ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରୋଚକ ମୋଡରେ ନୀଳଗିରି ପଲିଟିକ୍ସ, ବଣସୀମାରେ ସନ୍ତୋଷଙ୍କ ଶକ୍ତି ପ୍ରଦର୍ଶନ

ନୀଳଗିରି, ୧୩/୪ : ହାରି ନାହିଁ ମହାରଥୀ ଛାଡିବନି ରାଜନୀତି। ଯେତେ ବାଧାବିଘ୍ନ ଆସୁ ସେସବୁକୁ ଖାତିର ନକରି ସମସ୍ତଙ୍କର ନେତୃତ୍ୱ ନେବେ ସନ୍ତୋଷ ଖଟୁଆ। ବଣସୀମା ଠାରୁ ଆରମ୍ଭ କରି ନୀଳଗିରି ବ୍ଲକର ବିଭିନ୍ନ ପଞ୍ଚାୟତରେ ସନ୍ତୋଷ ଖଟୁଆଙ୍କ କର୍ମୀ ବେଶ ଉତ୍ସାହିତ ହୋଇ ପଡିଛନ୍ତି। କର୍ମୀ ସମ୍ମିଳନୀ ହେଉ କିମ୍ବା ବାଇକ ରାଲି କରି ନିଜର ଶକ୍ତି ପ୍ରଦର୍ଶନ କରୁଥିବା ଦେଖାଯାଇଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ନୀଳଗିରି ନିର୍ବାଚନୀ ମଣ୍ଡଳୀର ରାଜନୀତି ତାତି ବଢ଼ିବାରେ ଲାଗିଛି। ବିଜେଡି ଦଳରୁ ନୀଳଗିରି ବିଧାୟକ ଟିକଟ ନେଇ ସର୍ବସାଧାରଣରେ ବେଶ୍ ଚର୍ଚ୍ଚା ହେଉଛି।

ଆଜି ନୀଳଗିରି ବଣସୀମାରେ ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ପାଇଁ ଏକ ବିଶାଳ ବାଇକ ରାଲି ଜାମୁନା ଛକ ଠାରୁ ଆରମ୍ଭ କରି କେସିପୁର, ତରତରୀ, ଛତ୍ରପୁର, ତେଲିପାଳ, ଗରଡିହୀ, ବରହମପୁର ଦେଇ ସର୍ବମୋଟ ୯ଟି ପଞ୍ଚାୟତ ପରିଭ୍ରମଣ କରାଯାଇଥିଲା। ଏହି ରାଲିରେ ବିଜେଡି କର୍ମୀ କୃତିବାସ ବେହେରା, ଜୟନ୍ତ ବିନ୍ଧାଣୀ, ବ୍ଳକ୍ ଉପାଧ୍ୟକ୍ଷ ଜ୍ୟୋର୍ତ୍ତିମୟୀ ପୁଥାଳ, ଗରଡିହୀ ପଞ୍ଚାୟତ ସଭାପତି ଶିବପ୍ରସାଦ ସେଠୀ, ଗରଡିହୀ ସରପଞ୍ଚ ଶିବାଜୀ ସିଂ, ଧରମପୁର ସରପଞ୍ଚ ସଂଜିବ୍ ସିଂ, ବରହମପୁର ସରପଞ୍ଚ ନମିତା ସିଂ,ତେନ୍ତୁଳିଆ ସରପଞ୍ଚ ମମତା ଖଣ୍ଡେଇ, ଧରମପୁର ସମିତିସଭ୍ୟ ଦିପକ୍ ସିଂ,ଗରଡିହୀ ସମିତିସଭ୍ୟା ଯମୁନା ମଣ୍ଡଳଙ୍କ ସମେତ ଆଲୋକ ମହାପାତ୍ର, ମାଧବାନନ୍ଦ ବିଶ୍ଵାଳ,ମହେନ୍ଦ୍ର ବେହେରା, ଅଭୟ ବାରିକ୍,ସଂକର୍ଷଣ ପସା, ଭଗବାନ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ପରେ ତେନ୍ତୁଳିଆ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ସାଂଗଠନିକ ଶକ୍ତିବୃଦ୍ଧି ନେଇ ବିଶଦ ଆଲୋଚନା ହୋଇଥିଲା।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.