ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଇପିଏଲ୍ ୨୦୨୪ ପୂର୍ବରୁ ଗୁଜରାଟ ଟାଇଟନ୍ସର ଖେଳାଳୀ ଆପଣାଇଲେ ନିଆରା ଲୁକ୍, ଫ୍ୟାନ୍ସଙ୍କର ମନେ ପଡ଼ିଲା ୯୦ଦଶକର କ୍ରିକେଟ

ନୂଆଦିଲ୍ଲୀ,୧୧/୨ :  ବଦଳୁଥିବା ସମୟ ସହ କ୍ରିକେଟ ଏବଂ କ୍ରିକେଟର୍ସଙ୍କ ମଧ୍ୟରେ ବହୁ ପରିବର୍ତ୍ତନ ଆସିଛି । ଏବେ କ୍ରିକେଟ ଖେଳିବା ପ୍ରକ୍ରିୟାରେ ନୂଆ ଟେକନିକ ବ୍ୟବହାର କରାଯିବାରେ ଲାଗିଛି । ସେ ବ୍ୟାଟିଂ, ବୋଲିଂ ହେଉ କିମ୍ବା ଫିଲ୍ଡିଂ । ଯେଭଳି ଖେଳରେ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳୁଛି ସେହିଭଳି ଖେଳାଳୀଙ୍କ ଲୁକ୍‌ରେ ବି ବହୁ ପରିବର୍ତ୍ତନ ହୋଇଛି ।

ଖେଳାଳୀଙ୍କ ଜର୍ସିରୁ ନେଇ ବହୁ କିଛି ପରିବର୍ତ୍ତନ ହୋଇଛି । କିନ୍ତୁ ଏହା ମଧ୍ୟରେ ଆଇପିଏଲ ୨୦୨୪ପୂର୍ବରୁ ଗୁଜରାଟ ଟାଇଟନ୍ସର ଖେଳିବାକୁ ଥିବା ରାହୁଲ ତୋବତୀୟା ଫ୍ୟାନ୍ସଙ୍କୁ ୯୦ଦଶକର କ୍ରିକେଟର ମନେ ପକାଇଦେଲେ । ଏବେ ଖେଳାଯାଉଥିବା ରଣଜୀ ଟ୍ରଫିରେ ହରିୟାଣା ଲାଗି ଖେଳୁଥିବା ରାହୁଲ ତୋବତୀୟା ବହୁତ ଖାସ୍ ଲୁକରେ ଦେଖାଯାଉଛନ୍ତି । ଏହି ସମୟରେ ତୋବତୀୟା ହ୍ବାଇଟ ଜର୍ସିରେ କ୍ଲିନ ଶେଭ ସହ ନଜର ଆସୁଛନ୍ତି । ସେ କେବଳ ନିଶ ରଖିଛନ୍ତି ଏବଂ ସେ ଏକ ଖାସ୍ ତରିକାରେ କ୍ୟାପ୍ ଲଗାଇଛନ୍ତି । ତୋବତୀୟାଙ୍କ ଏହି ଲୁକ୍‌କୁ ଦେଖି ଫ୍ୟାନ୍ସଙ୍କୁ ୯୦ଦଶକର କ୍ରିକେଟର କଥା ମନେ ପଡ଼ିଗଲା । ପ୍ରଥମେ ପ୍ରାୟ ସମୟରେ କ୍ରିକେଟର ଏହି ଲୁକରେ ଦେଖାଯାଇଥାନ୍ତି । ତୋବତୀୟାଙ୍କ ଏହି ଲୁକ୍‌ ଦେଖିବାରେ ଅଛି । ଫ୍ୟାନ୍ସ ତୋବତୀୟାଙ୍କ ଦିଲଚସ୍ପ ଲୁକରେ ରିଆକ୍ସନ ବି ଦେଇଛନ୍ତି ।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.