ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ତାମିଲନାଡୁର ମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କଠାରୁ ନଗଦ ୨୯ କୋଟି ଜବତ, ଜାରି ରହିଛି ଆୟକର ବିଭାଗର ଚଢାଉ

ନୂଆଦିଲ୍ଲୀ,୭।୧୧: ତାମିଲନାଡୁର ଲୋକ ନିର୍ମାଣ ଓ ରାଜମାର୍ଗ ବିଭାଗର ମନ୍ତ୍ରୀ ଇଭି ଭେଲୁ ଓ ତାଙ୍କ ସହଯୋଗୀଙ୍କ ଘରେ ଆୟକର ଚଢାଉ। ଏହି ଚଢାଉ ବେଳେ ନଗଦ ୨୯ କୋଟି ଟଙ୍କା ଜଗତ କରାଯାଇଛି। ଅଧିକାରୀମାନେ ମଙ୍ଗଳବାର ପର୍ଯ୍ୟନ୍ତ ଲଗାତାର ୫ ଦିନ ଧରି ଚଢାଉ କରିବା ପରେ ଏହି ସୂଚନା ଦେଇଛନ୍ତି।

ଅଧିକାରୀଙ୍କ କହିବା ଅନୁସାରେ, ମଙ୍ଗଳବାର ଯାଞ୍ଚର ପଞ୍ଚମ ଦିନ ରହିଛି ଓ ତାମିଲନାଡୁର ମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ଠିକଣାରେ ଏବେ ବି ଚଢାଉ ଜାରି ରହିଛି। ଜଗତ ନଗଦ ଟଙ୍କା ବଢିପାରେ।’ ଅଧିକାରୀଙ୍କ କହିବା ଅନୁସାରେ, ଏହି ସମୟରେ ବହୁ ଆପତ୍ତିଜନକ ଦସ୍ତାବିଜ ଜବତ କରାଯାିଛି। 

ମନ୍ତ୍ରୀ ଭେଲୁଙ୍କ ପରିସରରୁ ୨୨ କୋଟି ଟଙ୍କା ଜବତ କରାଯାଇଇ ଓ ତଲାସୀ ‌ବେଳେ ଆପତ୍ତିଜନକ ସାମଗ୍ରୀ ଓ ଦସ୍ତାବିତ ମିଳିଛି, ଯାହାକି କୋଟି କୋଟି ଟଙ୍କାର ଟ୍ୟାକ୍ସ ଚୋରିକୁ ଦର୍ଶାଉଛି। ସୁତ୍ରରୁ ମିଳିଥିବା ସୂଚନା ଅନୁସର, ଚେନ୍ନାଇରେ ଦୁଇଟି ପ୍ରମୁଖ ବିଲ୍ଡର- ଅପ୍ପାସ୍ବାମୀ ରିଏଲ ଇଷ୍ଟେଟ୍‌ ଓ କେସାଗ୍ରେଡ ବିଲ୍ଡର ପ୍ରାଇଭେଟ୍‌ ଲିମିଟେଡ୍‌ର କାର୍ଯ୍ୟାଳୟରେ ଏବେ ବି ତଲାସୀ ଜାରି ରହିଛି, ସେଠାରୁ ୭ କୋଟି ଟଙ୍କା ଜବତ କରାଯାଇଛି। ଆୟକର ବିଭାଗ ଟ୍ୟାକ୍ସ ଚୋରି ମାମଲାରେ ମନ୍ତ୍ରୀ ଭେଲୁଙ୍କ ପୁ୍ରଙ୍କ ତିରୁଭନ୍ନାମଲାଇ ସ୍ଥିତ ବାସଭବନ ଓ ତିଭନ୍ନାମଲାଇରେ ଥିବବା ତାଙ୍କର ଅରୁଣାଇ ମେଡିକାଲ କଲେଜ୍‌ ଏବଂ ହସ୍ପିଟାଲରେ ଶୁକ୍ରାର ଚଢାଉ କରିଥିଲା। 

Copyright © 2022 - Summa Real Media Private Limited. All Rights Reserved.