ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ପ୍ରତିଯୋଗିତା ନକାରାତ୍ମକ ନୁହେଁ’- ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଲେ ସାମନ୍ଥା

ମୁମ୍ବାଇ ୦୪/୦୬: ଭାରତୀୟ ସିନେ ଇଣ୍ଡଷ୍ଟ୍ରିର ଜଣାଶୁଣା ନାୟିକା ସାମନ୍ଥା ରୁଥ୍‌ ପ୍ରଭୁ । ଦକ୍ଷିଣ ସିନେ ଦୁନିଆରୁ ଅଭିନୟରେ କ୍ୟାରିଅର ଆରମ୍ଭ କରିଥିଲେ ମଧ୍ୟ ବହୁମୁଖୀ ଭୂମିକାରେ ଅଭିନୟ କରି ବିଭିନ୍ନ ଫିଲ୍ମ ଉଦ୍ୟୋଗରେ ନିଜକୁ ପ୍ରତିଷ୍ଠିତ କରିବାରେ ସେ ସଫଳ ହୋଇଛନ୍ତି । ସର୍ବାଧିକ ଦେଖାଯାଇଥିବା ଭାରତୀୟ ସେଲିବ୍ରିଟିମାନଙ୍କର ଏକ ଅନ୍ତର୍ଜାତୀୟ ତାଲିକାରେ ସେ ମଧ୍ୟ ସ୍ଥାନ ପାଇଛନ୍ତି । ତେବେ ଜଣେ ସଫଳ ଅଭିନେତ୍ରୀ ଭାବେ ସମସାମୟିକ କଳାକାରଙ୍କ ସହ ତାଙ୍କର ପ୍ରତିଯୋଗିତା ରହିଛି କି ବୋଲି ନିକଟରେ ଏକ ଗଣମାଧ୍ୟମ ତାଙ୍କୁ ପଚାରିଥିଲା ।

ଏହାର ଉତ୍ତର ଦେଇ ସମନ୍ଥା କହିଛନ୍ତି, ମଣିଷ ହିସାବରେ ଆମେ ସମସ୍ତେ ପ୍ରତିଯୋଗିତା ମୂଳକ ଏବଂ ଆମ ମସ୍ତିଷ୍କ ସେହିଭଳି ଭାବେ ଗଢ଼ାହୋଇଛି । ତେଣୁ ପ୍ରତିଯୋଗିତା କରିବା ସ୍ୱାଭାବିକ । ସାଥୀ କଳାକାରଙ୍କ କାମ ଦ୍ୱାରା ସେ ପ୍ରେରିତ ହୋଇଥାନ୍ତି ଏବଂ ସେମାନଙ୍କ ଉପଲବ୍ଧି ତାଙ୍କୁ ଅଧିକ ଭଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପ୍ରେରଣା ଦିଏ । ପ୍ରତିଯୋଗିତାକୁ ସେ କେବେ ନକାରାତ୍ମକ ଭାବେ ଦେଖନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସିରିଜ୍‌ ‘ଦ ଫ୍ୟାମିଲି ମ୍ୟାନ୍‌-୨’ ଜରିଆରେ ଦର୍ଶକୀୟ ଆଦୃତି ପାଉଥିବା ସମନ୍ଥା ଅପ୍‌କମିଙ୍ଗ ୱେବ୍‌ ସିରିଜ୍‌ ‘ସିଟାଡେଲ: ହନି ବନି’ରେ ନଜର ଆସିବେ । ଏହି ଥ୍ରିଲର ସିରିଜ୍‌ରେ ସେ ବରୁଣ ଧୱନଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.