ଭୁବନେଶ୍ୱର, ୨୩।୮: ଭିଜିଲାନ୍ସ ଜାଲରେ ଓଏସ୍ଆରଟିସିର ଚିଫ୍ ଆକାଉଣ୍ଟାଣ୍ଟ । ଚିଫ୍ ଆକାଉଣ୍ଟାଣ୍ଟ ବିଜୟ କୁମାର ମଙ୍ଗରାଜଙ୍କ ଘରେ ରେଡ୍ । ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ସମେତ ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଭୁବନେଶ୍ୱରର ୬ଟି ଜାଗାରେ ଚଢ଼ାଉ କରାଯାଇଥିବା ବେଳେ ବାରିପଦାରେ ମଧ୍ୟ ଚଢ଼ାଉ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି ।
ଓଏସ୍ଆରଟିସିର ଚିଫ୍ ଆକାଉଣ୍ଟାଣ୍ଟ ଓ ସିଏଓ ବିଜୟ ମଙ୍ଗରାଜଙ୍କ ଘରେ ରେଡ୍ । ଚଢ଼ାଉରେ ୮ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର, ୯ ଜଣ ଏଏସ୍ଆଇ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ଭୁବନେଶ୍ୱରର ନନ୍ଦନବିହାର, ପଳାସୁଣି, ରସୁଲଗଡ଼ ଆଦି ସ୍ଥାନରେ କୋଠା ରହିଛି ।