ନୂଆଦିଲ୍ଲୀ,୧୭/୧୧: ନଭେମ୍ବର ୧୯ ତାରିଖ (ରବିବାର) ଦିନ ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପାଟ୍ କୁମିନ୍ସଙ୍କ ଦଳ ସହିତ ମୁହାଁମୁହିଁ ହେବ ରୋହିତ ବାହିନୀ। ତେବେ ଏହି ଆକର୍ଷଣୀୟ ପ୍ରତିକ୍ଷିତ ମୁକାବିଲା ପୂର୍ବରୁ ଗୋଟିଏ ସାଧାରଣ ଜ୍ଞାନ ବହିରେ ଥିବା ଏକ ପୃଷ୍ଠାର ଫଟୋ ଏବେ ବେସ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସମ୍ପୂର୍ଣ୍ଣ ପ୍ରସଙ୍ଗଟି ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିିତ୍ ଶର୍ମାଙ୍କ ଉପରେ ଆଧାରିତ।
ପଢ଼ନ୍ତୁ: ଦିନିକିଆ ବିଶ୍ବକପ୍ରେ କେତେଥର ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ; କାହାର ପଲ୍ଲା ରହିଛି ଭାରି ?
ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ରୋହିତ ଶର୍ମାଙ୍କ ଉପଯୋଗି ବ୍ୟାଟିଂ ଭାରତୀୟ ବ୍ୟାଟରଙ୍କ ପାଇଁ ଏକ ମାହୋଲ ସୃଷ୍ଟି କରିଥିଲା କାରଣ ରୋହିତଙ୍କ ୨୯ ଟି ବଲ୍ରେ ୪୭ ରନ୍ ଏବଂ ବିରାଟ କୋହଲି-ଶ୍ରେୟସ୍ ଆୟରଙ୍କ ଶତକ ଯୋଗୁ ଭାରତ ୩୯୭/୪ ସ୍କୋର କରିବାରେ ସଫଳ ହୋଇଥିଲା। ଏହା ପରେ ବିଶ୍ୱକପ ୨୦୨୩ ର ସେମିଫାଇନାଲରେ ମହମ୍ମଦ ଶାମିଙ୍କର ଘାତକ ବୋଲିଂ (୫୭ ରନ୍ରେ ୭ ଓ୍ବିକେଟ) ଯୋଗୁ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୭୦ ରନ୍ରେ ପରାସ୍ତ କରିଥିଲା।
ସ୍କୁଲ ସିଲାବସ୍ରେ ରୋହିତ୍ଙ୍କ ପ୍ରସଙ୍ଗ
ଭାରତୀୟ ଅଧିନାୟକ ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟରେ ୫୫୦ ରନ୍ ସଂଗ୍ରହ କରିଛନ୍ତି ଏବଂ ଦିନିକିଆ ବିଶ୍ୱକପ୍ର ଦୁଇଟି ଭିନ୍ନ ସଂସ୍କରଣରେ ୫୦୦ ରୁ ଅଧିକ ରନ୍ ସଂଗ୍ରହ କରିଥିବା ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଟନ୍ତି। ସେ ମଧ୍ୟ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୧୨୦ ଷ୍ଟ୍ରାଇକ୍ ରେଟ୍ ଉପରେ ୫୦୦ ରୁ ଅଧିକ ବିଶ୍ୱକପ୍ ସ୍କୋର କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ରୋହିତଙ୍କ ଲକ୍ଷ୍ୟ ଓ ପ୍ରଥମ ବ୍ୟାଟିଂ ପାଓ୍ବାର ପ୍ଳେରେ ଭାରତୀୟ ଟିମ୍କୁ ଦେଇଥିବା ଧମାକାଦାର ଆରମ୍ଭ ବିଶ୍ବକପ୍ରେ ଭାରତର ସଫଳତା ପଛର ମୁଖ୍ୟ କାରଣ ମଧ୍ୟରୁ ଗୋଟିଏ ଅଟେ।
You can also read: ଦିନିକିଆ ବିଶ୍ୱକପ୍ ଫାଇନାଲ ପୂର୍ବରୁ ରଙ୍ଗା ରଙ୍ଗ ଉଦ୍ଯାପନୀ, ଦେଖିବାକୁ ମିଳିବ ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ