ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

‘ଆମର ହେଲିକପ୍ଟର ଇଞ୍ଜିନ ଫେରାଅ...’ୟୁକ୍ରେନ୍‌ ଯୁଦ୍ଧ ଭିତରେ ପାକିସ୍ତାନକୁ ଋଷର ଝଟକା

ନୂଆଦିଲ୍ଲୀ,୯।୧୧:  ଗତ ୬୨୪ ଦିନ ହେବ ଋଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ଜାରି ରହିଛି। ସଂଘର୍ଷ ଲମ୍ବା ହେବା କାରଣରୁ ଋଷ ଏବେ ଖରାପ ସ୍ଥିତିରେ ରହିଛି। ସେ ନିଜର ସେନା ଉପକରଣକୁ ପୁଣିଥରେ ହାସଲ କରିବାର ଚେଷ୍ଟାରେ ପୂର୍ବତନ ପ୍ରତିରକ୍ଷା ସହଯୋଗୀଙ୍କ ଆଡକୁ ଯାଉଛି। ଏବେ ମସ୍କୋ ବିଶେଷ ଭାବରେ ଭାରତର ପଡୋଶୀ ଦେଶ ପାକିସ୍ତାନ ଉପରେ ଧ୍ୟାନ କେନ୍ଦ୍ରିତ କରିଛି, ଯିଏକି ବହୁ ବର୍ଷ ହେବ ଋଷରୁ ସେନା ଉପରକରଣ କିଣୁଛି। 

ଓ୍ବାଲ୍ ଷ୍ଟ୍ରୀଟ୍‌ ଜର୍ଣ୍ଣାଲର ସୂଚନା ଅନୁସାରେ, ଋଷ ଇସଲାମାବାଦକୁ କହିଛି ଆମକୁ ଆମର ହେଲିକପ୍ଟର ଇଞ୍ଜିନ ଫେରାଇ ଦିଅ। ଏହା ଏମ୍‌ଆଇ-୩୫ଏମ୍ ହେଲିକପ୍ଟରର ଆବଶ୍ୟକୀୟ ଅଂଶ, ଯାହାର ୟୁକ୍ରେନ୍‌ରେ ବ୍ୟାପକ ବ୍ୟବହାର କରାଯାଉଛି। ତେବେ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ଏଭଳି ଖବରକୁ ଖଣ୍ଡନ କରିଛି ଓ କହିଛି ଋଷ ଏଭଳି କୌଣସି କଥା ଋଷ ପକ୍ଷରୁ କୁହାଯାଇନି।

ଡବ୍ଲୁଏସ୍‌ଜେର ରିପୋର୍ଟ ଏହା ସ୍ପଷ୍ଟ କରିଛି ଯେ, ଋଷ ୟୁକ୍ରେନ୍‌ ଯୁଦ୍ଧ ଭିତରେ ସାମରିକ ଚେଷ୍ଟାରେ ତୁରନ୍ତ ସହାୟତା ଖୋଜାଯାଉଛି। ଏହାକୁ ଅନ୍ତର୍ଜାତୀୟ ସାମରିକ ସଂଗଠନରୁ କଡା ଟକ୍କର ମିଳୁଛି। ଯୁଦ୍ଧ ଭିତରେ ଋଷ ପ୍ରତିରକ୍ଷା ଉଦ୍ୟୋଗ ଉପରେ ମଧ୍ୟ ବ୍ୟାପକ ପ୍ରଭାବର ସଙ୍କେତ ରହିଛି। ତେଣୁ ଋଷ ପାକିସ୍ତାନକୁ ନିଜର ହେଲିକପ୍ଟର ଇଞ୍ଜିନ ଦାବି କରିଛି।

Copyright © 2022 - Summa Real Media Private Limited. All Rights Reserved.