ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଦେଶରେ କଂଗ୍ରେସ ସରକାର ଗଠନ ହେଲେ ହେବ ଜାତିଗତ ଜନଗଣନା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନ୍ୟ ପଛୁଆ ବର୍ଗ (ଓବିସି)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଯଦି ରାଜସ୍ଥାନରେ କଂଗ୍ରେସ ସରକାର ଗଠନ ହୁଏ, ତେବେ ଜାତିଗତ ସର୍ଭେ ହେବ ଏବଂ ଯଦି କେନ୍ଦ୍ରରେ ସରକାର ଗଠନ ହୁଏ ତେବେ ଜାତିଗତ ଜନଗଣନା କରାଯିବ । 

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ରାଜସ୍ଥାନର ନୋହରରେ ଏକ ନିର୍ବାଚନ ରାଲି କରୁଥିବା ବେଳେ କହିଛନ୍ତି ଯେ, ମୁଁ ସଂସଦରେ ଏକ ଭାଷଣ ଦେଇଥିଲି । ଏଥିରେ ମୁଁ କହିଥିଲି ଏକ ଜନଗଣନା ହେବା ଉଚିତ୍ । ମୋର ପ୍ରଶ୍ନ ହେଉଛି ଦେଶରେ ଓବିସି ବର୍ଗର କେତେ ଲୋକ ଅଛନ୍ତି ? ଏହା କେହି କହିପାରିବେ ନାହିଁ, କାରଣ ଏହା ଏକ ଷଡଯନ୍ତ୍ର । ଆପଣଙ୍କୁ ଏମାନେ (କେନ୍ଦ୍ର ସରକାର) ସଠିକ ଜନସଂଖ୍ୟା ଲୁଚାଇ ରଖିଛନ୍ତି । ଅତି କମ୍‌ରେ ଓବିସିଙ୍କ ସଂଖ୍ୟା ଦେଶରେ ୫୦ ପ୍ରତିଶତ । 

 ସୂଚନାଥାଉକି, ନିକଟରେ ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଉପରେ ଆକ୍ରମଣ କରି କହିଥିଲେ ଯେ, ଏମାନେ ଓବିସି ମାନଙ୍କ ପାଇଁ କୌଣସି କାମ କରିନାହାଁନ୍ତି । ଏଭଳି ସ୍ଥଳେ ପିଏମ ମୋଦୀ କହିଥିଲେ ଯେ, ଏମାନେ ସମାଜକୁ ଭାଗ କରିବାକୁ ଚାହୁଁଛନ୍ତି ।


 



 

Copyright © 2022 - Summa Real Media Private Limited. All Rights Reserved.