ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ୟୁକ୍ରେନର ରାଜଧାନୀ ଉପରେ ଋଷ୍‌ର କ୍ଷେପଣାସ୍ତ୍ର ଆକ୍ରମଣ, ଅନେକ କୋଠା ଓ ଶିଳ୍ପାନୁଷ୍ଠାନ ନଷ୍ଟ, ୮ ଆହତ...

ନୂଆଦିଲ୍ଲୀ: ଲମ୍ବା ସମୟ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆଉ ଏହାରି ଭିତରେ ଋଷ ଆଜି (ଗୁରୁବାର) ସକାଳେ ପୁଣି ଥରେ କ୍ବିଭ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଏହି ଆକ୍ରମଣରେ ଅତି କମରେ ୮ ଜଣ ଆହତ ହୋଇଛନ୍ତି । ଅନେକ ଘର ଏବଂ ଶିଳ୍ପ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି । 

କୁହାଯାଉଛି ଯେ ୟୁକ୍ରେନ ମଧ୍ୟ ଏହାର ଜୋରଦାର ପ୍ରତିଶୋଧ ନେଇଛି, ଯେଉଁଥିପାଇଁ ସକାଳ ପ୍ରାୟ ୫ ଟା ସମୟରେ ରାଜଧାନୀରେ ପ୍ରବଳ ବିସ୍ଫୋରଣର ଶଦ୍ଧ ଶୁଣିବାକୁ ମିଳୁଥିଲା । ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଚଳିତ ସପ୍ତାହରେ ୟୁକ୍ରେନ ରାଜଧାନୀ ଉପରେ ଏହା ହେଉଛି ସବୁଠାରୁ ବଡ ଆକ୍ରମଣ । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ଜଣା ପଡିନାହିଁ ।

ୟୁକ୍ରେନ ସୈନ୍ୟ କହିଛନ୍ତି ଯେ ଋଷ ହାଇପରସୋନିକ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରିଛି ।କ୍ବିଭ୍ କାଉନସିଲର କହିଛନ୍ତି ଯେ ବାୟୁ ପ୍ରତିରକ୍ଷା ବାହିନୀ ଏହାର ପ୍ରତିଶୋଧ ନେଇ କ୍ଷେପଣାସ୍ତ୍ର ଗୁଡ଼ିକୁ ତଳକୁ ଖସାଇ ଦେଇଛି । ଏହି କ୍ଷେପଣାସ୍ତ୍ର ଗୁଡିକର ଭଙ୍ଗା ଅଂଶ ସହରର ବିଭିନ୍ନ ସ୍ଥାନରେ ପଡିଯାଇଥିଲା, ଯାହା ଫଳରେ ଅତି କମରେ ତିନୋଟି ଆବାସିକ ଅଟ୍ଟାଳିକା ଏବଂ ପାର୍କିଂ ସ୍ଥାନରେ ନିଆଁ ଲାଗି ଯାଇଥିଲା । ତେବେ ଆକ୍ରମଣ ପୂର୍ବରୁ ଜରୁରୀକାଳୀନ ସେବାକୁ ସତର୍କ କରାଯାଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.