ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

୨୦ ମିନିଟ୍ ଲାଇନ୍‌ରେ ଠିଆ ହେଲେ, ହେଲେ ଭୋଟର ଲିଷ୍ଟରେ ନଥିଲା ବୈଦେଶିକ ମନ୍ତ୍ରୀଙ୍କ ନାଁ : ଘରକୁ ଫେରିବା ପରେ ଜାଣିଲେ...

ନୂଆଦିଲ୍ଲୀ,୨୫।୫:  ଲୋକସଭା ନିର୍ବାଚନ ଷଷ୍ଠ ପର୍ଯ୍ୟାୟରେ ରାଜଧାନୀ ଦିଲ୍ଲୀରେ ହେଉଛି ମତଦାନ। ଏଭଳି ସ୍ଥିତିରେ ବହୁ ବଡ ନେତା ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ବାଂଶୁରୀ ସ୍ବରାଜଙ୍କ ସହିତ ବହୁ ବଡ଼ ନେତା ଭୋଟ ଦେଇଛନ୍ତି। ସମସ୍ତେ ଖୁବ୍ ଉତ୍ସାହର ସହ ଭୋଟ ଦେଇଛନ୍ତି। ସେଭଳି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ସକାଳୁ ସକାଳୁ ଯେତେବେଳେ ଭୋଟିଂ ପାଇଁ ବୁଥ୍‌କୁ ଯାଇଥିଲେ, ୨୦ ମିନିଟ୍ ପର୍ଯ୍ୟନ୍ତ ଲମ୍ବା ଲାଇନ୍‌ରେ ଠିଆ ହୋଇଥିଲେ। ପରେ ତାଙ୍କୁ ଜଣାପଡିଥିଲା ଭୋଟିଂ ଲିଷ୍ଟରେ ନାଁ ନାହିଁ। ଏହାପରେ ସେ ଭୋଟ୍ ନଦେଇ ଫେରି ଯାଇଥିଲେ।

ମିଳିଥିବା ସୂଚନା ଅନୁସାରେ, ଜୟଶଙ୍କର ଯେତେବେଳେ ଘରକୁ ଯାଇ ଚେକ୍ କରିଥିଲେ, ତାଙ୍କର ଆଉ ଏକ ମତଦାନ କେନ୍ଦ୍ରକୁ ଯିବାର ଥିଲା। ଶନିବାର ସକାଳେ ବୈଦେଶିକ ମନ୍ତ୍ରୀ ତୁଗଲକ ଲେନ୍‌ର ଅଟଳ ଆଦର୍ଶ ସ୍କୁଲରେ ଭୋଟିଂ ପାଇଁ ପହଁଞ୍ଚିଥିଲେ। ୨୦ ମିନିଟ୍ ଲମ୍ବା ଲାଇନ୍‌ରେ ଠିଆ ହେବାପରେ ଅଧିକାରୀ କହିଥିଲେ, ଲିଷ୍ଟରେ ତାଙ୍କ ନାଁ ନାହିଁ। ଏହାପରେ ସେ ଚେକ୍ କରିଥିଲେ ଓ ଅନ୍ୟ ମତଦାନ କେନ୍ଦ୍ରରେ  ପହଁଞ୍ଚି ନିଜର ମତାଧିକାର ସାବ୍ୟସ୍ତ କରିଥିଲେ।

ଏସ୍ ଜୟଶଙ୍କରଙ୍କୁ ଡିଷ୍ଟ୍ରିକ୍ଟ ଇଲେକ୍ସନ ଅଫିସ ପକ୍ଷରୁ ତାଙ୍କ ପୋଲିଂ ଷ୍ଟେସନ୍ ରେ ପ୍ରଥମ ପୁରୁଷ ମତଦାତାଙ୍କୁ ସାର୍ଟିଫିକେଟ୍ ମଧ୍ୟ ଦେଇଥିଲେ। ଏହା ଅନୁସାରେ, ନିର୍ବାଚନ କ୍ଷେତ୍ରର ୪ ନମ୍ବର ବୁଥ୍ ନମ୍ବର ୫୩ ରେ ଏସ୍.ଜୟଶଙ୍କର ହିଁ ଭୋଯ ଦେଇଥିବା ପୁରୁଷ ମତଦାତା ଥିଲେ। ବୈଦେଶିକ ମନ୍ତ୍ରୀ ସୋସିଆଲମିଡିଆରେ ନିଜର ଫଟୋ ସେୟାର କରିଛନ୍ତି। ଦିଲ୍ଲୀର ଚିଫ୍ ଇଲେକ୍ଟୋରାଲ ଅଫିସରଙ୍କ କହିବା ଅନୁସାରେ, ରାଜଧାନୀରେ ମୋଟ ୧୩୬୧୪ ପୋଲିଂ ଷ୍ଟେସନ୍ ରହିଛି। ଏଥିରେ ୨୮୯୧ ବୁଥ୍ ସମ୍ବେଦନଶୀଳ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.