ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ରାହୁଲ ଦ୍ରାଭିଡ଼ଙ୍କୁ ନେଇ ରୋହିତଙ୍କ ଫେରଓ୍ବେଲ ମେସେଜ, ଋତିକାଙ୍କୁ ବି ନେଇ କହିଲେ ଏଭଳି କଥା...

ନୂଆଦିଲ୍ଲୀ,୯/୭ :  ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡ଼ଙ୍କ ଯୋଡ଼ି ୭ମାସ ଭିତରେ ୨ଟି ବିଶ୍ବକପ୍ ଫାଇନାଲ ଖେଳିଛନ୍ତି । ୨୦୨୩ ଦିନିକିଆ ବିଶ୍ବକପ୍ ଫାଇନାଲରେ ଅଷ୍ଟେ୍ରଲିଆ ବିପକ୍ଷରେ ପରାଜୟ ପରେ ପୂରା ଭାରତୀୟ କ୍ରିକେଟ ପ୍ରେମୀ ନିରାଶ ହୋଇଥିଲେ । କିନ୍ତୁ ଟି-୨୦ ବିଶ୍ବକପ୍ ୨୦୨୪ରେ ଏହି ଯୋଡ଼ି ଶେଷରେ ଭାରତକୁ ବିଶ୍ବ ବିଜେତା କରିବାରେ ସଫଳତା ହୋଇଛନ୍ତି । ଏବେ ରୋହିତ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି ଏବଂ ଭାବୁକ ଅନ୍ଦାଜରେ କ୍ୟାପଶନ ବି ଲେଖିଛନ୍ତି । ରୋହିତ କହିଛନ୍ତି କି ସେ ପିଲାବେଳୁ ହିଁ ରାହୁଲ ଦ୍ରାବିଡ଼ଙ୍କ ପ୍ରେରଣାର ସ୍ରୋତ ମାନି ଆସୁଛନ୍ତି । ପ୍ରକାଶ ଯେ, ରୋହିତ ଶର୍ମା ଟି-୨୦ ବିଶ୍ବକପ୍ ଜିତିବା ପରେ ଏହି ଫର୍ମାଟରୁ ରିଟାୟରମେଣ୍ଟ ନେଇଛନ୍ତି ।

ରୋହିତ ଶର୍ମା ଲେଖିଛନ୍ତି କି, ଯେଭଳି ହଜାର ହଜାର ‌ଲୋକ ଆପଣଙ୍କଠାରୁ ପ୍ରୋତ୍ସାହନ ନେଉଥିଲେ, ମୁଁ ବି ସେମାନଙ୍କ ମଧ୍ୟରୁ ଜଣେ । କିନ୍ତୁ ମୁଁ ଏତେ ସୌଭାଗ୍ୟଶାଳୀ ଅଟେ କି ମୋତେ ଆପଣଙ୍କ ସହ କାମ କରିବାର ଅବସର ମିଳିଲା । ଆପଣ ଏହି ଖେଳର ସବୁଠାରୁ ମହାନତମ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ । ଆପଣ ନିଜ ବ୍ୟକ୍ତିଗତ ଉପଲବ୍ଧିକୁ ଧରି ଟିମ୍ ଇଣ୍ଡିଆର କୋଚ୍ ଭାବେ ଯୋଗଦେଇଥିଲେ ଏବଂ ଏକ ଏଭଳି ବ୍ୟକ୍ତିତ୍ବ ଆପଣ କି ଯାହାଙ୍କୁ ଆମେ ବିନା କୌଣସି ସଙ୍କୋଚରେ ଆପଣଙ୍କ ସହ କଥା ହୋଇପାରୁଥିଲୁ । ଆପଣଙ୍କ ବିନମ୍ରତା ଆପଣଙ୍କୁ ଭଗବାନଙ୍କଠାରୁ ମିଳିଥିବା ସବୁଠାରୁ ବଡ଼ ଉପହାର ଅଟେ ଏବଂ ଏତେ ସମୟ ପ‌ରେ ବି ଆପଣଙ୍କର ଏହି ଖେଳ ପ୍ରତି ଥିବା ପ୍ରେମ କମ୍ ହୋଇ ନାହିଁ ।’

ରୋହିତ ଶର୍ମା ନିଜ ପୋଷ୍ଟରେ ଏହା ବି କହିଛନ୍ତି କି ତାଙ୍କ ପତ୍ନୀ, ଋତିକା ସଜଦେହଙ୍କ ଅନୁସାରେ ରାହୁଲ ଦ୍ରାବିଡ଼, ରୋହିତଙ୍କ ଓ୍ବାର୍କ ଓ୍ବାଇଫଙ୍କ ଭଳି ଅଟନ୍ତି । ‘ମୁଁ ଆପଣଙ୍କଠାରୁ ବହୁତ କିଛି ଶିଖିଛି ଏବଂ ପ୍ରତ୍ୟେକ ମୁହୂର୍ତ୍ତ ବହୁତ ମନେ ପଡ଼ିବ । ମୋ ସ୍ତ୍ରୀ ଆପଣଙ୍କୁ ମୋର ଓ୍ବାର୍କ ଓ୍ବାଇଫ୍ କହିଥାନ୍ତି ଏବଂ ମୁଁ ଭାଗ୍ୟଶାଳୀ ଅଟେ କି ମୋତେ ଆପଣଙ୍କୁ ଏହା କହିବାରେ କୌଣସି ସଙ୍କୋଚ ନାହିଁ । ଏହି ବିଶ୍ବକପ୍ ଟ୍ରିଫି ଏଭଳି ଏକ ଜିନିଷ ଥିଲା କି ଯାହାକୁ ଆମେ ଏବେ ପର୍ଯ୍ୟନ୍ତ ଏକାସାଥିରେ ମିଶି ପ୍ରାପ୍ତ କରିପାରିନଥିଲେ । ରାହୁଲ ଭାଇ ଆପଣଙ୍କୁ ନିଜ ବିଶ୍ବାସପାତ୍ର, କୋଚ୍ ଏବଂ ଏକ ବନ୍ଧୁ କହିବା ମୋ ଲାଗି ସମ୍ମାନର କଥା’। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.