ଭୁବନେଶ୍ୱର,୧୯/୮: ରାଖୀର ସ୍ନେହ ସମ୍ପର୍କର ପର୍ବ । ତେବେ ସକାଳୁ ଆରମ୍ଭ ହେବାକୁ ଥିବା ଏହି ରାଖୀ ବନ୍ଧିବା କାର୍ଯ୍ୟ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଭଦ୍ରା କାଳ ମଧ୍ୟାହ୍ନ ୧ଟା ଯାଏ ରହୁଥିବାରୁ ସେହି ସମୟ ଯାଏ ରାଖୀ ନବାନ୍ଧିବା ଲାଗି ଅନେକ ପରାମର୍ଶ ଦେଇଛନ୍ତି। କିନ୍ତୁ ଧର୍ମବିହାର ଜଗନ୍ନାଥ ମନ୍ଦିରର ପଣ୍ଡିତ ବିଭୂତି ରଞ୍ଜନ ତ୍ରିପାଠୀ କହିଥିଲେ, ଆମ ଓଡ଼ିଶାରେ ପ୍ରଚାର ହେଉଥିବା ଭଦ୍ରା ଯୋଗକୁ ଉତ୍ତର ଭାରତରେ ମାନିଥାନ୍ତି । ପୂର୍ବ ଭାରତରେ ମାନିବାର କିଛି କାରଣ ନାହିଁ । ଆମ ଠାକୁର ଜଗନ୍ନାଥ ମହାପ୍ରଭୁ ଯଦି ସକାଳୁ ରାଖୀ ବାନ୍ଧିବେ ତାହାଲେ ଆମ କାହିଁକି ବାନ୍ଧି ପାରିବା ନାହିଁ । ଉତ୍ତର ଭାରତରେ ଭଦ୍ରା ଯୋଗ ଅନୁସାରେ ୫ଟା ଭିତରେ ନହେଲେ ମଧ୍ୟାହ୍ନ ୧ଟା ପରେ ବାନ୍ଧି ପାରିବେ । ଭୋରୁ ଚତୁର୍ଦ୍ଦଶୀ ତା’ପରେ ଭଦ୍ରା ଯୋଗ ରହୁଛି ।
କାଶ୍ମୀର ଯିବାକୁ ଭୟ ଲାଗୁଥିଲା କହିଲେ ପୂର୍ବତନ କେନ୍ଦ...