ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ୟୁକ୍ରେନର ଦ୍ୱିତୀୟ ସବୁଠୁ ବଡ଼ ସହରକୁ କବଜା ନିକଟରେ ରୁଷ୍‌ , ପୁଟିନ ସେନାଙ୍କ ଜୋରଦାର ମିସାଇଲ ବର୍ଷା

ମସ୍କୋ – ୟୁକ୍ରେନର ଦ୍ୱିତୀୟ ସବୁଠୁ ବଡ଼ ସହରର କବଜା କରିବାର ଖୁବ୍‌ ନିକଟରେ ପହଞ୍ଚି ଯାଇଛି ରୁଷ୍। ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସେନା ଖାର୍କିଭ ଉପରେ ମିସାଇଲ ମାଡ଼ କରୁଛି। ରୁଷୀୟ ସେନା ଖାର୍କିଭ କ୍ଷେତ୍ରରେ ୟୁକ୍ରେନୀ ସେନାର ଗୋଳା-ବାରୁଦ ଗୋଦାମ ଉପରେ ହମଲା ଆରମ୍ଭ କରି ଦେଇଛି। ମାୟକୋଲାଇଭ୍‌ ଅଣ୍ଡରଗ୍ରାଉଣ୍ଡ ନେଟୱର୍କ କୋ-ଅର୍ଡିନେଟର ସର୍ଗେଇ ଲେବେଡେଭ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଲେବେଡେଭ କହିଛନ୍ତି, ଖାର୍କିଭ୍‌ରୁ ରିପୋର୍ଟ ମିଳିଛି। ଏହି ଅନୁସାରେ , ଖାର୍କିଭରେ ସ୍ଥାନୀୟ ସମୟାନୁସାରେ ସକାଳ ସମୟ ୩ : ୨୦ଟାରେ ବିସ୍ଫୋରଣ ହୋଇଛି। ସେଠାରେ ୱେଷ୍ଟ ଡିଷ୍ଟ୍ରିକରେ ଜୋରଦାର ଧମାକା ହେଉଥିବା କୁହାଯାଉଛି। ବିସ୍ଫୋରଣର କାରଣରୁ ଏକ ସାଇରନ ବାଜି ଥିଲା। ଆମ୍ୱୁଲାନ୍ସକୁ ପଶ୍ଚିମ ଭାଗରେ ବିନା ସାଇରନରେ ପଠା ଯାଇଛି। ହେଲେ ଗାଡ଼ି ସବୁ ଉଜ୍ଜ୍ୱଳ ଆଲୋକ ରଶ୍ମି ସହ ଯାଉଛି।

ସର୍ଗେଇ ଲେବେଡେଭ୍‌ କହିଛନ୍ତି , ଏମିତି ସମ୍ଭାବନା କି ,ଏହି ସମୟରେ ୟୁକ୍ରେନୀ ବାୟୁ ପ୍ରତିରକ୍ଷା ମିସାଇଲ ଲଞ୍ଚ କରାଯାଇ ଥିଲା ଏବଂ ଗୋଟେ ମିନିଟ୍‌ ପରେ ବିସ୍ଫୋରଣ ଶୁଣାଗଲା। ସେ ଏହା ବି କହିଛନ୍ତି କି, ତାଙ୍କୁ ଏହି ମାମଲାରେ ଏବେସୁଦ୍ଧା କୌଣସି ସଠିକ୍‌ ସୂଚନା ମିଳି ନାହିଁ। ସେପଟେ ରୁଷ୍‌ର କଲୁଗା କ୍ଷେତ୍ରରେ ତୈଳ ରିଫାଇନରୀରେ ଏକ ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି , ଯେଉଁଥିରେ ନିଆଁ ଲାଗି ଯାଇଛି। ଏମର୍ଜେନ୍ସି ସର୍ଭିସ ଶୁକ୍ରବାର କହିଛନ୍ତି କି ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି । ଅଧିକାରୀ କହିଛନ୍ତି କି ଡିଜେଲ ଇନ୍ଧନ ଥିବା ୩ଟି ଟ୍ୟାଙ୍କ ଓ ଇନ୍ଧନ ତୈଳର ଟ୍ୟାଙ୍କରେ ନିଆଁ ଲାଗି ଯାଇଛି। 

 ଉଲ୍ଲେଖନୀୟ ଯେ, ୟୁକ୍ରେନ ଉପରେ ରୁଷ୍‌ ଲଗାତାର ହମଲା କରୁଛି । ରୁଷୀୟ ସେନା ଗତ ଦିନରେ ପାଖାପାଖି ୬ଟି କ୍ଷେତ୍ରରେ ଏୟାର ହମଲା କରିଛି , ଯେଉଁଥିରେ ବିଜୁଳି ଉତ୍ପାଦନ ଓ ସପ୍ଲାଇରେ ବାଧା ଉପୁଜିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.