ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ଇସ୍ରାଏଲ ବିରୋଧରେ ସାଉଦି ଆରବରେ ଏକାଠି ହେବେ ୫୭ ଇସଲାମିକ୍ ରାଷ୍ଟ୍ର, ପୁରୁଣା ବିବାଦ ଭୁଲି ଯୋଗ ଦେବ ଇରାନ

ନୂଆଦିଲ୍ଲୀ,୮।୧୧: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏବେ ଏହି ଯୁଦ୍ଧରେ ସମୟରେ ଏକାଠି ହୋଇଛନ୍ତି ଅନେକ ଇସଲାମିକ୍ ରାଷ୍ଟ୍ର। ଏପର୍ଯ୍ୟନ୍ତ ଚୁପ୍ ଥିବା ସାଉଦି ଆରବ ଏବେ ବଡ଼ ଧରଣର ପଦକ୍ଷେପ ନେଇଛି। ରବିବାର ସାଉଦି ଆରବ ଇସଲାମିକ୍ ସହଯୋଗ ସଂଗଠନ(ଓଆଇସି)ରେ ସାମିଲ ୫୭ଟି ଦେଶର ବୈଠକ ଡକାଇଛି। ଗୁରୁତ୍ବପୂର୍ଣ୍ଣ କଥା ଏହା ଯେ, ବୈଠକରେ ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସି ମଧ୍ୟ ସାମିଲ ହେବେ। ଇରାନ ଓ ସାଉଦି ଆରବ ପ୍ରାୟତଃ ସବୁବେଳେ ଅଲଗା ଅଲଗା ରୁହନ୍ତି। ଏଭଳି ସ୍ଥିତିରେ ରଇସିଙ୍କ ସାଉଦି ଆରବ ଗସ୍ତ ଉପରେ ପୁରା ବିଶ୍ବର ନଜର ରହିବ। ସେ ୨୦୧୨ ପରେ ଇରାନର ପ୍ରଥମ ରାଷ୍ଟ୍ରାଧ୍ୟକ୍ଷ, ଯିଏକି ସାଉଦି ଆରବ ଗସ୍ତ କରିବେ।

ଇରାନ ଓ ସାଉଦି ଆରବ ଭିତରେ ୭ ବର୍ଷ ହେବ ଖୁବ୍ ଖରାପ ସମ୍ପର୍କ ଥିଲା, କିନ୍ତୁ ଚଳିତ ବର୍ଷ ମାର୍ଚ୍ଚରେ ଚୀନ୍‌ର ମଧ୍ୟସ୍ଥି ପରେ ଦୁଇ ଦେଶ ଏକାଠି ହୋଇଥିଲେ। ସାଉଦି ଆରବ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀ ତା’ର ଉପକୂଳବର୍ତ୍ତୀ ସହର ଜେଦ୍ଦାହରେ ହେବ। ଏହା ପୂର୍ବରୁ ଶନିବାର ଅରବ ଦେଶରେ ମଧ୍ୟ ଏକ ଜରୁରୀକାଳୀନ ବୈଠକ ହେବ। ଏହି ବୈଠକରେ ଇସ୍ରାଏଲ ଓ ହମାସ ଯୁଦ୍ଧ ଉପରେ ଚର୍ଚ୍ଚା ହେବ। ଇରାନ ପ୍ରଶାସନ କହିଛି, ରାଷ୍ଟ୍ରପତି ରଇସି ଇସଲାମିକ୍ ସହଯୋଗ ସଂଗଠନ‌ରେ ଯୋଗ ଦେବେ।’ ଇସଲାମିକ୍ ସହଯୋଗ ସଂଗଠନର ଦେଶର ଲଗାତାର ଇସ୍ରାଏଲକୁ ନିନ୍ଦା କରୁଛି ଓ ଦାବି କରୁଛି ସେ ଆକ୍ରମଣ ରୋକି ଦେଉ।

କେବଳ ଏତିକି ନୁହେଁ ଇରାନ ମଧ୍ୟ ଖୋଲାଖୋଲି ଧମକ ଦେଇଛି। ଇରାନ କହିଛି, ଯଦି ଆକ୍ରମଣ ବନ୍ଦ ନହୁଏ ତେବେ ସେ ମଧ୍ୟ ଯୁଦ୍ଧରେ ସାମିଲ ହେବ। କେବଳ ସେତିକି ନୁହେଁ ଲେବାନାନ୍‌ରୁ ହିଜବୁଲ୍ଲାହ ଆତଙ୍କବାଦୀ ସଂଠନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ ଜୋରଦାର ଆରମ୍ଭ କରିଛି, ଯାହାକି ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ବୋଲି କୁହାଯାଏ। ଗାଜାରେ ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ପାଲେଷ୍ଟାନୀୟ ନାଗରିକଙ୍କ ମୃତ୍ୟୁ ହୋଇସାରିଛି, ଯାହା ଉପରେ ଅରବ ଦେଶ ଖୁବ୍ ଅସନ୍ତୁଷ୍ଟ ଅଛି। 

Copyright © 2022 - Summa Real Media Private Limited. All Rights Reserved.