ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ହଷ୍ଟେଲ୍‌ ପାଇଁ ରେଭେନ୍ସା ଜାରି କଲା ଏସ୍‌ଓପି, ବିଳମ୍ବରେ ଫେରିଲେ ନିଲମ୍ବନ

କଟକ,୦୯/୧୧: ରେଭେନ୍ସା  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବୁଧବାର ପ୍ରଥମ  ଏବଂ ଦ୍ୱିତୀୟ କ୍ୟାମ୍ପସରେ ଥିବା ହଷ୍ଟେଲ  ଅନ୍ତେବାସୀଙ୍କ ପାଇଁ ଏକ ଏସ୍‌ଓପି  ଜାରି କରିଛନ୍ତି । ଏହି ଏସ୍‌ଓପି ଅନୁସାରେ ହଷ୍ଟେଲ୍‌ ପରିଚାଳନା କରିବାକୁ କୁହାଯାଇଛି ।  ଚିଫ୍‌ ୱାଡେନ୍‌ ଓ ଡେପୁଟି ଚିଫ୍‌ ୱାଡେନ୍‌ଙ୍କୁ  ନେଇ ରେସିଡେଣ୍ଟ କମିଟି ଗଠନ କରାଯାଇଛି । ଏଥିରେ ପ୍ରଥମ କ୍ୟାମ୍ପସ୍‌ରେ ଥିବା ୧୩ଟି ହଷ୍ଟେଲ୍‌ର ୱାଡେନ୍‌ ଏବଂ ଦ୍ୱିତୀୟ କ୍ୟାମ୍ପସରେ  ଥିବା ଦୁଇଟି ହଷ୍ଟେଲ୍‌ର ୱାଡେନ୍‌ଙ୍କ ସମେତ  ସମସ୍ତ ହଷ୍ଟେଲର କେୟାର ଟେକର, ମାଟ୍ରୋଙ୍କୁ  ମଧ୍ୟ ଏହି କମିଟିରେ ସାମିଲ କରାଯାଇଛି । ପ୍ରତି  ହଷ୍ଟେଲ୍‌ ଅନ୍ତେବାସୀଙ୍କ ପାଇଁ ମ୍ୟାନେଜମେଣ୍ଟ  କମିଟି ଗଠନ କରାଯାଇଛି । ସେହି ହଷ୍ଟେଲର ୱାଡେନ୍‌ଙ୍କୁ ସଂଯୋଜକ ଦାୟିତ୍ୱ ଦିଆଯାଇଛି । ହଷ୍ଟେଲ୍‌ କିପରି ସୁରୁଖୁରୁରେ ପରିଚାଳିତ ହେବ ତାହାକୁ ସେମାନେ ଅନୁଧ୍ୟାନ  କରିବେ । ତିନିଥର ବିଳମ୍ବରେ ହଷ୍ଟେଲକୁ ଫେରିଲେ ଉକ୍ତ ଅନ୍ତେବାସୀଙ୍କୁ ନିଲମ୍ବିତ କରାଯିବ ବୋଲି ଏସ୍‌ଓପିରେ କୁହାଯାଇଛି । 

ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଥମ  କ୍ୟାମ୍ପସରେ ଛାତ୍ରଙ୍କ ପାଇଁ ୭ଟି ହଷ୍ଟେଲ  ରହିଥିବା ବେଳେ ଛାତ୍ରୀଙ୍କ ପାଇଁ ୬ଟି ହଷ୍ଟେଲ  ରହିଛି । ସିଡ଼ିଏ ୧୩ ଠାରେ ହୋଇଥିବା ଦ୍ୱିତୀୟ  କ୍ୟାମ୍ପସରେ ଦୁଇଟି ହଷ୍ଟେଲ କରାଯାଇଛି । ୨୫  କିଲୋମିଟର ଦୂରରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରଖିବା ପାଇଁ ବିଶ୍ୱବିଦ୍ୟାଳୟ  ପକ୍ଷରୁ ଜାରି କରାଯାଇଥିବା ଏହି ଏସ୍‌ଓପିରେ  କୁହାଯାଇଛି । ଏଥିପାଇଁ ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ଭାବେ ଆବେଦନ କରିବାକୁ କୁହାଯାଇଛି ।  ସେମାନଙ୍କ ନମ୍ବରକୁ ଆଧାର କରି ହଷ୍ଟେଲ  ଚୟନ କରାଯିବାକୁ ସ୍ଥିର କରାଯାଇଛି । 

 ଏହାସହ ହଷ୍ଟେଲରେ ଖାଇବା, ରହିବା, ଯିବା  ଆସିବା ଏବଂ ସୁବିଧା ବିଷୟରେ ମଧ୍ୟ ଉକ୍ତ  ଏସ୍‌ଓପିରେ କୁହାଯାଇଛି । ସନ୍ଧ୍ୟା ୭ଟା ଭିତରେ  ଛାତ୍ରଛାତ୍ରୀମାନେ ହଷ୍ଟେଲରେ ପ୍ରବେଶ କରିବାକୁ  କୁହାଯାଇଛି । ଲାଇବ୍ରେରୀ ପାଇଁ ଛାତ୍ରଛାତ୍ରୀମାନେ  ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ରାତି ୯ଟା ପର୍ଯ୍ୟନ୍ତ  ରହିପାରିବେ । ଯଦି କୌଣସି ଛାତ୍ରୀ ରାତି  ୯ଟା ପରେ ଏବଂ ଛାତ୍ର ରାତି ୧୧ଟା ପରେ  ଆସନ୍ତି, ତେବେ ପ୍ରଥମ ଥର ପାଇଁ ୧୦୦ ଟଙ୍କା  ଜରିମାନା ଦେବେ । ଦ୍ୱିତୀୟ ଥର ପାଇଁ ୫୦୦  ଟଙ୍କା ଏବଂ ତୃତୀୟ ଥର ଆସିଲେ ନିଲମ୍ବିତ  କରାଯିବ ବୋଲି ଏସ୍‌ଓପିରେ କୁହାଯାଇଛି ।

  • prameyanews
  • PrameyaOdia
  • prameya
  • cuttack
  • Copyright © 2022 - Summa Real Media Private Limited. All Rights Reserved.