ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଋଷରେ ଜୋରଦାର୍ ଭୋଟିଂ, ପୁଟିନଙ୍କ ଚୌକି ପ୍ରତି ନାହିଁ ତ ବିପଦ ?

ନୂଆଦିଲ୍ଲୀ, ୧୭/୦୩: ଋଷ ରାଷ୍ଟ୍ରପତି ନିର୍ବାଚନ ଲାଗି ତିନିଦିନ ଧରି ମତଦାନ ହେଉଥିବା ବେଳେ ଶନିବାର ଥିଲା ଦ୍ୱିତୀୟ ଦିନ । ନିର୍ବାଚନ ପ୍ରଚାର ଆରମ୍ଭ ମାତ୍ରେ ଋଷର ଲୋକଙ୍କ ମଧ୍ୟରେ ଭୋଟ୍ ନେଇ ସେତେଟା ଉତ୍ସାହ ଦେଖିବାକୁ ମିଳି ନଥିଲା । ତେବେ ପାଶ୍ଚାତ୍ୟ ଗଣମାଧ୍ୟମର ଦାବି ହେଉଛି, ଚଳିତ ନିର୍ବାଚନରେ ଋଷରେ ଖସିଛି ମତଦାନ ହାର ।

ଶନିବାର ଋଷର ନିର୍ବାଚନ ଆୟୋଗର ଉପାଧ୍ୟକ୍ଷ ନିକାଲେ ବୁଲାଏବ ଗଣମାଧ୍ୟମକୁ କହିଛନ୍ତି, ଦେଶବ୍ୟାପୀ ଏବେ ସୁଦ୍ଧା ୫୧.୭୭ ପ୍ରତିଶତ ମତଦାନ ହୋଇଛି । ଚଳିତଥର ମାର୍ଚ୍ଚ ୧୫ରୁ ୧୭ ପର୍ଯ୍ୟନ୍ତ ମତଦାନ ହେଉଛି । ଆଶା କରାଯାଉଛି, ରବିବାର ଶେଷ ଦିନରେ ମତଦାନ ପ୍ରତିଶତ ବୃଦ୍ଧି ପାଇବ ।

୨୦୨୦ରେ ଋଷ ସରକାରଙ୍କ ଦ୍ୱାରା ସମ୍ବିଧାନ ସଂଶୋଧନ ପରେ ଏହା ହେଉଛି ପ୍ରଥମ ନିର୍ବାଚନ । ସମ୍ବିଧାନ ସଂଶୋଧନ ପରେ ଭ୍ଲାଦିମିର୍ ପୁଟିନ୍ ୨୦୩୬ ପର୍ଯ୍ୟନ୍ତ ଋଷର ରାଷ୍ଟ୍ରପତି ରହିବା ନେଇ ରାସ୍ତା ସଫା ହୋଇ ଯାଇଥିଲା ।
ଏବେ ହେଉଥିବା ନିର୍ବାଚନରେ ପୁଟିନଙ୍କ ବିପକ୍ଷରେ ୪ ଜଣ ପ୍ରାର୍ଥୀ ଲଢ଼ୁଛନ୍ତି । ଲିବରେଲ୍ ଡେମୋକ୍ରେଟିକ୍ ପାର୍ଟି (LDPR)ର ଲିୟୋନିଦ 

ସ୍ଲଟସ୍କି, କମ୍ୟୁନିଷ୍ଟ ପାର୍ଟିର ନିକୋଲେ ଖାରିଟୋନୋବ ଏବଂ ନ୍ୟୁ ପିପଲ୍ ପାର୍ଟିର ସେବ୍ଲାଦିସ୍ଲାବ ଦାବାନକୋବ ଲଢ଼ୁଛନ୍ତି । କିନ୍ତୁ ଆଶା କରାଯାଉଛି, ପ୍ରତିଥର ଭଳି ଭ୍ଲାଦିମିର୍ ପୁଟିନ୍ ପଞ୍ଚମଥର ଲାଗି ବିଜୟୀ ହୋଇ ରାଷ୍ଟ୍ରପତି ହେବେ ।

ଋଷରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଚାଲିଛି । କୌଣସି ସ୍ଥାନରେ ହିଂସା ହୋଇଥିବା ଖବର ଆସି ନାହିଁ । ଶନିବାର ସୁଦ୍ଧା ୩୯ ଲକ୍ଷରୁ ଅଧିକ ମତଦାତା ଭୋଟ୍ ଦେଇଥିବା ଜଣାପଡ଼ିଛି । ୨୦୨୨ ପରେ ୟୁକ୍ରେନ୍ ଠାରୁ ହାସଲ କରିଥିବା ଅଞ୍ଚଳରେ ଋଷ ମତଦାନ କରୁଛି । ଯାହାକୁ ୟୁକ୍ରେନ୍ ସହ ବିରୋଧ କରୁଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.