ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମେ ବି ଚୁପ୍ ହୋଇ ବସିବୁନି , ସବୁ ଭୁଲି ଯିବୁ ...., ବ୍ରିଟେନକୁ ଦୃଢ ଚେତାବନୀ ଦେଲା ରୁଷ୍

ନୂଆଦିଲ୍ଲୀ : ଅନେକ ଦିନ ଧରି ରୁଷ୍‌-ୟୁକ୍ରେନ ମଧ୍ୟରେ ଲାଗି ରହିଛି ଯୁଦ୍ଧ। ଏହା ଥମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି। ଏ ଭିତରେ ରୁଷୀୟ ବିଦେଶ ମନ୍ତ୍ରଣାଳୟ ବ୍ରିଟେନକୁ ଦୃଢ ଚେତାବନୀ ଦେଇଛି। ଯଦି ମସ୍କୋ ଉପରେ ମିସାଇଲ ଆକ୍ରମଣ ହୁଏ ତ, ରୁଷ୍‌ ଚୁପଚାପ ବସିବ ନାହିଁ ଏବଂ ୟୁନାଇଟେଡ୍‌ କିଙ୍ଗଡମ୍ (ୟୁକେ) ଉପରେ ପାଲଟା ଆକ୍ରମଣ କରିବ। 

ରୁଷୀୟ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ମାରିଆ ଜଖାରୋଭା କହିଛନ୍ତି , ଯଦି ୟୁକ୍ରେନ ରୁଷୀୟ ସହର ଗୁଡ଼ିକ ଉପରେ ଆକ୍ରମଣ କରିବାକୁ ବ୍ରିଟିଶ୍‌ ଅସ୍ତ୍ରଶସ୍ତ୍ରର ବ୍ୟବହାର କରେ , ମସ୍କୋ ବି ବ୍ରିଟିଶର ଠିକଣା ଗୁଡିକରେ ଜବାବୀ ହମଲା ନେଇ କାର୍ଯ୍ୟାନୁଷ୍ଠାନ ଉଠାଇବ। 

ଜଖୋରୋଭା ସାମ୍ୱାଦିକଙ୍କୁ କହିଛନ୍ତି ଯେ , ଯଦି ଆମର ଚେତାବନୀ ପରେ ବ୍ରିଟେନ ଆୟତ୍ତରେ ନରୁହେ ତ ମସ୍କୋ ବି ନୀରବ ରହିବ ନାହିଁ। ସେ ଭୁଲିଯିବ ଯେ ସେ ୟୁକ୍ରେନର ସୀମା ଗୁଡ଼ିକ ଭିତରେ ବା ବାହାରେ ବ୍ରିଟିଶ ଠିକଣା ଗୁଡ଼ିକୁ ଟାର୍ଗେଟ୍‌ କରୁଛି। ଏହା ପୂର୍ବରୁ ମଧ୍ୟ ଚଳିତ ମାସର ଆରମ୍ଭରେ ମସ୍କୋ ଲଣ୍ଡନକୁ ଏହିପରି ଚେତାବନୀ ଜାରି କରିଥିଲା। ରୁଷ୍‌ର ସେତେବେଳେ ଏମିତି ପ୍ରତିକ୍ରିୟା ବ୍ରିଟିଶ ବିଦେଶ ମନ୍ତ୍ରୀ ଡେଭିଡ୍‌ କ୍ୟାମରନଙ୍କ ଏହି ବୟାନରେ ଆସିଥିଲା, ଯେଉଁଥିରେ କ୍ୟାମରନ କହିଥିଲେ କି ୟୁକ୍ରେନର ଏହି ଅଧିକାର ଅଛି କି ସେ ରୁଷ୍‌ର ଆଭ୍ୟନ୍ତରୀଣ ଠିକଣା ଗୁଡ଼ିକୁ ଟାର୍ଗେଟ୍‌ କରିବାକୁ ଲଣ୍ଡନ ଦ୍ୱାରା ଉପଲବ୍ଧ କରାଯାଇ ଥିବା ଅସ୍ତ୍ରଶସ୍ତ୍ରର ବ୍ୟବହାର କରି ପାରିବ।

ଏହି ମଧ୍ୟରେ ରୁଷ୍‌ ୟୁକ୍ରେନ୍‌ ଉପରେ ହମଲା ଜୋରଦାର କରି ଦେଇଛି ଏବଂ ପରମାଣୁ ଅଭ୍ୟାସ ମଧ୍ୟ ଆରମ୍ଭ କରି ଦେଇଛି। ରୁଷ୍‌ ୟୁକ୍ରେନର ନିକଟବର୍ତ୍ତି ୧୩ଟି କ୍ଷେତ୍ରରେ ୨୫୦୦୦ରୁ ଅଧିକ ସୈନିକଙ୍କୁ ଯୁଦ୍ଧାଭ୍ୟାସ ପାଇଁ ଓହ୍ଲାଇଛି।ଯେଉଁ କ୍ଷେତ୍ରରେ ଏହି ଅପରେସନ ହେଉଛି , ଏଥିରେ ରେସ୍ତୋଭ , ବେଲଗୋଗ୍ରାଦ , କଲମିକିଆ , କ୍ରାସନୋଦର କାଇ , ଅଦିଗିଆ ଓ ଇଙ୍ଗୁସେତିଆ ସାମିଲ ଅଛି। ଏହି ଅଞ୍ଚଳ ୟୁକ୍ରେନ ଠାରୁ ନେଇ ଜର୍ଜିଆ ଓ ଲିଥବାନିଆ ଯାଏ ପ୍ରସାରିତ ହୋଇଛି। ଏହାକୁ ଦେଖି ବ୍ରିଟେନ ଆଲର୍ଟ ଜାରି କରିଛି ଏବଂ ଲୋକଙ୍କୁ ସୀମାବର୍ତ୍ତୀ ଅଞ୍ଚଳରେ ୩ ଦିନର ଲଜିଷ୍ଟିକ୍‌ ମହଜୁଦ କରି ରଖିବାକୁ କହିଛି। ଅନ୍ତରାଷ୍ଟ୍ରୀୟ ମିଡ଼ିଆର ରିପୋର୍ଟରେ କୁହାଯାଇଛି ଯେ, ବ୍ରିଟିଶ ଉପ-ପ୍ରଧାନମନ୍ତ୍ରୀ ଓଲିଭର ଡାଇଡନ ଏହି ପରାମର୍ଶ ଦେଇଛନ୍ତି।

କୁହାଯାଉଛି ଯେ, ରୁଷୀୟ ରାଷ୍ଟ୍ରପତି ୟୁକ୍ରେନର ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ୧୦ଟି ସ୍ଥାନରେ ପରମାଣୁ ବୋମା ମୁତୟନ କରି ଦେଇଛନ୍ତି। ରୁଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁତାବିକ, ଗତ ୨୪ ଘଣ୍ଟାରେ ରୁଷ୍‌ ୟୁକ୍ରେନ ଉପରେ ୫୬ଟି ଡ୍ରୋନରେ ହମଲା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.