ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଜେଲ୍ ଯିବେ ସଞ୍ଜୟ ରାଉତ, ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ

ମୁମ୍ବାଇ,୨୬।୯:ଶିବସେନା ନେତା (ଉଦ୍ଧବ ଗୋଷ୍ଠୀ) ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ଝଟକା। ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ଯିବେ ଜେଲ। ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ୧୫ ଦିନ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ୨୫ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ବିଜେପି ନେତା କିରୀଟ ସୋମାୟାଙ୍କ ପତ୍ନୀ ମେଧା କିରୀଟ ସଞ୍ଜୟ ରାଉତଙ୍କ ବିରୋଧରେ ମାନହାନୀ ମାମଲା ଦାଏର କରିଥିଲେ।

ମେଧା ମୁମ୍ବାଇର ରୁଇୟା କଲେଜରେ ୨୦ ବର୍ଷ ହେବ ଅର୍ଗାନିକ୍ କେମେଷ୍ଟ୍ରୀ ପ୍ରଫେସର ଅଛନ୍ତି। ସେ ରାଉତଙ୍କ ବିରୋଧରେ ଧାରା ୪୯୯ (କୌଣସି ପ୍ରକାରର ଅଭିଯୋଗ କରିବା କିମ୍ବା ପ୍ରଚାର କରିବା) ଏବଂ ଧାରା ୫୦୦ (ମାନହାନୀ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।ରାଉତ ତାଙ୍କ ବିରୋଧରେ ଓ ତାଙ୍କ ଏନ୍‌ଜିଓ ଯୁବା ପ୍ରତିଷ୍ଠାନ ଉପରେ ୧୦୦ କୋଟି ଟଙ୍କା ଠକିଥିବା ଅଭିଯୋଗ ଆଣିଥିଲେ। ଗତ ବର୍ଷ ସଞ୍ଜୟ ରାଉତ ଅଭିଯୋଗ କରିଥିଲେ ଯେ ମୁମ୍ବାଇର ମୀରା ଭୟନ୍ଦର ଅଞ୍ଚଳରେ ଶୌଚାଳୟ ନିର୍ମାଣରେ ୧୦୦ କୋଟି ଟଙ୍କାର ଦୁର୍ନୀତିରେ ବିଜେପି ନେତା କିରୀଟ ସୋମାୟା ଏବଂ ତାଙ୍କ ପତ୍ନୀ ମେଧା କିରୀଟ ସୌମ୍ୟାଙ୍କ ଏନଜିଓ ସମ୍ପୃକ୍ତ ଥିଲା। 

ସଞ୍ଜୟଙ୍କ ଏହି ଅଭିଯୋଗକୁ ବିଜେପି ନେତା କିରୀଟ ସୌମ୍ୟା ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଥିଲେ। ଏହାକୁ ନେଇ ସଞ୍ଜୟଙ୍କ ବିରୋଧରେ  ମେଧା   ମାନହାନୀ ମକଦ୍ଦମା ଦାୟର କରିଥିଲେ। ଆବେଦନରେ କୁହାଯାଇଥିଲା ସମାଜରେ ମେଧାଙ୍କର ଖୁବ୍ ସମ୍ମାନ ରହିଛି ଓ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ସେ ଖୁବ୍ ପରିଚିତ। ତାଙ୍କ ବିରୋଧରେ ମିଥ୍ୟା ମାମଲା ଆଣି ତାଙ୍କ ଛବିକୁ ଖରାପ କରିବାକୁ ଚେଷ୍ଟା କରାଯାଇଛି। ମୁମ୍ବାଇର ମେଟ୍ରୋପଲିଟନ ମାଜିଷ୍ଟ୍ରେଟ ରାଉତଙ୍କୁ ଏହି ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କୁ ଦଣ୍ଡିତ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.