ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ରାସ୍ତାରେ ପଡି ଯାଇଥିବା ସୁନା ଗହଣା ଫେରି ପାଇଲେ ଗଣେଶ

ଖଲ୍ଲିକୋଟ, ୨୬/୦୨- ବାଇକରେ ଯାଉଥିଲେ ଦମ୍ପତି । ସ୍ତ୍ରୀ ହାତରେ ଧରିଥିବା ସୁନା ଗହଣା ରାସ୍ତାରେ କେଉଁଠି ପଡି ଯାଇଥିଲା ।ବହୁ ଖୋଜାଖୋଜି ପରେ ଗହଣା ନ ପାଇବାରୁ ଫାଣ୍ଡିରେ କଲେ ଅଭିଯୋଗ ।ଆଉ ଫାଣ୍ଡି ଅଧିକାରୀ ଅନୁସନ୍ଧାନ କରି ସାପ୍ତାହକ ମଧ୍ୟରେ ସୁନା ଗହଣା କୁ ଠାବ କରି ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିଛି।

 ମିଳିଥିବା ସୂଚନା ଅନୁଯାୟୀ, ମହେଶ୍ୱରପୁର ଗ୍ରାମର ଗଣେଶ କୁମାର ସାହୁ ଏବଂ ତାଙ୍କ ପତ୍ନୀ ଗତ ୧୯ ତାରିଖ ସୋମବାର ବାଇକ ଯୋଗେ ଲଂଗଳେଶ୍ୱର ଛତ୍ରଶ୍ୱର ଶିଵ ମନ୍ଦିରକୁ ଆସିଥିଲେ ।ତେବେ ପତ୍ନୀ ହାତରେ ସୁନା ଗହଣା ଥିବା ଫରୁଆ ଧରିଥିବା ବେଳେ ରାସ୍ତାରେ କେଉଁଠି ପଡି ଯାଇଥିଲା ।ସେମାନେ ଜାଣିବା ପରେ ବହୁ ଖୋଜାଖୋଜି କରିଥିଲେ ।ସୁନା ଗହଣା ନ ମିଳିବାରୁ ଏ ନେଇ ଭେଜିପୁଟ ଫାଣ୍ଡି ରେ ଅଭିଯୋଗ କରିଥିଲେ ଗଣେଶ । ଅଭିଯୋଗ ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଅନୁସନ୍ଧାନ ଆରମ୍ଭ କରିଥିଲେ ।ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରି ଜଣେ ମହିଳା ସୁନା ଗହଣା ଥିବା ଫରୁଆକୁ ରାସ୍ତା ରୁ ଗୋଟେଇ ନେଇ ଯାଇଥିବା ଜାଣିବାକୁ ପାଇଥିଲେ ।ଏହାପରେ ସମ୍ପୃକ୍ତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଲଂଗଳେଶ୍ୱର ସରପଞ୍ଚ ରମେଶ ସାହୁଙ୍କ ସହାୟତା ନେଇଥିଲେ ।ସରପଞ୍ଚଙ୍କ ସହାୟତାରେ ସମ୍ପୃକ୍ତ ମହିଳାଙ୍କ ଠାରୁ ଫରୁଆରେ ଥିବା ସୁନାର ଦୁଇଟି କାନଫୁଲ ଓ ଗୋଟିଏ ମୁଦି ଜବତ କରିଥିଲେ । ଗଣେଶ ସାହୁଙ୍କୁ ସୁନା ଗହଣା ହସ୍ତାନ୍ତର କରିଥିଲା ପୋଲିସ ।ହଜି ଯାଇଥିବା ସୁନା ଗହଣା ସାପ୍ତାହକ ମଧ୍ୟରେ ଫେରି ପାଇବା ପରେ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ରଙ୍କୁ ଗଣେଶ ଧନ୍ୟବାଦ ଜଣାଇଛନ୍ତି ।

ଆହୁରି ପଢନ୍ତୁ : ୧୫ ଜିଲ୍ଲାରେ ୬୭ ଆମ ହସ୍ପିଟାଲ ଉଦଘାଟିତ , ସରକାରୀ ସ୍ତରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ବିରାଟ ପରିବର୍ତ୍ତନ ଆଣିବ : ମୁଖ୍ୟମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.