ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଆଟଲାସ୍‌ ସାଇକେଲ୍‌ର ପୂର୍ବତନ ଅଧ୍ୟକ୍ଷ ସଲିଲ୍‌ କପୁରଙ୍କ ଆତ୍ମହତ୍ୟା, ସୁସାଇଡ୍ ନୋଟ୍ ଖୋଲିବ ରହସ୍ୟ

ନୂଆଦିଲ୍ଲୀ,୩।୯:  ଆଟଲାସ୍ ସାଇକେଲ୍ସର ପୂର୍ବତନ ଅଧ୍ୟକ୍ଷ ସଲିଲ କପୁରଙ୍କ ଆତ୍ମହତ୍ୟା। ନିଜକୁ ଗୁଳି ମାରି ସେ ହାରିଛନ୍ତି ଜୀବନ। ଘଟଣାସ୍ଥଳରୁ ଏକ ସୁସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି।   ଦିଲ୍ଲୀର ଏପିଜି ଅବଦୁଲ କଲାମ ମାର୍ଗ ସ୍ଥିତ ତାଙ୍କ ବାସଭବନରେ ସଲିଲ୍ ଆତ୍ମହତ୍ୟା କରିଥିବାର ଜଣାପଡିଛି। ମଧ୍ୟାହ୍ନ ପ୍ରାୟ ୨ଟା ୩୦ ମିନିଟ୍‌ରେ ପୋଲିସକୁ ତାଙ୍କ ଘରୁ ସୁସାଇଡ୍ ନୋଟ୍ ମିଳିଛି।

ପୋଲିସକୁ ମିଳିଥିବା ସୁସାଇଡ୍ ନୋଟ୍‌ରେ କପୁର କିଛି ଲୋକଙ୍କ ଉପରେ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି। ଦିଲ୍ଲୀ  ପୋଲିସ କହିଛି ଯେ, ଆଟଲାସ୍ ସାଇକେଲ୍‌ର ପୂର୍ବତନ ଅଧ୍ୟକ୍ଷ ସଲିଲ୍‌ କପୁର ଏପିଜେ ଅବଦୁଲ କଲାମ ଲେନ୍ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିଛି ଓ ମାମଲାର ତଦନ୍ତ କରୁଛି। ସଲିଲ୍‌ଙ୍କ ମୃତଦେହକୁ ପୋଲିସ କବଜାରେ ନେଇଛି ଓ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଟାଇଛି। ପୋଲିସ ଆତ୍ମହତ୍ୟାର ଧାରା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.