ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ମଦ ଦୁର୍ନୀତି ମାମଲା ମଧ୍ୟରେ କେଜ୍ରିୱାଲଙ୍କୁ ଆଉ ଏକ ଝଟକା , ଦେବେ ଜୋରିମନା

ନୂଆଦିଲ୍ଲୀ : ଦିଲ୍ଲୀର ଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ରାଡାରକୁ ଆସିଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ଝଟକା ଲାଗିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ମାମଲାରେ ଗୁଜରାଟ ହାଇକୋର୍ଟ ତାଙ୍କର ପୁନର୍ବିଚାର ପିଟିସନକୁ ଖାରଜ କରି ଦେଇଛନ୍ତି। ଏହାର ଅର୍ଥ କି , ତାଙ୍କୁ ୨୫ ହଜାର ଟଙ୍କା ଜୋରିମନା ଭରିବାକୁ ହେବ। କୋର୍ଟ ଶୁଣାଣି ପୂରା କରିବା ପରେ ୩୦ ସେପ୍ଟେମ୍ୱରକୁ ରାୟ ସୁରକ୍ଷିତ ରଖିଥିଲେ। 

ବିଚାରପତି ବିରେନ ବୈଷ୍ଣବଙ୍କ ଖଣ୍ଡପୀଠ ଗୁରୁବାର ନିଜର ରାୟ ଶୁଣାଇ ଆମ୍‌ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ପିଟିସନକୁ ଖାରଜ କରି ଦେଇଛନ୍ତି। ଏହା ପୂର୍ବରୁ କୋର୍ଟ ମାର୍ଚ୍ଚରେ କେନ୍ଦ୍ରୀୟ ସୂଚନା ଆୟୋଗର ୨୦୧୬ର ଆଦେଶକୁ ଖାରଜ କରିଦେଇ ଥିଲେ ଏବଂ କେଜ୍ରିୱାଲଙ୍କ ଉପରେ ଜୋରିମନା ଲଗେଇ ଥିଲେ। ଏହି ଆଦେଶ ପରେ ଗୁଜରାଟ ୟୁନିଭର୍ସିଟି ଉପରେ ଟିପ୍ପଣୀକୁ ନେଇ କେଜ୍ରିୱାଲ ଓ ତାଙ୍କର ସହଯୋଗୀ ସଞ୍ଜୟ ସିଂହଙ୍କୁ ମାନହାନି କେସ୍‌ର ମଧ୍ୟ ସାମନା କରିବାକୁ ପଡ଼ୁଛି। 

ମାର୍ଚ୍ଚରେ ବିଚାରପତି ବିରେନ୍‌ ବୈଷ୍ଣବଙ୍କ ଖଣ୍ଡପୀଠ ଗୁଜରାଟ ୟୁନିଭର୍ସିଟି ପକ୍ଷରୁ ଦାଏର କରାଯାଇ ଥିବା ଅପିଲ ଉପରେ ସିଆଇସିର ଆଦେଶକୁ ଖାରଜ କରିଦେଇ ଥିଲେ। ସିଆଇସି ,ଗୁଜରାଟ ୟୁନିଭର୍ସିଟକୁ କହିଥିଲେ କି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏମଏର ଡିଗ୍ରୀ କେଜ୍ରିୱାଲ ସହ ସେୟାର କରାଯାଉ। କୋର୍ଟ କେବଳ  ଡିଗ୍ରୀ ଜାରି କରିବା ଉପରେ ରୋକ୍‌ ଲଗେଇ ନଥିଲେ , ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ୨୫ହଜାର ଟଙ୍କାର ଜୋରମନା ମଧ୍ୟ ଲଗେଇ ଥିଲେ। 

କେଜ୍ରିୱାଲ କୋର୍ଟଙ୍କ ଆଦେଶର ସମୀକ୍ଷା ପାଇଁ ଅନୁରୋଧ କରି ଦଲିଲ ଦେଇଥିଲେ କି, ୟୁନିଭର୍ସିଟିର ଦାବିର ଓଲଟା ମୋଦିଙ୍କ ଡିଗ୍ରୀ ଅନଲାଇନ୍‌ ଉପଲବଧ ନାହିଁ। ୱେବସାଇଟ୍‌ରେ କୌଣସି ତଥ୍ୟ ଉପଲବଧ ନାହିଁ।  ଅରବିନ୍ଦ କେଜ୍ରିୱାଲଙ୍କୁ ଗୁଜରାଟ ହାଇକୋର୍ଟଙ୍କୁ ଠାରୁ ଏହି ଝଟକା ଏମିତି ସମୟରେ ଲାଗିଛି , ଯେବେ ଦିଲ୍ଲୀର ଚର୍ଚ୍ଚିତ ମଦ ଘୋଟାଲାର ଇଡି ନିକଟରେ ତାଙ୍କ ସମନ କରିଥିଲେ । କେଜ୍ରିୱାଲ ଏହି ସମନକୁ ଖାରଜ କରିଦେଇ ଥିଲେ , କିନ୍ତୁ ଖୁବ୍ ଶୀଘ୍ର ତାଙ୍କୁ ଆଉ ଥର ଡକା ଯିବାକ ସମ୍ଭାବନା ରହିଛି।   

 

 

 

 

 

 

Copyright © 2022 - Summa Real Media Private Limited. All Rights Reserved.