ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବ୍ରିଟେନ୍ ଗୃହମନ୍ତ୍ରୀଙ୍କୁ ବରଖାସ୍ତ କଲେ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାଣନ୍ତୁ କାହିଁକି ନେଲେ ଏହି ବଡ଼ ନିଷ୍ପତ୍ତି ?

ନୂଆଦିଲ୍ଲୀ,୧୩।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୃହମନ୍ତ୍ରୀଙ୍କୁ ସୁଏଲା ବ୍ରେଭର୍‌ମ୍ୟାନ୍‌ଙ୍କୁ  ବରଖାସ୍ତ କରିଛନ୍ତି। ପାଲେଷ୍ଟାଇନ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ସୁନକ ତାଙ୍କୁ ବରଖାସ୍ତ କରିଛନ୍ତି। ଗତ ସପ୍ତାହରେ ସୁଏଲା ପାଲେଷ୍ଟାଇନ୍ ସମର୍ଥକ ପ୍ରଦର୍ଶନକାରୀଙ୍କ ପ୍ରତି ବହୁତ ଅଧିକ ଉଦାର ହୋଇଥିବା କହି ବିବାଦର ପରିସରକୁ ଆସିଥିଲେ। ଏହି କାରଣରୁ ସୁନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। 

ସରକାରଙ୍କ କହିବା ଅନୁସାରେ, ସୁଏଲା ବ୍ରେଭର୍‌ମ୍ୟାନ୍‌ ସୋମବାର କ୍ୟାବିନେଟ୍ ସମ୍ପ୍ରସାରଣ ଅନୁସାରେ ନିଦ ପଦ ଛାଡିଛନ୍ତି। ଏପିର ରିପୋର୍ଟ ଅନୁସାରେ, ସୁନକଙ୍କ ଉପରେ ସୁଏଲା ବ୍ରେଭର୍‌ମ୍ୟାନ୍‌ଙ୍କୁ  ବରଖାସ୍ତ କରିବାର ଚାପ ଥିଲା। ଉଲ୍ଲେଖନୀୟ ଯେ, ବ୍ରେଭର୍‌ମ୍ୟାନ୍‌ଙ୍କୁ ଇସ୍ରାଏଲ-ହମାସ ସଂଘର୍ଷ ଆରମ୍ଭ ହେବାପରେ ଲଣ୍ଡନରେ ହେବାକୁ ଥିବା ପ୍ରଦର୍ଶନରେ କଡା ମନୋଭାବ ଦେଖାଇ ଏହାକୁ ବନ୍ଦ କରିନଥିବାରୁ ମେଟ୍ରୋପଲିଟାନ୍ ସିଟି ପୋଲିସକୁ ଟାର୍ଗେଟ କରିଥିଲେ। 

ଉଲ୍ଲେଖଯୋଗ୍ୟ ସୁଏଲା ଶନିବାର ଦିନ ହୋଇଥିବା ଏକ ପଦଯାତ୍ରାରେ ପୁଲିସ୍‌ର ପରିଚାଳନାକୁ ନିନ୍ଦା କରି ଏକ ଆର୍ଟିକିଲ୍‌ ଲେଖିଥିଲେ। ଏଥିସହ ସୁନକଙ୍କ ଅନୁମତି ବିନା ଏଭଳି ମନ୍ତବ୍ୟ ଦେଇଥିଲେ। ତାଙ୍କର ଏଭଳି ଆଭିମୁଖ୍ୟ ଉତ୍ତେଜନାକୁ ବଢ଼ାଇବାରେ ସାହାଯ୍ୟ କରିଥିଲା ବୋଲି ଅଭିଯୋଗ ହୋଇଥିଲା। ବିରୋଧି ଦଳ ସହିତ ତାଙ୍କ ଦଳର କିଛି ଲୋକ ମଧ୍ୟ ତାଙ୍କୁ ଟାଇବାର ଦାବି କରିଥିଲେ।

ବ୍ରେଭର୍‌ମ୍ୟାନ୍‌ ଲେଖିଥିବା ଆର୍ଟିକଲେ ଦକ୍ଷିଣପନ୍ଥି ବିକ୍ଷୋଭକାରୀଙ୍କୁ ଲଣ୍ଡନର ରାଜରାସ୍ତାକୁ ଓହ୍ଲାଇବା ପାଇଁ ପ୍ରୋତ୍ସାହିତ କରିବ ବୋଲି କୁହାଯାଇଥିଲା। ଏହାପରେ ସୁନକ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.