ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦାଭୋଲକର ହତ୍ୟା ମାମଲା: ୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ , ଅନ୍ୟ ୩ ଅଭିଯୁକ୍ତ ଦୋଷମୁକ୍ତ

ପୁନେ,୧୦।୫: ଅନ୍ଧବିଶ୍ୱାସ ବିରୋଧରେ ଆନ୍ଦୋଳନ କରୁଥିବା ସମାଜସେବୀ ନରେନ୍ଦ୍ର ଦାଭୋଲକର ହତ୍ୟା ମାମଲାରେ ପୁଣେର ଏକ ସ୍ୱତନ୍ତ୍ର କୋର୍ଟ ଶୁକ୍ରବାର ରାୟ ଶୁଣାଇଛନ୍ତି। ନରେନ୍ଦ୍ର ଦାଭୋଲକର ହତ୍ୟାକାଣ୍ଡ ମାମଲାରେ ୨ ଜଣ  ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୩ ଜଣଙ୍କୁ ମୁକ୍ତ କରାଯାଇଛି। ପୁନେରେ ୟୁଏପିଏ ମାମଲାରେ ଏକ ସ୍ବତନ୍ତ୍ର କୋର୍ଟ ବିରେନ୍ଦ୍ର ସିଂହ ତାଓ୍ବଡେ, ସଞ୍ଜୀବ ପୁନାଲେକର ଓ ବିକ୍ରମ ଭାବେଙ୍କୁ ଦୋଷୀ ସାବ୍ୟସ୍ତ କରିନାହାନ୍ତି, କାରଣ ଆବେଦନକାରୀ ପକ୍ଷ ଅଭିଯୋଗକୁ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି। କୋର୍ଟ ଶରଦ କାଲସ୍କର ଓ ସଚିନ ଅନ୍ଦୁରେଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଆଜୀବନ କାରାବାସର ସଜା ଦିଆଯାଇଛି।

ପୁନେର ଓମ୍‌କାରେଶ୍ବର ବ୍ରିଜ୍‌ରେ ସକାଳୁ ମର୍ଣ୍ଣିଂ ଓ୍ବାକ୍‌ରେ ଯାଇଥିବା   ଦାଭୋଲକରଙ୍ୁକ ୨୦ ଅଗଷ୍ଟ ୨୦୧୩ ରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ୫ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ମକଦ୍ଦମା ଚାଲିଥିବା ବେଳେ ଆବେଦକାରୀ ପକ୍ଷ ୨୦ ସାକ୍ଷୀ ଓ ପ୍ରତିପକ୍ଷଙ୍କ ପଟୁ ୨ ଜଣ ସାକ୍ଷୀଙ୍କୁ ପଚରା ଉଚରା କରାଯାଇଛି।  ଏହି ମାମଲାର ତଦନ୍ତ ପୁନେ ପୋଲିସ କରୁଥିଲା, କିନ୍ତୁ ବମ୍ବେ ହାଇକୋର୍ଟଙ୍କ ନିର୍ଦେଶ ପରେ ୨୦୧୪ ରେ ସିବିଆଇ ମାମଲାକୁ ନିଜ ହାତକୁ ନେଇଥିଲା। ୨୦୧୬ ଜୁନ୍ ମାସରେ ହିନ୍ଦୁ ଦକ୍ଷିଣପନ୍ଥୀ ସଂଗଠନ ସନାତନ ସଂସ୍ଥା ସହ ଜଡ଼ିତ ଡାକ୍ତର ବୀରେନ୍ଦ୍ର ସିଂ ତାୱଡେଙ୍କୁ ଗିରଫ କରିଥିଲା। ତାୱଡେ ଏହି ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା।

ସୂଚନା ମୁତାବକ, ଦାଭୋଲକରଙ୍କ ମହାରାଷ୍ଟ୍ର ଅନ୍ଧ ଶ୍ରଦ୍ଧା ନିର୍ମୁଲନ ସମିତି ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ସନାତନ ସଂସ୍ଥା ବିରୋଧ କରୁଥିଲା। ତାୱଡେ ଏବଂ ଅନ୍ୟ କିଛି ଅଭିଯୁକ୍ତ ଏହି ଅନୁଷ୍ଠାନ ସହିତ ଜଡିତ ଥିଲେ । ସିବିଆଇ ତାଙ୍କ ଚାର୍ଜସିଟରେ ପ୍ରଥମେ ପଳାତକ ସାରଙ୍ଗ ଆକୋଲକର ଏବଂ ବିନୟ ପାୱାରଙ୍କୁ ବନ୍ଧୁକଚାଳକ ଭାବେ ନାମିତ କରିଥିଲା, କିନ୍ତୁ ପରେ ସଚିନ ଆଣ୍ଡୁରେ ଏବଂ ଶରଦ କଲାସ୍କରଙ୍କୁ ଗିରଫ କରିଥିଲା ଏବଂ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଦାବି କରିଥିଲା ଯେ ସେମାନେ ଦାଭୋଲକରଙ୍କୁ ଗୁଳି କରିଥିଲେ। ଏହାପରେ କେନ୍ଦ୍ରୀୟ ଏଜେନ୍ସି ଆଇନଜୀବୀ ସଞ୍ଜୀବ ପୁନାଲେକର ଓ ବିକ୍ରମ ଭାବେଙ୍କୁ ସହ-ଷଡ଼ଯନ୍ତ୍ରକାରୀ ଭାବେ ଗିରଫ କରିଥିଲା। ତାୱଡେ, ଆନ୍ଦୁରେ ଓ କାଲାସ୍କର ଜେଲରେ ଥିବା ବେଳେ ପୁନାଲେକର ଓ ଭାବେ ଜାମିନରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.