ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୃତ୍ୟୁ ପରେ ବି ଅମର, ବ୍ରେନ ଡେଡ୍‌ ପରେ ୨ ଜଣଙ୍କ ଜୀବନ ବଞ୍ଚାଇଲେ ସାଇ ଶିବୁ

କଟକ ୦୧/୦୩: ଅଙ୍ଗ ଦାନ ମହତ ଦାନ। ମୃତ୍ୟୁ ପରେ ବି ଅନ୍ୟମାନଙ୍କ ଜୀବନ ବଞ୍ଚାଇ ଦେଲେ ସାଇ ଶିବୁ ଦାସ(ଓମ୍)।  ବ୍ରେନ ଟ୍ୟୁମର ଜନିତ ରୋଗରେ ଆକ୍ରାନ୍ତ ହୋଇ ଜୀବନମରଣ ସହ ସଂଘର୍ଷ କରି ଆସୁଥିଲେ । ଶେଷରେ ମାତ୍ର ୧୭ ବର୍ଷ ବୟସରେ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି । ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ୨ଟି କିଡନୀ ଦାନ କରିଛନ୍ତି। ଏସସିବି ମେଡ଼ିକାଲରେ ଅର୍ଗାନ ଡୋନେଟ୍ କାର୍ଯ୍ୟ ସମ୍ପନ୍ନ ହୋଇଛି । 

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ତାଇ ଅଞ୍ଚଳର କଲେଜ ଛାତ୍ର ସାଇ ଶିବୁ। ବ୍ରେନ ଟ୍ୟୁମର ରୋଗରେ ପୀଡିତ ହୋଇ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ । ୨ ଦିନ ତଳୁ ତାଙ୍କର ବ୍ରେନ ଡେଡ୍ ହୋଇ ସାରିଥିଲା।  ଶୁକ୍ରବାର ସକାଳୁ ସେ ଚିର ନୀଦ୍ରାରେ ଶୋଇଗଲେ ଓମ୍‌ । କିନ୍ତୁ ତା ପୂର୍ବରୁ ତାଙ୍କର ୨ଟି କିଡନୀ ଦାନ କରିବା ଲାଗି ପରିବାର ଲୋକ ସମ୍ମତି ପ୍ରଦାନ କରିଥିଲେ । ଯାହା ଆଜି ସଫଳତାର ସହ ସମ୍ପର୍ଣ୍ଣ ହୋଇଛି । ମୃତ୍ୟୁ ପୂର୍ବରୁ ଅର୍ଗାନ ଡୋନେଟ କରି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ମୃତ ଛାତ୍ରଙ୍କ ପରିବାର ଲୋକେ ।

ଏସସିବି କର୍ତ୍ତୃପକ୍ଷ ସସମ୍ମାନେ ମୃତଦେହକୁ ପଟ୍ଟାମୁଣ୍ତାଇ ପଠାଇଛନ୍ତି । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ମୃତ ଛାତ୍ରଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । କେନ୍ଦ୍ରାପଡା କଲେଜରେ ପଢୁଥିବା ସାଇ ଶିବୁ ଜଣେ ମେଧାବୀ ଛାତ୍ର ଥିଲେ । ସ୍ବଭାବରେ ମଧ୍ୟ ଖୁବ ଶାନ୍ତ ଓ ମେଳାପି ଥିଲେ ସାଇ ଶିବୁ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.