ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

କାହିଁକି ଅଯୋଧ୍ୟାରେ ନିର୍ବାଚନ ହାରିଲା ବିଜେପି ? ରାହୁଲ୍ ଗାନ୍ଧୀ କହିଲେ…

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ବିଜେପିକୁ ଏକ ବଡ ଝଟକା ଦେଇଛି । କାରଣ ବିଜେପି ଏଥର ୪ଶହ ଆସନ ପାର୍ କରିବାକୁ ଦାବି କରୁଥିଲା, ହେଲେ ଫଳାଫଳ କିନ୍ତୁ ଓଲଟା ଥିଲା । ବିଜେପି କେବଳ ୨୪୦ ଟି ଆସନ ଜିତିଛି। ଆଉ ସବୁଠାରୁ ବଡ କଥା ହେଲା, ଅଯୋଧ୍ୟାରେ ବିଜେପି ସବୁଠାରୁ ବଡ ଝଟକା ପାଇଛି । ଫୈଜାବାଦ ଲୋକସଭା ଆସନରେ ସମାଜବାଦୀ ପାର୍ଟିର ଅବଦେଶ ପ୍ରସାଦ ବିଜେପିର ଲଲୁ ସିଂଙ୍କୁ ପରାସ୍ତ କରିଛନ୍ତି । ଆଉ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଯୋଧ୍ୟାରେ ବିଜେପିର ପରାଜୟର କାରଣ ଦେଇଛନ୍ତି ।

କେରଳର ୱାୟାନାଡ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ଗତ ଦଶ ବର୍ଷ ମଧ୍ୟରେ ଗୋଟିଏ ସମ୍ପ୍ରଦାୟକୁ ଅନ୍ୟ ସମ୍ପ୍ରଦାୟ ବିରୁଦ୍ଧରେ ଲଢେଇ କରିବା ପାଇଁ କାର୍ଯ୍ୟ କରିଛନ୍ତି। ନିର୍ବାଚନରେ ମୋଦୀ ଜୀ ସମ୍ବିଧାନ ରଦ୍ଦ କରିବା କଥା କହୁଥିଲେ । କିନ୍ତୁ ଦେଶର ଲୋକମାନେ ତାଙ୍କୁ ଜବାବ ଦେଇଛନ୍ତି । ମୋଦୀ କେବଳ ଆଦାନୀ ଏବଂ ଅମ୍ବାନୀଙ୍କ ପାଇଁ କାମ କରନ୍ତି, ସେ ଦେଶର ଗରିବ ଲୋକଙ୍କ ପାଇଁ କାମ କରନ୍ତି ନାହିଁ । 

ରାହୁଲ ଗାନ୍ଧୀ କହିଛନ୍ତି ଯେ ଅଯୋଧ୍ୟାରେ ବିଜେପି ହାରିଛି, ସେମାନେ ଉତ୍ତରପ୍ରଦେଶରେ ହାରିଛନ୍ତି। ସେମାନେ ହାରିଛନ୍ତି କାରଣ ସେମାନେ ଭାରତର ବିଚାରଧାରା ଉପରେ ଆକ୍ରମଣ କରୁଥିଲେ। ଆମ ସମ୍ବିଧାନରେ ଭାରତକୁ ଏକ ସଂଘ ବୋଲି କୁହାଯାଇଛି । ଭାରତ ହେଉଛି ରାଜ୍ୟ, ଭାଷା, ଇତିହାସ, ସଂସ୍କୃତି, ଧର୍ମ ଏବଂ ପରମ୍ପରାର ଏକ ମିଳନ । ଆପଣ ସମସ୍ତେ ନିଶ୍ଚୟ ଫଟୋ ଦେଖିଥିବେ ଯେ ନରେନ୍ଦ୍ର ମୋଦୀ ସମ୍ବିଧାନକୁ ତାଙ୍କ ମୁଣ୍ଡ ଉପରେ ରଖିଛନ୍ତି । ଜନସାଧାରଣ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ଯେ, ଆପଣ ସମ୍ବିଧାନରେ ପରିବର୍ତ୍ତନ କରିପାରିବେ ନାହିଁ ।

କଂଗ୍ରେସ ନେତା ଆହୁରି କହିଛନ୍ତି ଯେ, ଯେତେବେଳେ ନିର୍ବାଚନ ଆରମ୍ଭ ହୋଇଥିଲା, ବିଜେପିକୁ ସମର୍ଥନ କରୁଥିବା ଗଣମାଧ୍ୟମ କହିଥିଲେ ଯେ ସେମାନେ ୪ ଶହ ଆସନ ପାଇବେ। ପ୍ରଧାନମନ୍ତ୍ରୀ ନିଜେ ୪ଶହରୁ ଅଧିକ କହୁଥିଲେ । ସେମାନଙ୍କର ସମସ୍ତ ବରିଷ୍ଠ ନେତା ୪ ଶହ ଅତିକ୍ରମ କରିବା ବିଷୟରେ କହୁଥିଲେ। ଏକ ମାସ ପରେ ସେମାନେ ୩ ଶହ ପାର୍ କହିବା ଆରମ୍ଭ କଲେ । କିଛି ସମୟ ପରେ ୨ ଶହ ଏବଂ ସମସ୍ତେ ନିର୍ବାଚନର ଫଳାଫଳ ମଧ୍ୟ ଦେଖିଲେ । ସମଗ୍ର ଗଣମାଧ୍ୟମ I.N.D.I.A ସହଯୋଗୀ ଦଳ ବିରୁଦ୍ଧରେ ଥିଲା । ସିବିଆଇ, ଇଡି ଏବଂ ସମଗ୍ର ପ୍ରଶାସନ ଆମ ବିରୁଦ୍ଧରେ ଥିଲେ । ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅନୁକୂଳ ନିର୍ବାଚନ ରୂପରେଖ ପ୍ରସ୍ତୁତ କରିଥିଲେ । ସମସ୍ତ ଉଦ୍ୟମ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ବାରାଣାସୀରେ ପରାଜୟରୁ ଅଳ୍ପକେ ବର୍ତ୍ତିଗଲେ। ଅଯୋଧ୍ୟାରେ ମଧ୍ୟ ବିଜେପି ହାରିଛି, ସେମାନେ ଉତ୍ତରପ୍ରଦେଶରେ ମଧ୍ୟ ହାରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.