଡିଏର ସରକାର ଗଠନ ହେବାକୁ ଯାଉଛି। ଶନିବାର କଂଗ୍ରେସର ଓ୍ବାର୍କିଂ କମିଟି ଓ କଂଗ୍ରେସ ସଂସଦୀୟ ଦଳ ନେତାଙ୍କ ବୈଠକ ଚାଲିଛି। ବୈଠକରେ ନବ ନିର୍ବାଚିତ ସାଂସଦ ଯୋଗ ଦେଉଛନ୍ତି।ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ମାଲିକାର୍ଜୁନ ଖଡଗେ ଏଥିରେ ଯୋଗ ଦେଇଛନ୍ତି। ଅଧିକାଂଶ ସାଂସଦ ଚାହୁଁଛନ୍ତି ଯେ, ଏଥର ରାହୁଲ ବିରୋଧି ଦଳ ନେତା ହୁଅନ୍ତୁ।

ଏଥର ସବୁଠାରୁ ବଡ ବିରୋଧି ଦଳ ହୋଇଥିବାକୁ କଂଗ୍ରେସ ନେତାଙ୍କୁ ବିରୋଧି ଦଳ ନେତା ମାନ୍ୟତା ଦିଆଯିବ କଂଗ୍ରେସ ଏହି ନିର୍ବାଚନରେ ୯୯ ସିଟ୍ ଜିତିଛି ଓ ବିରୋଧି ନେତା ହେବା ପାଇଁ ସବୁଠାରୁ ବଡ ବିରୋଧି ଦଳ ପାଖରେ ଅତି କମ୍ରେ ମୋଟ୍ ସିଟ୍‌ର ୧୦% ଅର୍ଥାତ ୫୫ ସିଟ୍ ରହିବା ଦରକାର। ଏବେ ଏହି ପଦ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସବୁଠାରୁ ବଡ ଦାବିଦାର। ପାର୍ଟି ଭିତରେ ଚର୍ଚ୍ଚା ହେଉଛି ରାହୁଲଙ୍କୁ ବିରୋଧି ଦଳ ନେତା ଦାୟିତ୍ବ ଦିଆଯିବା ଦରକାର।

କଂଗ୍ରେସର ବରିଷ୍ଠ ନେତା ଓ ରାଜ୍ୟସଭା ସାଂସଦ ପ୍ରମୋଦ ତିଓ୍ବାରୀ ଫଳାଫଳ ଆସିବା ପରେ କହିଥିଲେ, ଆମେ କହିବାକୁ ଚାହୁଁଛୁ ଯେ, ରାହୁଲ ଗାନ୍ଧୀ ସଂସଦରେ ବିରୋଧି ଦଳ ନେତା ଦାୟିତ୍ବ ଗ୍ରହଣ କରିଛନ୍ତି। ସେଭଳି ସିଡ୍ଲୁସି ବୈଠକ ପାଇଁ ଦିଲ୍ଲୀ ପହଁଞ୍ଚିଥିବା କଂଗ୍ରେସ ସାଂସଦ ଡିନ୍ କରିୟାକୋସ୍ କହିଛନ୍ତି, ରାହୁଲଙ୍କୁ ବିରୋଧି ଦଳ ନେତା  ହେବା ଦରକାର। ସେଭଳି ସିଡବ୍ଲୁସି ବୈଠକ ପୂର୍ବରୁ ରାହୁଲଙ୍କୁ ବିରୋଧି ଦଳ ନେତା କରିବାକୁ ଦାବି ହୋଇଛି। ଦିଲ୍ଲୀରେ ରାହୁଲ-ପ୍ରିୟଙ୍କା ସେନା ଅଧ୍ୟକ୍ଷ ଜଗଦୀଶ ଶର୍ମା ପ୍ରଦର୍ଶନ କରୁଛନ୍ତି। ସେ କହିଛନ୍ତି, ମୁଁ ଓ ସବୁ କଂଗ୍ରେସ  ନେତା ବିରୋଧ ନେତା ଚାହୁଁ ଯେ, ରାହୁଲ ଲୋକସଭାରେ ବିରୋଧି ଦଳ ନେତା ହୁଅନ୍ତୁ। ଲୋକସଭାରେ ମୋଦିଙ୍କ ଗ୍ୟାରେଣ୍ଟିର ପୋଲ୍‌ ରାହୁଲ ଖୁବ୍ ଦମଦାର ଭାବରେ ଖୋଲି ପାରିବେ।’

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.