ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଥଖଳା ହାଲ୍‌ଚାଲ୍‌.. ରଥତ୍ରୟର ୧୨ ତୁମ୍ବ ଗୋଲେଇ ସରିଲା, ଶାଳରେ ଚାଲିଛି ଅର କଣ୍ଟା ତିଆରି

ପୁରୀ,୧୪/୦୫: ଶ୍ରୀନହର ସମ୍ମୁଖ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଭାଇପୁଅ(ବିଶ୍ୱକର୍ମାଙ୍କ ସହଯୋଗୀ) ମାନେ ପ୍ରଭୁଙ୍କ କାର୍ଯ୍ୟରେ ଯୋଗଦେବାରେ ନିର୍ମାଣରେ ଗତି ଧରିଛି । ସୋମବାର ସନ୍ଧ୍ୟା ସୁଦ୍ଧା ରଥତ୍ରୟର ୧୨ ଟି ତୁମ୍ବ ଗୋଲେଇ କରିଛନ୍ତି ବିଶ୍ୱକର୍ମା । ସେପଟେ ଶାଳରେ ଅର କଣ୍ଟା ପଡ଼ିଛି । ତିନି  ରଥର ୪ଟି ଲେଖା ତୁମ୍ବ ଗୋଲେଇ  କରି କଟା ଯାଇଥିବା କହିଛନ୍ତି ଶ୍ରୀମନ୍ଦିର  ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ । 

ସୋମବାର ୬୦ ଜଣ ରଥ  ନିର୍ମାଣରେ ଯୋଗ ଦେଇଛନ୍ତି । କରତି ସେବକ ଗଡ଼ କାଟିଲା ପରେ ଭୋଇସେବକ ତାହାକୁ ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ  ରଥ ଚାଳିକୁ ଯୋଗାଉଛନ୍ତି । ସୋମବାର ସୁଦ୍ଧା କରତି ସେବକ ୨୦ଟି  ତୁମ୍ବ କାଟିଛନ୍ତି । ରଥଖଳାରେ ବିଶ୍ୱକର୍ମାମାନେ ବାରିସିରେ ହାଣି  ତୁମ୍ବ ସାଇଜ୍‌ କରୁଛନ୍ତି ।  ନାହାକା ଓ ପଡ଼ି ନାହାକା ତୁମ୍ବ  ନିର୍ମାଣ କରାଯାଇଛି । ଦୋଳବେଦିସ୍ଥିତ ୩ଟି ଅସ୍ଥାୟୀ ଶାଳରେ  ଓଝା ସେବକମାନେ ଅର କଣ୍ଟା ତିଆରି କରୁଛନ୍ତି । ଲୁହା ରଡ଼ କାଟି  ଶାଳରେ ପକାଇ ଅର କଣ୍ଟା ତିଆରୁଛନ୍ତି । ଏହାପରେ ତୁମ୍ବରେ  ସୂତା ବାଡ଼ିଆ ହୋଇ ବିନ୍ଧ ହେବ । ସେଥିରେ ସିଙ୍ଗଡ଼ା ବାଡ଼ିଆ  ପଦ୍ଧତିରେ ଅର ଭୁଞ୍ଜାଯିବ । 

ସୋମବାର ରଥ ନିର୍ମାଣ କାର୍ଯ୍ୟରେ ୪  ଜଣ କରତି, ୩୦ ଜଣ ବିଶ୍ୱକର୍ମା, ୧୯ ଭୋଇ ସେବକ, ୬ ଓଝା  ସମେତ ଜଣେ ରଥଖଳା ସହାୟକଙ୍କୁ ମିଶାଇ ମୋଟ ୬୦ ଜଣ  ନିୟୋଜିତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।

୪୨ ଚକ ପାଇଁ ୧୩୪୪ ଅର କଣ୍ଟା 

ଚକରେ ଲାଗିବ ୧୬  ଅର(ସ୍ପୋକ୍‌) । ଅର  ଓ ତୁମ୍ବକୁ ମିଶାଇ  ପିଟା ହେବ ୨ଟି କଣ୍ଟା ।  ଗୋଟିଏ ଚକ ପାଇଁ ୩୨  ଅର କଣ୍ଟା । ଏଣୁ ତିନି ରଥର ୪୨ଟି ଚକ ପାଇଁ  ମୋଟ୍‌ ୧୩୪୪ଗୋଟି  ଅର କଣ୍ଟା ପ୍ରସ୍ତୁତ  କରାଯାଉଛି । ୫ ଇଞ୍ଚ  ଲମ୍ବ ଓ ତିନି ସୁତ  ଗୋଲେଇ ମାପର ଅର କଣ୍ଟା । ଛୋଟ ଖଣ୍ଡ  ଲୁହା ଦଣ୍ଡକୁ ନିଆଁରେ  ପକାଇ ଚିମୁଟାରେ ଧରି  ଳୁହା ଧାରଣାରେ ଥୋଇ  ହାତୁଡ଼ିରେ ପିଟି ଭାଗ ମାପ କରି କଣ୍ଟା ପ୍ରସ୍ତୁତ ହେଉଛି ।  ଆକାରକୁ ନେଇ ଅର କଣ୍ଟାକୁ ଗୁଡ଼ିଆ ଛତି କଣ୍ଟା  ମଧ୍ୟ କୁହାଯାଏ । ଉପରିଭାଗ ୩ ପରସ୍ତ କରି ମୋଡ଼ି  ଦିଆଯାଏ । ଅପରପାଶ୍ୱର୍ ବର୍ଗାକାର ହୋଇ ନିମ୍ନକୁ  କ୍ରମଶଃ ମୁନିଆଁ । ଚକରେ ଅର କଣ୍ଟା ପିଟା ହେଲେ  ବୁଲି ନଯାଇ ମଜଭୁତ ରୁହେ ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.