ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜନୀତିରେ ଏଣ୍ଟ୍ରି କରିବେ ସାରା ଅଲି ଖାନ! ଫ୍ୟୁଚର୍ ପ୍ଲାନ୍‌କୁ ନେଇ କହିଲେ ଏମିତି କିଛି

ନୂଆଦିଲ୍ଲୀ ୨୮/୦୩: ‘ମର୍ଡର୍‌ ମୁବାରକ୍‌’ ଓ ‘ଏ ୱତନ୍‌ ମେରେ ୱତନ୍‌’ ଫିଲ୍ମ ଜରିଆରେ ଗତ ୨ ସପ୍ତାହ ହେଲା ଓଟିଟି ପ୍ଲାଟ୍‌ଫର୍ମରେ ନଜର ଆସୁଛନ୍ତି ସାରା ଅଲି ଖାନ୍‌ । ଦୁଇଟିଯାକ ଫିଲ୍ମରେ ସାରା କିଛି ନୂଆ କରିବାକୁ ଚେଷ୍ଟା କରିଛନ୍ତି । ଗତ ୧୫ ତାରିଖରେ ମୁକ୍ତିପ୍ରାପ୍ତ ସାରାଙ୍କ ‘ମର୍ଡର୍‌ ମୁବାରକ’ ଏକ ସସ୍‌ପେନ୍ସ ଥ୍ରିଲର୍‌ । ଗତ ୨୧ ତାରିଖରେ ମୁକ୍ତିପ୍ରାପ୍ତ ‘ଏ ୱତନ୍‌ ମେରେ ୱତନ୍‌’ରେ ସାରା ସ୍ୱାଧୀନତା ସଂଗ୍ରାମୀ ଉଷା ମେହତାଙ୍କ ଭୂମିକା ନିର୍ବାହ କରିଛନ୍ତି । ନିକଟରେ ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ତାଙ୍କୁ ରାଜନୀତିରେ ଯୋଗ ଦେବା ବିଷୟରେ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ସାରା କହିଥିଲେ, ଭବିଷ୍ୟତରେ ସେ ରାଜନୀତି ମୈଦାନକୁ ଓହ୍ଲାଇ ପାରନ୍ତି ।

ତେବେ ପ୍ରଥମ ଥର ସାରା ରାଜନୀତିରେ ନିଜର ରୁଚି ଜାହିର କରିନାହାନ୍ତି । ୨୦୧୯ ମସିହାରେ ଏକ ସାକ୍ଷାତକାରରେ ସେ କହିଥିଲେ, ତାଙ୍କ ପାଖରେ ଇତିହାସ ଓ ରାଜନୀତି ବିଜ୍ଞାନର ଡିଗ୍ରୀ ଅଛି । ତେଣୁ ସେ ଭବିଷ୍ୟତରେ ରାଜନୀତିରେ ଏଣ୍ଟ୍ରି କରିବେ । ରାଜନୀତି ତାଙ୍କର ବ୍ୟାକ୍‌ଅପ୍‌ ପ୍ଲାନ୍‌ ନୁହେଁ । ସେ ବଲିଉଡ୍‌ ମଧ୍ୟ ଛାଡ଼ିବେ ନାହିଁ । ଯେପର୍ଯ୍ୟନ୍ତ ବଲିଉଡ୍‌ରେ କାମ ମିଳୁଥିବ, ସେ କରୁଥିବେ । 

ସୂଚନାଯୋଗ୍ୟ, ସାରା କୋଲମ୍ବିୟା ବିଶ୍ୱବିଦ୍ୟାଳୟରୁ ଇତିହାସ ଓ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି । ଇତିମଧ୍ୟରେ ମହାତ୍ମା ଗାନ୍ଧିଙ୍କ ଅଣନାତି ତୁଷାର ଗାନ୍ଧି ଫିଲ୍ମ ‘ଏ ୱତନ୍‌ ମେରେ ୱତନ୍‌’ରେ ସାରାଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି । ସେ ଟ୍ୱିଟ୍‌ କରି ଲେଖିଛନ୍ତି ‘ମୁଁ ଉଷାବେନ୍‌ ମେହତାଙ୍କ ସହ ବଡ଼ ହୋଇଛି । ଯୁବାବସ୍ଥାରେ ସେ ମୋର ମେଣ୍ଟର୍‌ ଥିଲେ । ମୁଁ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଗୁପ୍ତରେ କଂଗ୍ରେସ ରେଡିଓ ଚଳାଇବାର ତାଙ୍କ ସାହସିକତାର କାହାଣୀ ଶୁଣିଥିଲି । ଏହି ଫିଲ୍ମ ଦେଖିବା ପରେ ସେ ସବୁ ଜୀବନ୍ତ ହୋଇ ଉଠିଲା । ଉଷାବେନ୍‌ଙ୍କୁ ପୁଣି ଥରେ ଜୀବିତ କରିବା ପାଇଁ ସାରା ଅଲି ଖାନ୍‌ଙ୍କୁ ଧନ୍ୟବାଦ ।’ ସାରା ଆଗକୁ ଅନୁରାଗ ବାସୁଙ୍କ ‘ମେଟ୍ରୋ: ଇନ୍‌ ଦିନୋ’ରେ ନଜର ଆସିବେ । ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଏହା ମୁକ୍ତିଲାଭ କରିବ । ଏଥିସହ ‘ମିଶନ୍‌ ମଙ୍ଗଲ’ ଫେମ୍‌ ନିର୍ଦ୍ଦେଶକ ଜଗନ ଶକ୍ତିଙ୍କର ଏକ ଫିଲ୍ମରେ ମଧ୍ୟ ସେ ନଜର ଆସିବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.